ରତିକାନ୍ତ ମହାପାତ୍ର
ରତିକାନ୍ତ ମହାପାତ୍ର ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ ତଥା ପଖାୱଜ (ଏକ ଓଡ଼ିଶୀ ବାଦ୍ୟଯନ୍ତ୍ର) ବାଦକ । ତାଙ୍କରି ନୃତ୍ୟ ନିର୍ଦ୍ଦେଶନାରେ ୫୫୫ ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମଠାରେ ଏକକାଳୀନ ନୃତ୍ୟ କରି "ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡସ"ରେ ନାମ ପଞ୍ଜୀକରଣ କରିଛନ୍ତି ।[୧][୨] ଏକ ଚୀନୀୟ ଚଳଚ୍ଚିତ୍ର "ଦି ଡିଜାୟାର"ରେ ମଧ୍ୟ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ।[୩]
ରତିକାନ୍ତ ମହାପାତ୍ର | |
---|---|
ଜନ୍ମ | |
ବୃତ୍ତି(ସମୂହ) | ଓଡ଼ିଶୀନାଟଶିଳ୍ପୀ, ନାଟ ନିର୍ଦ୍ଦେଶକ |
ବୈବାହିକ-ସାଥୀ | ସୁଜାତା ମହାପାତ୍ର |
ପିତାମାତା(s) | କେଳୁଚରଣ ମହାପାତ୍ର ଲକ୍ଷ୍ମୀପ୍ରିୟା ମହାପାତ୍ର |
ୱେବସାଇଟ | www |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର ଏବଂ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ସନ୍ତାନ ଭାବେ ସେ ୨୪ ଡିସେମ୍ବର, ୧୯୬୫ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୪] ବାଲ୍ୟକାଲରୁ ସେ ଓଡ଼ିଶୀ ନୃତ୍ୟ ପ୍ରତି ଆକୃଷ୍ଟ ଥିଲେ ଏବଂ ବହୁ ଶୀଘ୍ର ପଖାୱଜ ବାଦନ ତଥା ଓଡ଼ିଶୀରେ ପାରଙ୍ଗମ ହୋଇ ଉଠିଥିଲେ । ଆଦ୍ୟ ଯୌବନରେ ସେ ଜଣେ ନୃତ୍ୟଶିଳ୍ପୀ ଓ ନିର୍ଦ୍ଦେଶକ ଭାବେ ନାମ କରିଥିଲେ । ରତିକାନ୍ତ ମହାପାତ୍ର ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ରଙ୍କୁ ବିବାହ କରିଛନ୍ତି ।
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗରୁ ମର୍ଦ୍ଦଳ ବାଦନ ପାଇଁ ଫେଲୋସିପ
- ପୁରୀସ୍ଥିତ ମୋହନସୁନ୍ଦର ଦେବଗୋସ୍ୱାମୀ ସ୍ମୃତି ସଂସଦ ତରଫରୁ "ନୃତ୍ୟଶ୍ରୀ" ସମ୍ମାନ
- ବାରବାଟୀ ନୃତ୍ୟୋତ୍ସବ ପୁରସ୍କାର, ୨୦୦୩
- ଇଣ୍ଡିଆନ ପରଫର୍ମିଙ୍ଗ ଆର୍ଟସ ପ୍ରୋମୋସନ ଇନକର୍ପୋରେଟେଡ, ୱାସିଙ୍ଗଟନ ଡି.ସି., ଯୁକ୍ତରାଷ୍ଟ୍ର ଆମେରିକାଦ୍ୱାରା ଓଡ଼ିଶୀ ନୃତ୍ୟକୁ ମୂଲ୍ୟବାନ ଅବଦାନ ପାଇଁ ୨୦୦୩ରେ ସମ୍ମାନିତ
- "ଚିନ୍ତା ଓ ଚେତନା", ଭୁବନେଶ୍ୱରରୁ ୨୦୦୪ରେ "ପ୍ରାଇଡ଼ ଅଫ ଇଣ୍ଡିଆ" ନାମରେ ଜାତୀୟ ପୁରସ୍କାର
- ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟଦ୍ୱାରା ୨୦୦୫ରେ ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ
- ୨୦୦୫ରେ କଟକଠାରେ "ଆନ୍ତର୍ଜାତୀୟ ନୃତ୍ୟ ଓ ଅଭିନୟ ଉତ୍ସବ"ରେ "ନୃତ୍ୟ ଭୂଷଣ" ଉପାଧୀ
ଆଧାର
ସମ୍ପାଦନା- ↑ http://www.aajkikhabar.com/en/News/Human-Interest/Odissi-dancers-pierce-in-the-Guinness-World-Records/689714.html
- ↑ "ଆର୍କାଇଭ୍ କପି". Archived from the original on 2012-01-26. Retrieved 2013-02-20.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2012-04-04. Retrieved 2013-02-20.
{{cite web}}
: Cite has empty unknown parameter:|1=
(help) - ↑ http://www.narthaki.com/info/intervw/intrv123.html
ଅଧିକ ତଥ୍ୟ
ସମ୍ପାଦନା- http://www.srjan.com/guru_ratikanta.aspx Archived 2012-04-04 at the Wayback Machine.