ଡୁଲୋକ୍ସେଟିନ
ଡୁଲୋକ୍ସେଟିନ (ଇଂରାଜୀ ଭାଷାରେ Duloxetine, ଏକ ବ୍ୟବସାୟୀକ ନାମ ସିମ୍ବାଲ୍ଟା/ Cymbalta)[୧] ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀ, ଜେନେରାଲାଇଜଡ ଆଙ୍ଗଜାଇଟି ଡିଜଅର୍ଡ଼ର (generalized anxiety disorder), ଫାଇବ୍ରୋମ୍ୟାଲ୍ଜିଆ, ଓ ନିଉରୋପାଥିକ ଯନ୍ତ୍ରଣା (neuropathic pain) ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Cymbalta, others[୧] |
AHFS/Drugs.com | monograph |
MedlinePlus | a604030 |
data |
|
Pregnancy category | |
Routes of administration | By mouth |
Drug class | Serotonin–norepinephrine reuptake inhibitor |
ATC code | |
Legal status | |
Legal status | |
Pharmacokinetic data | |
Bioavailability | ~ 50% (32% to 80%) |
Protein binding | ~ 95% |
Metabolism | Liver, two P450 isozymes, CYP2D6 and CYP1A2 |
Elimination half-life | 12 hours |
Excretion | 70% in urine, 20% in feces |
Identifiers | |
| |
CAS Number |
|
PubChem CID | |
IUPHAR/BPS | |
DrugBank | |
ChemSpider | |
UNII |
|
KEGG | |
ChEBI | |
ChEMBL | |
PDB ligand | |
ECHA InfoCard | 100.116.825 |
Chemical and physical data | |
Formula | C18H19NOS |
Molar mass | 297.41456 g/mol |
3D model (JSmol) | |
| |
| |
(what is this?) (verify) |
ଡୁଲୋକ୍ସେଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ଅଇ, ଥକ୍କାଣ ଅନୁଭବ, ମୁଣ୍ଡ ଓଜନିଆ, ଉତ୍ତେଜନା, ଯୌନ ସମସ୍ୟା ଓ ଅଧିକ ସ୍ୱେଦ ନିର୍ଗତ ହୁଏ ।[୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ସଙ୍କଟ, ସେରୋଟୋନିନ ସିଣ୍ଡ୍ରୋମ, ମାନିଆ (mania), ଓ ଯକୃତ ସମସ୍ୟ (liver problems) ହୋଇପାରେ ।[୨] ଏହି ଔଷଧ ବନ୍ଦ କରିଦେଲେ ଆଣ୍ଟିଡିପ୍ରେସାଣ୍ଟ ଉଇଥଡ୍ରଆଲ ସିଣ୍ଡ୍ରୋମ (Antidepressant withdrawal syndrome) ସୃଷ୍ଟି ହୋଇପାରେ । [୨] ଗର୍ଭାବସ୍ଥାର ଶେଷ ଭାଗରେ ଏହା ଶିଶୁର କ୍ଷତି କରିପାରେ ।[୨] ଏହା ଏକ ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର (serotonin–norepinephrine reuptake inhibitor) ଔଷଧ ।[୩] ଏହାର କାର୍ଯ୍ୟବିଧି ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । [୨]
ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୨୦୦୪ରେ ଡୁଲୋକ୍ସିଟିନ ସ୍ୱୀକୃତ ହୋଇଥିଲା ।[୨] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୦ ଆମେରିକୀୟ ଡଲାର ଥିଲା ।[୪] ସନ ୨୦୧୬ରେ ଏହାର ୧୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୪୮ତମ ସ୍ଥାନ ଅଧିକାର କରିଥିଲା । [୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Duloxetine". Drugs.com (in ଇଂରାଜୀ). Retrieved 24 December 2018.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Duloxetine". Monograph. The American Society of Health-System Pharmacists. Retrieved 2018-12-24.
- ↑ ୩.୦ ୩.୧ British national formulary : BNF 76 (76 ed.). Pharmaceutical Press. 2018. pp. 364–365. ISBN 9780857113382.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ "The Top 300 of 2019". clincalc.com. Retrieved 22 December 2018.