ଗୌରୀଶଙ୍କର ରାୟ

ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ

ଗୌରୀଶଙ୍କର ରାୟ ଜଣେ ଓଡ଼ିଆ ଭାଷା ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ପୁରୋଧା । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ[୧]ଉତ୍କଳ ସାହିତ୍ୟ ସମାଜର ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ହୋଇ ଓଡ଼ିଆ ଭାଷା ଆନ୍ଦୋଳନରେ ଭାଗ ନେଇଥିଲେ ।[୨] ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା ଉତ୍କଳ ଦୀପିକା ପ୍ରକାଶିତ ହୋଇ ଓଡ଼ିଆମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା ଗ୍ରହଣ କରିଥିଲା । ସେ କଟକ ଟାଉନ ହଲର ପ୍ରତିଷ୍ଠାତା ଥିଲେ ।

କର୍ମବୀର

ଗୌରୀଶଙ୍କର ରାୟ
ଗୌରିଶଙ୍କର ରାୟ.png
ଜନ୍ମ ଓ ଜନ୍ମସ୍ଥାନ୧୩ ଜୁଲାଇ ୧୮୩୮(1838-07-13)
ଦୀକ୍ଷିତପଡ଼ା, ଅସୁରେଶ୍ୱର, କଟକ
ମୃତ୍ୟୁ୭ ମାର୍ଚ୍ଚ ୧୯୧୭(1917-03-07) (ବୟସ ୭୮)
ଜାତୀୟତାଭାରତୀୟ
ପୈତୃକ ବାସସ୍ଥାନକଟକ, ଓଡ଼ିଶା
ସମ୍ପର୍କୀୟରାମଶଙ୍କର ରାୟ (ସାନଭାଇ)
ଅଶ୍ୱିନୀ କୁମାର ଘୋଷ (ନାତି)

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ପାରିବାରିକସମ୍ପାଦନ କରନ୍ତୁ

ସେ ୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ କଟକ ଜିଲ୍ଲା ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶା ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ କର୍ତ୍ତା ତୋଡ଼ରମଲ୍ଲଙ୍କୁ ଓଡ଼ିଶାର ରାଜସ୍ୱ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ। ତାଙ୍କ ସହିତ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ ଓଡ଼ିଶା ଆସି, ଓଡ଼ିଶାରେ ଘରଦ୍ୱାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ । ମୋଗଲ ଶାସକମାନଙ୍କୁ, ରାଜସ୍ୱ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’ ଉପାଧି ମିଳିଥିଲା । ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’ ହୋଇଥିଲେ ।

ଶିକ୍ଷାଲାଭସମ୍ପାଦନ କରନ୍ତୁ

ଗ୍ରାମ ଚାଟଶାଳୀରେ ପ୍ରାଥମିକ ଓଡ଼ିଆ ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।

ଚାକିରିସମ୍ପାଦନ କରନ୍ତୁ

ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ କରିଥିଲେ।

୧୮୬୪: କଟକ ପ୍ରିଣ୍ଟିଂ କମ୍ପାନୀ ସ୍ଥାପନସମ୍ପାଦନ କରନ୍ତୁ

ଗୌରୀଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ ।[୩]

୧୮୬୬: ଉତ୍କଳ ଦୀପିକା ପ୍ରକାଶନସମ୍ପାଦନ କରନ୍ତୁ

କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା । [୪] ପ୍ରଥମ ଓଡ଼ିଆ ଖବରକାଗଜ 'ଉତ୍କଳ ଦୀପିକା', ୪ ଅଗଷ୍ଟ ୧୮୬୬ ତାରିଖରେ[୫] ପ୍ରଥମ କରି ପ୍ରକାଶିତ ହୋଇଥିଲା ।[୬] ଏହା ପ୍ରଥମେ ସାପ୍ତାହିକ ଭାବେ ପ୍ରକାଶିତ ହୋଇଥିଲା । ଗୌରୀ ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘ଉତ୍କଳ ଦୀପିକା’ର ପ୍ରଥମ ସମ୍ପାଦକ ।

ଦେହାନ୍ତସମ୍ପାଦନ କରନ୍ତୁ

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୧୭ ମସିହା ମାର୍ଚ୍ଚ ୭ ତାରିଖ ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।

ଆଧାରସମ୍ପାଦନ କରନ୍ତୁ

  1. "The Hindu : Dear Oriyas, Rise!". hindu.com. 2001. Retrieved 29 June 2012. Gauri Shankar Ray, a Bengali who had settled down in Orissa and upheld the cause of Oriya against Bengali.
  2. "History - Odisha - States and Union Territories - Know India: National Portal of India". india.gov.in. 2012. Retrieved 30 June 2012. 1882 AD: Utkal Sabha under the secretary Gouri Sankar Ray formed.
  3. "GOURI SHANKAR RAY". orissadiary.com. 2012. Retrieved 29 June 2012. He was the associate founder of Cuttack Printing Company
  4. "Orissa Government Portal". odisha.gov.in. 2012. Retrieved 30 June 2012. The first news paper Utkal Deipika is brought out by the Cuttack printing company.
  5. Bina Kumari Sarma (1 January 1996). Development of Modern Education in India: An Empirical Study of Orissa. M.D. Publications Pvt. Ltd. pp. 97–. ISBN 978-81-85880-94-5.
  6. "HISTORY OF CUTTACK". cuttack.nic.in. 2011. Retrieved 30 June 2012. The first Newspaper of Odisha “UtkalDipika” was publish by the Cuttack printing Company due to the efforts of Gourisankar Ray in 1866