ସୁରେନ୍ଦ୍ରନାଥ ଦ୍ୱିବେଦୀ

ଭାରତୀୟ ରାଜନୀତିଜ୍ଞ

ସୁରେନ୍ଦ୍ରନାଥ ଦ୍ୱିବେଦୀ ଜଣେ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ ଥିଲେ । ସେ ୧୯୧୩ ମସିହା ଫେବୃଆରୀ ୧୧ତାରିଖରେ[୧] ଅବିଭକ୍ତ କଟକ ଜିଲ୍ଲାର ଖଣ୍ଡାସାହିରେ ଜନ୍ମଗ୍ରହଣ କରିଥିଲେ । ୧୯୩୦ରେ ପାଠପଢ଼ା ଛାଡ଼ି ସେ ଅସହଯୋଗ ଅାନ୍ଦୋଳନରେ ଯୋଗ ଦେଇଥିଲେ । ଭାରତ ଛାଡ଼ ଆନ୍ଦୋଳନ ତଥା ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରି ସେ ମୋଟ ସାତବର୍ଷ କାରାବାସ ଦଣ୍ଡ ପାଇଥିଲେ ।[୨]

ସୁରେନ୍ଦ୍ରନାଥ ଦ୍ୱିବେଦୀ
ରାଜ୍ୟପାଳ, ଅରୁଣାଚଳ ପ୍ରଦେଶ
କାର୍ଯ୍ୟକାଳ
୨୬ ମାର୍ଚ୍ଚ ୧୯୯୧ – ୪ ଜୁଲାଇ ୧୯୯୩
ସଦସ୍ୟ, ଲୋକ ସଭା
କାର୍ଯ୍ୟକାଳ
୧୯୫୭ – ୧୯୭୦
ପର ଅଧିକାରୀସୁରେନ୍ଦ୍ର ମହାନ୍ତି
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ସଦସ୍ୟ, ରାଜ୍ୟ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୬
ବ୍ୟକ୍ତିଗତ ସବିଶେଷ
ଜନ୍ମ
ସୁରେନ୍ଦ୍ରନାଥ ଦ୍ୱିବେଦୀ

(1913-02-11)୧୧ ଫେବୃଆରୀ ୧୯୧୩
ଖଣ୍ଡାସାହି, କଟକ ଜିଲ୍ଲା, ଓଡ଼ିଶା
ମୃତ୍ୟୁ୧ ସେପ୍ଟେମ୍ବର ୨୦୦୧(2001-09-01) (ବୟସ ୮୮)
ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ, କଂଗ୍ରେସ ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଗାୟତ୍ରୀ ଦ୍ୱିବେଦୀ
ଶିକ୍ଷାନୁଷ୍ଠାନରେଭେନ୍‌ସା କଲିଜିଏଟ ସ୍କୁଲ
ୱେବସାଇଟOfficial Website

୧୯୪୬ରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ହୋଇଥିଲେ । ୧୯୫୦ରେ ପତ୍ନୀଙ୍କ ବିୟୋଗ ପରେ ନିଜକୁ ରାଜନୀତି ଓ ସମାଜସେବାରେ ସମ୍ପୂର୍ଣ୍ଣ ସମର୍ପି ଦେଇଥିିଲେ ।[୩] ୧୯୫୨ରେ ରାଜ୍ୟ ସଭା ସଦସ୍ୟ ହୋଇଥିଲେ । ୧୯୫୭ରେ ସେ ପ୍ରଥମ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଲଗାତାର ତିନିଥର କେନ୍ଦ୍ରାପଡ଼ାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ୧୯୬୨ରୁ ୭୦ ପର୍ଯ୍ୟନ୍ତ ସେ ପ୍ରଜା ସୋସାଲିଷ୍ଟ ପାର୍ଟିର ସଂସଦୀୟ ଦଳ ନେତା ଥିଲେ ।[୫] ୧୯୯୧ ମସିହାରୁ ୧୯୯୩ ପର୍ଯ୍ୟନ୍ତ ସେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ହୋଇଥିଲେ ।[୬] ୨୦୦୧ ଅକ୍ଟୋବର ୧ ତାରିଖ ଦିନ ରାଉରକେଲାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ରଚନାବଳୀ ସମ୍ପାଦନ କରନ୍ତୁ

ଓଡ଼ିଆ ସାପ୍ତାହୀକ 'କୃଷକ'ର ସେ ପ୍ରତିଷ୍ଠାତା ଓ ବହୁବର୍ଷ ଧରି ସେ ଏହାର ସମ୍ପାଦନା କରିଥିଲେ । ସୁରେନ୍ଦ୍ରନାଥଙ୍କଦ୍ୱାରା ଲିଖିତ ଓ ଅନୁଦିତ ପୁସ୍ତକ ଗୁଡ଼ିକ ହେଲା:

  • ଅଗଷ୍ଟ ବିପ୍ଳବ
  • କାରାଗାରର କାହାଣୀ
  • କ୍ରାନ୍ତିପଥ
  • ବନ୍ଦୀର ଭାବନା
  • ସ୍ମୃତି ସଂପର୍କ
  • ମୋ ଜୀବନ ସଂଗ୍ରାମ
  • ସ୍ୱାଧୀନତା ପୂର୍ବର କଂଗ୍ରେସ
  • ଲୌହ ପରଦା ଖୋଲିଗଲା
  • ଜଣେ ରାଜ୍ୟପାଳର ଅନୁଭୂତି
  • ରାଜନୀତି ବିଚାର
  • ଜୟପ୍ରକାଶଙ୍କ ଜୟଯାତ୍ରା
  • ବିଶ୍ୱ ଇତିହାସ (ଜବାହରଲାଲ ନେହେରୁଙ୍କ ଲିଖିତ Glimpses of World History ବହିର ଅନୁବାଦ)
  • Away from Dust and Din
  • Untold Story of August Revolution
  • Quest for Socialism

ଆଧାର ସମ୍ପାଦନ କରନ୍ତୁ

  1. "TODAY IN INDIAN HISTORY: Events for February 11". IndianAge. Retrieved 13 December 2014.
  2. "LOK SABHA _ SYNOPSIS OF DEBATES". LOK SABHA SECRETARIAT. Retrieved 13 December 2014.
  3. ପଣ୍ଡା, ଶୁଭ୍ରାଂଶୁ. "ରାଜଭବନରେ ଓଡ଼ିଆ" (PDF). ସମ୍ବାଦ. Retrieved 13 December 2014.
  4. "Kendrapara Election Results 2014". Elections.in. Retrieved 13 December 2014.
  5. "4th Lok Sabha Members Bioprofile". Retrieved 13 December 2014.
  6. "ARUNANACHAL PRADESH LEGISLATIVE ASSEMBLY". Govt. of ArP. Retrieved 13 December 2014.