ଶିବବ୍ରତ ଦାସ
ଶିବବ୍ରତ ଦାସ ଜଣେ ଓଡ଼ିଆ ଗୀତିକାର ଥିଲେ ।[୧] ୬୦ରୁ ୯୦ ଦଶକ ମଧ୍ୟରେ ସେ ପ୍ରାୟ ୫୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଗୀତ ଲେଖିଥିଲେ ।
ଶିବବ୍ରତ ଦାସ | |
---|---|
ଜନ୍ମ | |
ମୃତ୍ୟୁ | ୮ ସେପ୍ଟେମ୍ବର ୧୯୮୮ | (ବୟସ ୫୮)
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରାତନ ଛାତ୍ର | ରେଭେନ୍ସା ମହାବିଦ୍ୟାଳୟ |
Employer | ଓଡ଼ିଶା ପୁଲିସ |
ଜୀବନସାଥୀ | ସୁବାସିନୀ ଦେବୀ |
ସନ୍ତାନ | ବେବି, ବାବି |
ପିତାମାତା | ଶଚୀନ୍ଦ୍ର ଦାସ, କୁମୁଦିନୀ ଦେବୀ |
ଜୀବନୀ ସମ୍ପାଦନ କରନ୍ତୁ
ଶିବବ୍ରତ, ୧୯୩୦ମସିହା ଅଗଷ୍ଟ ୨୬ତାରିଖରେ ବାଲେଶ୍ୱରରେ ଏକ ଗୀତିକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିତା ଶଚୀନ୍ଦ୍ର ଦାସ ଓ ମାତା କୁମୁଦିନୀ ଦେବୀ । ସେ ସୁବାସିନୀ ଦେବୀଙ୍କୁ ବିବାହ କରିଥିଲେ । ବେବି ଓ ବାବି ନାମରେ ତାଙ୍କର ଏକ କନ୍ୟା ଓ ପୁତ୍ର ସନ୍ତାନ ଅଛନ୍ତି । ଶିବବ୍ରତଙ୍କର କବିତା ଲେଖିବା ଆରମ୍ଭ ହୋଇଥିଲା, ସେରେଭେନ୍ସା ମହାବିଦ୍ୟାଳୟରେ ପଢୁଥିବା ସମୟରେ । ସେଠାରେ ଶିବବ୍ରତ ଜୀବନାନନ୍ଦ ପାଣିଙ୍କ ସଂସ୍ପର୍ଶରେ ଆସିଥିଲେ । ଜୀବନନନ୍ଦ ବି ରେଭେନ୍ସାରେ ଛାତ୍ର ଥିଲେ । ଦୁହେଁ ମିଶି ସେତେବେଳେ ଅନେକ ବ୍ୟଙ୍ଗ କବିତା ଲେଖିଥିଲେ । "ଦ ହୁଇଲ" ପତ୍ରିକାରେ ସେତେବେଳେ ଶିବବ୍ରତଙ୍କର ବହୁ ଇଂରାଜୀ କବିତା ପ୍ରକାଶ ପାଇଥିଲା । ତାଙ୍କ ମାମୁ ପୁଅ ଭାଇ ପାର୍ଥସାରଥି ମହାପାତ୍ର ମଧ୍ୟ ରେଭେନ୍ସାର ଛାତ୍ର ଥିଲେ । ପାର୍ଥସାରଥିଙ୍କ ମଧ୍ୟ ଗୀତ ଲେଖୁଥିଲେ ଓ ତାକୁ ସୁର ଦେଉଥିଲେ ଅକ୍ଷୟ ମହାନ୍ତି । ପାର୍ଥସାରଥି ଦିଲ୍ଲୀ ଚାକିରି କରିବାକୁ ପଳେଇଗଲା ପରେ, ଅକ୍ଷୟଙ୍କ ନଜର ପଡିଥିଲା ଶିବବ୍ରତଙ୍କ ଉପରେ । ଶିବବ୍ରତ ସେତେବେଳକୁ ପୁଲିସ ବିଭାଗରେ ଚାକିରି କରୁଥିଲେ । ଶିବବ୍ରତଙ୍କ କବିତା ପଢ଼ି ଅକ୍ଷୟ ମୁଗ୍ଧ ହୋଇଥିଲେ ଓ ତାଙ୍କୁ ଗୀତ ଲେଖିବାକୁ ଅନୁରୋଧ କରିଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ଶିବବ୍ରତଙ୍କ ସହ ଅକ୍ଷୟଙ୍କ ସହବନ୍ଧନ । ଅକ୍ଷୟଙ୍କ କଥାରୁ, ସେ ଶାନ୍ତନୁ ମହାପାତ୍ରଙ୍କ ସହ ଦେଖା କଲେ । ଶାନ୍ତନୁ ତାଙ୍କ ଗୀତ ଆକାଶବାଣୀ କଟକରେ ଦାଖଲ କଲେ । ଭୁବନେଶ୍ୱର ମିଶ୍ର ଆକାଶବାଣୀର କାର୍ଯକ୍ରମ "ସଜଫୁଲ" ପାଇଁ ତାଙ୍କ ଲିଖିତ ଗୀତ "କାଇଁଚ ପତର ସରୁ" ଚୟନ କଲେ ଓ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଆକାଶବାଣୀ କଟକରେ ଏହି ଗୀତ ପ୍ରସାରିତ ହେଲା । ଏହି ଗୀତ ଦ୍ୱାରା, ସେ ଲୋକଲୋଚନକୁ ଆସିଥିଲେ । ଧୀର ବିଶ୍ୱାଳ ନିଜ ଚଳଚ୍ଚିତ୍ର ମନ ଆକାଶ ପାଇଁ ଶିବବ୍ରତଙ୍କୁ ଗୀତ ଲେଖିବାକୁ ଅନୁରୋଧ କଲେ । ପ୍ରଥମ ଗୀତ ଥିଲା "ଏ ବନ ଝରଣା" । ଗୀତଟି ଭଲ ହେବାରୁ, ସେହି ଚଳଚ୍ଚିତ୍ର ପାଇଁ ଆଉ ଚାରୋଟି ଗୀତ ମଧ୍ୟ ଲେଖିଲେ । ଏହିପରି ଆରମ୍ଭ ହେଲା ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା । ତେବେ ପୁଲିସ ଚାକିରିରେ ବାରମ୍ବାର ବଦଳି ଯୋଗୁଁ ଗୀତ ଲେଖିବାରେ ଅସୁବିଧା ହେଉଥିଲା ।
ଶିବବ୍ରତ ପୁଲିସ ବିଭାଗରେ ଶ୍ରେଷ୍ଠ ବନ୍ଧୁକ ଚାଳକ ଭାବରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ୨୫ବର୍ଷ ଧରି ଜାତୀୟ ସ୍ତରରେ ଓଡ଼ିଶାକୁ ବନ୍ଧୁକ ଚାଳନାରେ ପ୍ରତିନିଧିତ୍ୱ କରିଥିଲେ ।[୨]
ଶିବବ୍ରତ ଲେଖିଥିବା କିଛି କଥାଚିତ୍ର ଗୀତ ହେଲା :
- ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ
- ନଦୀର ନାମ ଅଳସ କନ୍ୟା
- ଉର୍ମି ଅଧିର ରୂପସି ଚିଲିକା
- ଯା ଯାରେ ଭାସି ଯା
- ମୁଁ ଯେ ଅମୃତ ସାଗର ବିନ୍ଦୁ
ମୃତ୍ୟୁ ସମ୍ପାଦନ କରନ୍ତୁ
୧୯୮୮ ସେପ୍ଟେମ୍ବର ୮ତାରିଖରେ ଶିବବ୍ରତ ଦାସଙ୍କର ପରଲୋକ ଘଟିଥିଲା ।[୩] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।
ଆଧାର ସମ୍ପାଦନ କରନ୍ତୁ
- ↑ http://www.thehindu.com/todays-paper/tp-national/tp-otherstates/tributes-paid-to-sibabrata-das/article2399023.ece
- ↑ "ନଦୀର ନାମ ଅଳସ କନ୍ୟା". ସମାଜ ୦୯/୦୯/୨୦୧୬ କଲିକତା ସଂସ୍କରଣ ପୃଷ୍ଠା ୭. Retrieved 9 September 2016.
- ↑ ସମ୍ବାଦ ୨୬/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮ରେ ପ୍ରକାଶିତ "ଝୁରୁଛି ଚିତ୍ରଲେଖା" ପ୍ରସଙ୍ଗ
ଅଧିକ ତଥ୍ୟ ସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ ଶିବବ୍ରତ ଦାସ