ସାଧାରଣ ଉତ୍କଣ୍ଠା ବ୍ୟାଧି

ସାଧାରଣ ଉତ୍କଣ୍ଠା ବ୍ୟାଧି ରୋଗରେ ଘଟଣା କିମ୍ବା କାର୍ଯ୍ୟକଳାପ ବିଷୟକ ଚିନ୍ତାକୁ ନିୟନ୍ତ୍ରଣ କରିବା କଷ୍ଟକର ହୁ

ସାଧାରଣ ଉତ୍କଣ୍ଠା ବ୍ୟାଧି (ଇଂରାଜୀ ଭାଷାରେ Generalized anxiety disorder/ GAD ) ରୋଗରେ ଘଟଣା କିମ୍ବା କାର୍ଯ୍ୟକଳାପ ବିଷୟକ ଚିନ୍ତାକୁ ନିୟନ୍ତ୍ରଣ କରିବା କଷ୍ଟକର ହୁଏ | [୬] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମାଂସପେଶୀ ସଙ୍କୋଚନ, ଚିଡ଼ଚିଡ଼ାପଣ, ଥକ୍କାଣ, ଧ୍ୟାନ ଦେବାରେ ଅସୁବିଧା ଏବଂ ନିଦ୍ରାହୀନତା ହୋଇପାରେ | [୮] ଏହି ସମସ୍ୟାଗୁଡିକ ଏକ ସ୍ତରରେ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ କିମ୍ବା ଉଲ୍ଲେଖନୀୟ କଷ୍ଟ ହୁଏ | [୬] ଏହା ଧୀରେ ଧୀରେ ଆରମ୍ଭ ହୋଇଥାଏ | [୧] ରୋଗ ଜଟିଳ ହେଲେ ହୃତ୍‌ପିଣ୍ଡ ରୋଗ ଏବଂ ଆତ୍ମହତ୍ୟା ହୋଇପାରେ । [୯]

Generalized anxiety disorder
Video explanation
ବିଭାଗPsychiatry
ଲକ୍ଷଣExcessive worry, restlessness, trouble sleeping, irritability[୧]
ଆକ୍ରାନ୍ତ ସମୟ30 to 60[୨]
ଅବଧିAt least 6 months[୩]
ବିପଦ କାରକStress, genetics, substance misuse[୪]
ରୋଗ ନିର୍ଣ୍ଣୟ ପଦ୍ଧତିGAD-7[୪]
ସଠିକ ରୋଗ ନିର୍ଣ୍ଣୟHyperthyroidism, pheochromocytoma, bipolar, caffeine[୪]
ଔଷଧDuloxetine, pregabalin, venlafaxine, escitalopram[୫]
ଚିକିତ୍ସାCognitive behavioral therapy, medications[୧]
PrognosisMixed[୪]
ପୁନଃପୌନିକ4 to 9% at some point in time[୬][୭]

ମାନସିକ ଚାପ, ଜେନେଟିକ ଏବଂ ପଦାର୍ଥ ଅପବ୍ୟବ‌ହାର ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ | [୪] ଏହା ଏକ ପ୍ରକାର ଉଦ୍‌ବେଗ ଅବ୍ୟବସ୍ଥା ବେମାରୀ | [୬] ଜିଏଡି-୭ (GAD-7) ବ୍ୟବ‌ହାର କରି ଏହି ରୋଗ ଓ ତାହାର ଗମ୍ଭୀରତା ନିର୍ଣ୍ଣୟ କରାଯାଏ । [୪] ରୋଗ ନିର୍ଣ୍ଣୟ ନିମନ୍ତେ ଅତି କମରେ ଛଅ ମାସର ଲକ୍ଷଣ ଆବଶ୍ୟକ ହୁଏ। [୬] [୮]

ଚିକିତ୍ସା ନିମନ୍ତେ ଉଭୟ ଔଷଧ ଓ କଗନିଟିଭ ବେହେଭିଅରାଲ ଥେରାପି (CBT) ଦିଆଯାଏ । [୧] ଉପଯୋଗୀ ଔଷଧ ମଧ୍ୟରେ ଡୁଲୋକ୍ସେଟିନ୍ , ପ୍ରିଗାବାଲିନ, ଭେନଲାଫ୍ୟାକ୍ସିନ, ଏବଂ ଏସିଟାଲୋପ୍ରାମ ଦିଆଯାଏ | [୧୦] ଅନ୍ୟାନ୍ୟ ଔଷଧ ନାମ ବୁସ୍ପିରୋନ, ଆଣ୍ଟିସାଇକୋଟିକ୍ସ ଏବଂ ବେଞ୍ଜୋଡାଏଜେପିନ ଦିଆଯାଏ । [୪] ଦୀର୍ଘକାଳୀନ ଚିକିତ୍ସାରେ ମିଶ୍ରିତ ଫଳାଫଳ ମିଳେ | [୪]

ବର୍ଷକୁ ପ୍ରାୟ ୦.୪ରୁ ୩.୬% ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି ଏବଂ ୪ରୁ ୯% ଲୋକ ସେମାନଙ୍କ ଜୀବନର ଯେ କୌଣସି ସମୟରେ ପ୍ରଭାବିତ ହୁଅନ୍ତି | [୬] [୭] ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ସାଧାରଣତଃ ଏହି ରୋଗ ହୁଏ । [୧୧] ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଦୁଇ ଗୁଣ ଅଧିକ ଥାଏ । [୬] ଏହି ଅବସ୍ଥା ପ୍ରଥମେ ୧୯୮୦ ମସିହାରେ ଡିଏସଏମ-୧୧୧ (DSM-III) ନାମରେ ପରିଚିତ ଥିଲା, ଏହା ପୂର୍ବରୁ ଏହା ଆଙ୍ଗଜାଇଟି ନିଉରୋସିସ ରୋଗର ଏକ ଅଂଶ ଭାବରେ ପରିଚିତ ଥିଲା | [୪]  

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Generalized Anxiety Disorder: When Worry Gets Out of Control". NIMH. Retrieved 30 May 2019.
  2. "NIMH » Generalized Anxiety Disorder". www.nimh.nih.gov. Retrieved 11 January 2021.
  3. "NIMH » Anxiety Disorders". www.nimh.nih.gov. Retrieved 11 January 2021.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ Munir, S; Takov, V (January 2020). "Generalized Anxiety Disorder". PMID 28722900. {{cite journal}}: Cite journal requires |journal= (help)
  5. Slee, April; Nazareth, Irwin; Bondaronek, Paulina; Liu, Yifeng; Cheng, Zhihang; Freemantle, Nick (February 2019). "Pharmacological treatments for generalised anxiety disorder: a systematic review and network meta-analysis". The Lancet. 393 (10173): 768–777. doi:10.1016/S0140-6736(18)31793-8. PMID 30712879.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ Diagnostic and statistical manual of mental disorders : DSM-5 (5th ed.). Washington, D.C.: American Psychiatric Association. 2013. p. 222. ISBN 978-0-89042-554-1.
  7. ୭.୦ ୭.୧ Craske, MG; Stein, MB (24 June 2016). "Anxiety". The Lancet. 388 (10063): 3048–3059. doi:10.1016/S0140-6736(16)30381-6. PMID 27349358.
  8. ୮.୦ ୮.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; NIMH2021 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  9. DeMartini, J; Patel, G; Fancher, TL (2 April 2019). "Generalized Anxiety Disorder". Annals of Internal Medicine. 170 (7): ITC49–ITC64. doi:10.7326/AITC201904020. PMID 30934083.
  10. ଆଧାର ଭୁଲ: ଅଚଳ <ref> ଚିହ୍ନ; Slee2019 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  11. ଆଧାର ଭୁଲ: ଅଚଳ <ref> ଚିହ୍ନ; Num2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।