ଲକ୍ଷ୍ମୀକାନ୍ତ ପାଲିତ
ଲକ୍ଷ୍ମୀକାନ୍ତ ପାଲିତ, ଜଣେ ଓଡ଼ିଆ ସଙ୍ଗୀତଜ୍ଞ ।[୧] ସଙ୍ଗୀତ ନିର୍ଦ୍ଦେଶନା, ଗାୟନ ଓ ଶିକ୍ଷାଦାନ ତାଙ୍କ ବୃତ୍ତି ।[୨] କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ଆଦି ସବୁ ସ୍ଥରରେ ସେ ସଙ୍ଗୀତ ନିର୍ଦ୍ଦେଶନା ବା ପରିବେଷଣ କରିଥିଲେ ମଧ୍ୟ ଯାତ୍ରାରେ ସେ ଅଧିକ ସକ୍ରିୟ ।
ଲକ୍ଷ୍ମୀକାନ୍ତ ପାଲିତ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର |
ଶିକ୍ଷାନୁଷ୍ଠାନ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ବୈବାହିକ-ସାଥୀ | ବିଦ୍ୟୁତପ୍ରଭା ପାଲିତ |
ସନ୍ତାନ | ରନ୍ଦୀପ ପାଲିତ, ବନ୍ଦିଶ ପାଲିତ |
ପିତାମାତା(s) | ବିଜନ ବିହାରୀ ପାଲିତ, ସୁଷମା ପାଲିତ |
ପୁରସ୍କାର | ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
ଲକ୍ଷ୍ମୀକାନ୍ତଙ୍କ ଜନ୍ମ କଟକର ଏକ କଳାକାର ପରିବାରରେ ହୋଇଥିଲା । ବିଜନ ବିହାରୀ ପାଲିତ ଓ ସୁଷମା ପାଲିତ ତାଙ୍କ ପିତା ମାତା ଥିଲେ । ମାତାଙ୍କ ପ୍ରଭାବରୁ ସେ ନିଜକୁ ଜଣେ ସଙ୍ଗୀତଜ୍ଞ ଭାବରେ ଗଢ଼ି ପାରିଛନ୍ତି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ଼ରୁ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି । ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଥିଲେ ତାଙ୍କର ଗୁରୁ । ତାଙ୍କ ଧର୍ମପତ୍ନୀ ବିଦ୍ୟୁତପ୍ରଭା, ଦୁଇ ପୁତ୍ର ରନ୍ଦୀପ ଓ ବନ୍ଦିଶ ମଧ୍ୟ ସଙ୍ଗୀତ ଶିଳ୍ପୀ ଅଟନ୍ତି ।
ସଙ୍ଗୀତଜ୍ଞ ଭାବରେ
ସମ୍ପାଦନାସଙ୍ଗୀତ କ୍ଷେତ୍ରରେ ଲକ୍ଷ୍ମୀକାନ୍ତ ୩୦ଟି ରେକର୍ଡ଼ କମ୍ପାନୀରେ ପ୍ରାୟ ୨୫୦୦ ଗୀତ ରେକର୍ଡ଼ କରିଛନ୍ତି । ସର୍ବଭାରତୀୟ ସ୍ଥରରେ ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ୨ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ଦେବାରେ ସେ ଏକମାତ୍ର ଓଡ଼ିଆ । ୧୯୮୪ ମସିହାରେ, ଏକକାଳୀନ ସେ ୫ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଗାୟନ ପ୍ରସ୍ତୁତ କରିଥିଲେ । ଦେଶାତ୍ମବୋଧ ଗୀତ "ଏଇ ଦେଶ ଏଇ ମାଟି"କୁ ସର୍ବଭାରତୀୟ ସ୍ଥରରେ ଅନୁମୋଦିତ କରେଇବାରେ ତାଙ୍କର ଅବଦାନ ରହିଛି । ଓଡ଼ିଶୀ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସହ ମିଶି ସେ ବହୁ ଓଡ଼ିଶୀ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।[୩]
ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନାସମ୍ପାଦନା
|
ଯାତ୍ରାରେ ସଙ୍ଗୀତ ନିର୍ଦ୍ଦେଶନାସମ୍ପାଦନା
|
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪-୧୫
- ସଙ୍ଗୀତ ସୁରନିଧୀ
- ସୁର ମଧୁକୁର
- ସଙ୍ଗୀତ ଗନ୍ଧର୍ବ
ଆଧାର
ସମ୍ପାଦନା- ↑ http://timesofindia.indiatimes.com/city/bhubaneswar/Dancers-regale-Bhubaneswar-audience/articleshow/51174152.cms
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ http://www.thehindu.com/features/friday-review/dance/its-back-to-roots/article8309571.ece
- ↑ "ଯାତ୍ରାକୁ ଶିଳ୍ପର ମାନ୍ୟତା ଦିଅ". ପ୍ରମେୟ ୨୭/୦୩/୨୦୧୬ ପୃଷ୍ଠା ୩୧.[permanent dead link]