ରମେଶ ପତ୍ରୀ
ରମେଶ ପତ୍ରୀ (ଜନ୍ମ: ୧୦ ମାର୍ଚ୍ଚ ୧୯୫୬) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ନିଜ ଶିଶୁ ସାହିତ୍ୟ ସଂକଳନ ଚିକୁନ ଓ ଚଢ଼େଇ ନିମନ୍ତେ ୨୦୦୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ରମେଶ ପତ୍ରୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ତରଭା, ସୁବର୍ଣ୍ଣପୁର | ୨୧ ଅପ୍ରେଲ ୧୯୫୦
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଚିକୁନ ଓ ଚଢ଼େଇ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୭) |
ପିତାମାତା | ବୃନ୍ଦାବନ ପତ୍ରୀ (ପିତା), ସରସ୍ୱତୀ ଦେବୀ (ମାତା) |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାରମେଶ ୧୯୫୦ ମସିହା ଅପ୍ରେଲ ମାସ ୨୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ତରଭାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୭୭ରେ ସେ କୋରାପୁଟ ଜିଲ୍ଲାରୁ ଶିକ୍ଷକତା ଆରମ୍ଭ କରି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ଶେଷରେ ବଲାଙ୍ଗୀର ଜିଲ୍ଲା ଶିକ୍ଷକ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରୁ ଅବସର ଗ୍ରହଣ କଲେ । ଓଡ଼ିଶାର ପାରମ୍ପରିକ କଣ୍ଢେଇ ନାଟରେ ଗବେଷଣା କାର୍ଯ୍ୟ ନିମନ୍ତେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଡକ୍ଟରେଟ୍ ଉପାଧି ଲାଭ କରିଥିଲେ । ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମଙ୍କଠାରୁ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ । ସେ ଭାରତୀୟ ଭାବେ ୨୦୧୫-୧୬ରେ ବିନାନୀ ଫାଉଣ୍ଡେସନ, ମୁମ୍ବାଇ ତରଫରୁ "ବାତ୍ସଲ୍ୟ" ଉପାଧି ପାଇଥିଲେ । ଜଣେ ଲେଖକ, ଗାଳ୍ପିକ ଓ ଶିଶୁ ସାହିତ୍ୟିକ ଭାବେ ଜଣାଶୁଣା । ଝୁଲୁ ହାତୀ ପାଇଁ ସେ ଜାତୀୟ ପୁରସ୍କାର ଓ ସର୍ବୋତ୍ତମ ଆଚାର୍ଯ୍ୟ ଉପାଧି ଏବଂ ଅନ୍ୟତମ ପୁସ୍ତକ ମାଟି ହେଲା ସରଗ ପାଇଁ ମଧ୍ୟ ଜାତୀୟ ପୁରସ୍କାର ପାଇଥିଲେ । ତାଙ୍କର ସହସ୍ରାଧିକ ଲେଖା ପତ୍ରପତ୍ରିକାରେ ପ୍ରକାଶିତ ଏବଂ ଆକାଶବାଣୀ ଜୟପୁର, ସମ୍ବଲପୁର ଓ ବଲାଙ୍ଗୀର କେନ୍ଦ୍ରରୁ ପ୍ରଚାରିତ । ରମେଶଙ୍କ ପିତା ବୃନ୍ଦାବନ ପତ୍ରୀ ଜଣେ ସାହିତ୍ୟିକ ଥିଲେ ଓ ବଡ଼ଭାଇ ଉମେଶ ପତ୍ରୀ ମଧ୍ୟ ଜଣେ ଲେଖକ ।[୨][୩]
ରଚନାବଳୀ
ସମ୍ପାଦନାଶିଶୁ ସାହିତ୍ୟ
ସମ୍ପାଦନା- ଚିକୁନ ଓ ଚଢ଼େଇ
- ଝୁଲୁ ହାତୀ
- ମାଟି ହେଲା ସରଗ
- ବନ ରାଇଜର କଥା
- ବଣ୍ଡାଘାଟୀର ବାଘୁଣୀ
- ଗାଉଁଲି ଗପ
- ବଡ଼ ବଡ଼ ଗଲେ ଯେଉଁ ବାଟରେ
- କଳାକାରର ହାତ
- ସୁବର୍ଣ୍ଣପୁରର ଲୋକକଥା
- ନରି
- ବଲାଙ୍ଗୀରର ଲୋକକଥା
- ଆଫ୍ରିକାର ରାଜା
- ଲଢ଼ିଲା ସେ ବୀରପରି
- ପୃଥିବୀର ଶ୍ରେଷ୍ଠ ଲୋକଗଳ୍ପ
- କଳାକାର
- ଆମେ ବି ଉଡ଼ିବୁଁ
- ମୁକ୍ତିସେନା
- ଜାପାନ ଦେଶର ଲୋକକଥା
- ଚୀନ୍ ଦେଶର ଲୋକକଥା
- ଋଷିଆର ଲୋକକଥା
- ମରିଶସର ଲୋକକଥା
- ଆଜିର କାହାଣୀ
- ପଙ୍ଗୁ[୪]
- ଡିଙ୍ଗୁର ସଂସାର
- ବାଘାଯତୀନ
- ବଡ଼ ମଣିଷଙ୍କ ଜୀବନ କଥା
- ବୀର ବାଳକ
- ଗହନ ବନର କଥା
- ଓଡ଼ିଶାର ଲୋକକଥା
- ସୋନପୁରର ଲୋକକଥା
- କନ୍ଧମାଳର ଲୋକକଥା
- କଳାହାଣ୍ଡିର ଲୋକକଥା
- ମହାରାଷ୍ଟ୍ର ଲୋକକଥା
- ଭାରତର ଶ୍ରେଷ୍ଠ ଲୋକଗଳ୍ପ
- ଭାରତର ଶ୍ରେଷ୍ଠ ଲୋକ କାହାଣୀ
- ମୋ କାହାଣୀ ପିଲାଙ୍କ ପାଇଁ
- ଜୀବନ ପଥେ
ଅନ୍ୟାନ୍ୟ
ସମ୍ପାଦନା- ଲୋକ ପରମ୍ପରାରେ କଣ୍ଢେଇ ନାଚ
- ତରଭାରେ ସ୍ବାଧୀନତା ସଂଗ୍ରାମ ଏକ ଅଜ୍ଞାତ ଅଧ୍ୟାୟ
- ଧର୍ମ ନିରପେକ୍ଷତାର ସଂକଟ
- ମହାନ୍ ଦୟାନନ୍ଦ (ଅନୁବାଦ)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର - ୨୦୦୭
- ଭାରତ ସରକାରଙ୍କ ଜାତୀୟ ପୁରସ୍କାର ଝୁଲୁ ହାତୀ ଓ ମାଟି ହେଲା ସରଗ ପାଇଁ ଦୁଇ ଥର
- ୨୦୧୫-୧୬ରେ ବିନାନୀ ଫାଉଣ୍ଡେସନ, ମୁମ୍ବାଇ ପକ୍ଷରୁ ବାତ୍ସଲ୍ୟ ଉପାଧି
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2019-09-23. Retrieved 2024-12-27.
{{cite web}}
: Cite has empty unknown parameter:|1=
(help) - ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୪୧୨.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୮୩୦. ISBN 81-7400-331-2.
- ↑ https://odishamagazines.com/pangu/