ସୁଜାତା ମହାପାତ୍ର
ଓଡ଼ିଶୀ ନୃତ୍ୟାଙ୍ଗନା
ସୁଜାତା ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା। [୧][୨]
ସୁଜାତା ମହାପାତ୍ର | |
---|---|
ଜନ୍ମ | ସୁଜାତା ମହାନ୍ତି ୨୭ ଜୁନ ୧୯୬୮ |
ବୃତ୍ତି(ସମୂହ) | ଓଡ଼ିଶୀ ନୃତ୍ୟ ଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶିକା |
ବୈବାହିକ-ସାଥୀ | ରତିକାନ୍ତ ମହାପାତ୍ର |
ୱେବସାଇଟ | http://www.heritageindia.org/sujata.html |
ବାଲ୍ୟ ଜୀବନ ଓ ବ୍ୟକ୍ତିଗତ ଜୀବନ
ସମ୍ପାଦନାସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ସେ ବାଲ୍ୟ କାଳରେ ପ୍ରଥମେ ଗୁରୁ ସୁଧାକର ସାହୁଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ।[୩] ୧୯୮୭ମସିହାରେ ଭୁବନେଶ୍ୱର ଆସି ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱରରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ।[୪] ଗୁରୁ କେଳୁଚରଣ ମହାପାତ୍ରଙ୍କ ପୁତ୍ର ରତିକାନ୍ତ ମହାପାତ୍ରଙ୍କୁ ବିବାହ କରିଛନ୍ତି ।[୫] ତାଙ୍କ ଝିଅ ପ୍ରିତିଷା ମହାପାତ୍ର ବି ଜଣେ ନୃତ୍ୟଶିଳ୍ପୀ ।
କର୍ମଜୀବନ
ସମ୍ପାଦନାସୁଜାତା ମହାପାତ୍ର ଓଡ଼ିଶୀ ଓ ଓଡ଼ିଶାର ଲୋକନୃତ୍ୟରୁ ତାଙ୍କ କର୍ମଜୀବନ ଆରମ୍ଭ କରିଥିଲେ । ପ୍ରଥମ ଗୁରୁ ସୁଧାକର ସାହୁଙ୍କ ନୃତ୍ୟମଣ୍ଡଳୀ ସହିତ ରହି ସେ ଓଡ଼ିଶାର ପୁରପଲ୍ଲୀରେ ନୃତ୍ୟ ପରିବେଷଣ କରିଥିଲେ ।
ମାନସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୭[୬]
- ମାହାରୀ ସମ୍ମାନ - ପଙ୍କଜ ଚରଣ ଫାଉଣ୍ଡେସନ
- ୨ୟ ସଞ୍ଜୁକ୍ତା ପାଣିଗ୍ରାହୀ ସମ୍ମାନ - ଚିତ୍ରା କୃଷ୍ଣମୂର୍ତ୍ତୀ - ବ୍ୱାସିଙ୍ଗ୍ତନ୍ ଡି.ସି.
- ଆଦିତ୍ୟ ବିର୍ଲା କଳା କିରଣ ସମ୍ମାନ - ମୁମ୍ବାଇ
- ରାଜା ଫାଉଣ୍ଡେସନ ସମ୍ମାନ - ଦିଲ୍ଲୀ
- ହୋପ୍ ଅଫ୍ ଇଣ୍ଡିଆ - ୨୦୧୧
- ନୃତ୍ୟ ରାଗିଣୀ - ପୁରୀ - ୨୦୦୨
- ବୈଶାକ୍ଷୀ ସମ୍ମାନ
- ପ୍ରାଣନାଥ ସମ୍ମାନ
- ଅଭିନନ୍ଦନିକା - ପୁରୀ - ୨୦୦୨
- ଭିମେଶ୍ୱର ପ୍ରତିକ୍ଷା ସମ୍ମାନ - ୨୦୦୪
- ରାଜା ପୁରସ୍କାର - ୨୦୦୮
- ଟପ୍ ଗ୍ରେଡେଡ୍ ଆର୍ଟିସ୍ଟ ଅଫ୍ ଦୁରଦର୍ଶନ - ଆଇ. ସି. ସି. ଆର [୭]
ଆଧାର
ସମ୍ପାଦନା- ↑ Orissi performance by Sujata Mohapatra The South Asian Times, March 12, 2007.
- ↑ Sujata Mohapatra review
- ↑ Sudhakar Sahu: First Guru of Sujata Mohapatra The Hindu
- ↑ http://www.hindu.com/thehindu/fr/2005/08/12/stories/2005081202240200.htm
- ↑ Mehta, Kamini. "Odissi dancer Sujata Mohapatra mesmerizes school students". Times of India. Retrieved 19 December 2015.
- ↑ . No. ସମାଜ ୦୭/୦୨/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩ http://www.samajaepaper.in/?mod=1&pgnum=1&edcode=73&pagedate=2019-02-07. Retrieved 7 February 2019.
{{cite news}}
: Missing or empty|title=
(help) - ↑ "ଆର୍କାଇଭ୍ କପି". Archived from the original on 2011-09-27. Retrieved 2011-12-30.
{{cite web}}
: Cite has empty unknown parameter:|1=
(help)
ଅଧିକ ତଥ୍ୟ
ସମ୍ପାଦନାଉଇକିମିଡ଼ିଆ କମନ୍ସରେ ସୁଜାତା ମହାପାତ୍ର
ବାବଦରେ ମାଧ୍ୟମ ରହିଛି ।