ସଚ୍ଚି ମହାନ୍ତି
ସଚ୍ଚି ମହାନ୍ତି (ଜନ୍ମ : ୧୯ ଜୁଲାଇ ୧୯୪୭) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ନାଟ୍ୟକାର ଓ ଲେଖକ । ତାଙ୍କ କବିତା ରଚନା ନିମନ୍ତେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୧] କବିତା ସହିତ ସେ ଜଣେ ନାଟ୍ୟକାର ଓ ଗୀତିକାର ଭାବରେ ମଧ୍ୟ ଜଣାଶୁଣା । ଉଲ୍କା ଓ ସୌଭାଗ୍ୟବତୀ ଆଦି ଓଡ଼ିଆ କଥାଚିତ୍ର ଏବଂ ୫୦୦ରୁ ଅଧିକ ଯାତ୍ରା ପାଇଁ ସେ ଗୀତ ଲେଖିଛନ୍ତି । ମଞ୍ଚନାଟକ ଓ ଦୂରଦର୍ଶନ ପାଇଁ ମଧ୍ୟ ସେ ନାଟକ ରଚନା କରିଛନ୍ତି । ଏ ଜୀବନମାନେ ନୁହେଁ ଆହା, ଅଭିମାନିନୀ ଏ ଅମାନିଆ ଢେଉ, ମା ତୁମେ ଜଗତର ଓ ତୁଳସୀ ଚଉରା ମୂଳେ ଦେଲି ସଞ୍ଜବତି ଆଦି ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ତାଙ୍କଦ୍ୱାରା ରଚିତ ।
ସଚ୍ଚି ମହାନ୍ତି | |
---|---|
ଜନ୍ମ | ସାଇଲୋ ନୂଆଗାଁ ଶାସନ, ସାଇଲୋ, କଟକ | ୧୯ ଜୁଲାଇ ୧୯୪୭
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଆରତୀ ମହାନ୍ତି |
ସନ୍ତାନ | ଶ୍ୱାତୀ, ସ୍ମୃତି, ସ୍ତୁତି |
ପିତାମାତା | ବିଚିତ୍ରାନନ୍ଦ ମହାନ୍ତି କୁସୁମ କୁମାରୀ ଦେବୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୯ |
ଜୀବନୀ
ସମ୍ପାଦନାସଚ୍ଚି ମହାନ୍ତି, ୧୯୪୭ ମସିହାରେ କଟକ ଜିଲ୍ଲାର ସାଇଲୋ ନୂଆଗାଁଠାରେ ଜନ୍ମଗ୍ରହଣ କରିଥିଲେ ।[୨] ବାପା ବିଚିତ୍ରାନନ୍ଦ ମହାନ୍ତି ଜଣେ ନାଟୁଆ ଥିଲେ । ମା'ଙ୍କ ନାମ ଥିଲା କୁସୁମ କୁମାରୀ ଦେବୀ । ସ୍କୁଲରେ ସାହିତ୍ୟରେ ଭଲ ନମ୍ବର ନରଖିବା ସତ୍ତ୍ୱେ, ସେ ଗୀତିକାର ହେବାର ଇଚ୍ଛା ରଖିଥିଲେ । ବାପା ତାଙ୍କୁ ପାଠ ପଢିବାପାଇଁ ଗୁରୁତ୍ୱ ଦେଉଥିଲେ ଓ ସେ ବାପାଙ୍କଠାରୁ ଲୁଚି ଗୀତ ଲେଖୁଥିଲେ । ପିଲାଦିନରୁ ସେ ରସରାଜ ନାରାୟଣ ପ୍ରସାଦ ସିଂହ ଓ ଗୁରୁକୃଷ୍ଣ ଗୋସ୍ୱାମୀ ଆଦିଙ୍କ ପାଖକୁ ଯାଇ ଗୀତ ଲେଖିବାର କଳା ଶିଖିଥିଲେ ।
ଗୀତିକାର ଜୀବନ
ସମ୍ପାଦନାକଟକ ଆସି ସେ ଏଲ ଲାପ୍ପାର ଓ ଜି ନାରାୟଣ ରାଓଙ୍କ ସଂସ୍ପର୍ଶରେ ଆସିଥିଲେ । ଜି ନାରାୟଣ ରାଓ, ତାଙ୍କ ଗୀତକୁ ସ୍ୱରଦେଇ ଆକାଶବାଣୀ କଟକର ଯୁବବାଣୀ କାର୍ଯ୍ୟକ୍ରମରେ ବଜେଇଥିଲେ । ରାଓଙ୍କଦ୍ୱାରା ଗଠିତ କୋରାଲ ଗୃପରେ ସଚ୍ଚି ଅଧିକରୁ ଅଧିକ ଗୀତ ଲେଖିବା ଆରମ୍ଭ କରିଥିଲେ । ଏହି ଗୃପରେ ତାଙ୍କର ସାଥି ଥିଲେ ମହମ୍ମଦ ହବୀବ, ଶେଖର ଘୋଷ, ଶ୍ରୀକାନ୍ତ ଦାସ ଓ ଦିଲ୍ଲୀପ ମହାନ୍ତିଙ୍କ ଭଳି କଳାକାର । ଆକାଶବାଣୀରେ ତାଙ୍କର ଅଧିକ ଗୀତ ବାଜିବା ପରେ, ସଚ୍ଚିଙ୍କୁ ଜଣେ ଗୀତିକାର ଭାବରେ ସ୍ୱୀକୃତି ମିଳିଥିଲା ।
ବିଭୁ ମହାନ୍ତିଙ୍କ, ସାହାଯ୍ୟରେ ସଚ୍ଚିଙ୍କୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଉଲ୍କା ମିଳିଥିଲା ଓ ଏହି ଚଳଚ୍ଚିତ୍ରର ସବୁ ଗୀତ ଲୋକପ୍ରିୟ ହୋଇଥିଲା । ଗୀତିକାର ଭାବରେ ସେତେବେଳେ ଜୀବିକା ନିର୍ବାହ କରିବା କଷ୍ଟ ଥିବାରୁ ସେ ଅନ୍ୟ ଛୋଟ ବଡ଼ ଚାକିରୀ ମଧ୍ୟ କରିଥିଲେ ।
ରଚନାବଳୀ
ସମ୍ପାଦନାଓଡ଼ିଆ କଥାଚିତ୍ରରେ ଗୀତ ରଚନା
ସମ୍ପାଦନା- ଉଲ୍କା
- ମାର୍ଗ
- କାଚଘର
- ବାଜେ ବଇଁଶୀ ନାଚେ ଘୁଙ୍ଗୁର
- ଧର୍ମଯୁଦ୍ଧ
- କଳା ମାଣିକ
- ସୌଭାଗ୍ୟବତୀ
- ଗାରେ କଜଳ ଧାରେ ଲୁହ
- ନଈ ସେପାରୀ କନକ ଗୋରୀ
- ସନ୍ଦେହୀ ପ୍ରିୟତମା
- ଭକ୍ତ ଓ ଭଗବାନ
- ତୋ ସାଥେ ବନ୍ଧା ମୋ ଜୀବନ ଡୋରୀ
- କୋଟିଏରେ ଗୋଟିଏ ମନ
- ତେଜସ୍ୱିନୀ
ଓଡ଼ିଆ ଯାତ୍ରାରେ ଗୀତ ରଚନା
ସମ୍ପାଦନା- ଗୋପରୁ ମଥୁରା ଯେତିକି ଦୂର
- ଭସା ବାଦଲ
- ନୂଆବୋହୁ କଟକ ଆସୁଛି
- ଶାଗୁଣା ବସିଛି ଡେଣା ମେଲାଇ
- ମିଥୁନ ରାଶିର ଝିଅ
- ଜୀଅନ୍ତା ଶବ
- ଲଫଙ୍ଗା ଟୋକା
- ରହିରହି ବାଜଇ ଯୋଡ଼ିମହୁରୀ
- ରୁପ ହୋଇଥିବ ଲାବଣ୍ୟବତୀ
- ବାଜିଗଲେ ଦୋଷନାହିଁ
କବିତା ପୁସ୍ତକ
ସମ୍ପାଦନା- ଅପରାହ୍ନର ଛାଇ[୩]
- ଜହ୍ନର ବୋଇତ
- ଛାଇ ଲେଉଟାଣି ବେଳ
- ବେସୁରା ବର୍ଷା
- ଗୀତରେ ଗୀତରେ ନଈ
- ତମାମ ଫୁଲର ବାସ୍ନା
- ଭାବ ତୁଳସୀ
ମଞ୍ଚ ନାଟକ
ସମ୍ପାଦନା- ଯମ ଦରବାର
- ଆବୁ
- ପ୍ଲାଟଫର୍ମ ନମ୍ବର - ୧୧
- ଶବଦାହ ଉପାଖ୍ୟାନ
- ଶ୍ରୀମତି କମ ନୁହଁନ୍ତି
- ଭାଇମ ତୁମକୁ ପଦେ କହିବା
- ସତୀ ତୁଳସୀ
- ସଙ୍ଗିନୀରେ ରାସ ରଙ୍ଗିନୀରେ
- ସୂର୍ଯ୍ୟାସ୍ତର ସହର
ଦୂରଦର୍ଶନ ଧାରାବାହିକ
ସମ୍ପାଦନା- ଜଙ୍ଗଲର ସାଥୀ
- ଆତଙ୍କ
- ବାଃ ବାଃରେ କ୍ୟାପିଟାଲ
- ସମ୍ପର୍କ
- ପଦାତିକ
- ପର ଆପଣା
- ସପନର ପଥେ ପଥେ
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଗୀତି କବିତା) - ୨୦୦୯(ଅପରାହ୍ନର ଛାଇ)[୪]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ନାନ - ୨୦୧୨[୫]
- ମୂର୍ଚ୍ଚନା ସମ୍ମାନ - ୨୦୧୮[୬]
- ଶ୍ରେଷ୍ଟ ଗୀତିକାର(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) - ଉଲ୍କା ଓ ସୌଭାଗ୍ୟବତୀ
- ଅକ୍ଷୟ ମହାନ୍ତି ସ୍ମୃତି ସମ୍ମାନ
- ମନନ ପ୍ରତିଭା ସମ୍ମାନ
- ଶ୍ୱେତସଙ୍କେତ ସମ୍ମାନ
- ଅଭିନନ୍ଦିକା ସମ୍ମାନ
- ଓଡ଼ିଆ ଗୀତିକବି ସମ୍ମାନ
- ରାଜୀବ ଗାନ୍ଧୀ ସଦଭାବନା ସମ୍ମାନ
- ଗଣକବି ସମ୍ମାନ[୭]
ଆଧାର
ସମ୍ପାଦନା- ↑ "୨୦୦୯ ଓ ୨୦୧୦ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା". ଏପି ଆର୍ଟସ. Retrieved 11 June 2019.
- ↑ "ସଙ୍ଗୀତ : ପଢ଼ିଲେ କବିତା ଗାଇଲେ ଗୀତ". No. ଧରିତ୍ରୀ ଛୁଟିଦିନ ୨୭ ଜୁନ ୨୦୨୧ ପୃଷ୍ଠା ୬. ଧରିତ୍ରୀ. Retrieved 27 June 2021.
- ↑ "State Sahitya Akademi awards announced". The Times of India. Retrieved 11 June 2019.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 11 June 2019.
- ↑ "HÞèÊç Ôéÿë†ÿ œÿçsLÿ FLÿç{xÿÿëÁÿ Ô½çœÿ ©ø'ÿçœÿ Dü°ÿ" (PDF). Odisha Government. Retrieved 11 June 2019.
- ↑ "'ମୂର୍ଚ୍ଛନା'ର ବାର୍ଷିକ ଉତ୍ସବ ଓ ସଙ୍ଗୀତ ସଂଧ୍ୟା: ଗୀତିକାର ସଚ୍ଚି ମହାନ୍ତିଙ୍କୁ 'ମୂର୍ଚ୍ଛନା ସମ୍ମାନ'". sambad.in. ସମ୍ବାଦ. Retrieved 11 June 2019.
- ↑ "ବ୍ୟକ୍ତିତ୍ୱ". No. ନିତିଦିନ ୦୭ ଜୁନ ୨୦୧୯ ପୃଷ୍ଠା ୯. ନିତିଦିନ. Archived from the original on 2019-06-11. Retrieved 11 June 2019.