ତରଭା
ତରଭା ସୁବର୍ଣ୍ଣପୁରଜିଲ୍ଲାର ଏକ ଛୋଟ ସହର । ବେଳେବେଳେ ତରଭାକୁ ଓଲଟା ଭାରତ ବି କୁହାଯାଏ।ତରଭା ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ପରିଗଣିତ।
ତରଭା | |
---|---|
ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସୋନପୁର |
ସରକାର | |
• ନଗରପାଳ | ଶୈଳେନ୍ଦ୍ର କୁମାର ସାହୁ |
ଜନସଂଖ୍ୟା (୨୦୧୧) | |
• ମୋଟ | ୧୨,୮୮୬ |
ଭାଷା | |
• ସରକାରୀ | ଓଡ଼ିଆ |
ସମୟ ମଣ୍ଡଳ | UTC+୫:୩୦ (ଭାରତୀୟ ମାନକ ସମୟ) |
ପିନ କୋଡ଼ | ୭୬୭୦୧୬ |
ତାର କୋଡ଼ | (+୯୧) ୬୬୫4 |
ଗାଡ଼ି ପଞ୍ଜିକରଣ | OR-31 |
ଇତିହାସସମ୍ପାଦନ କରନ୍ତୁ
ପୌରାଣିକ ତଥ୍ୟ ଅନୁସାରେ ତରଭାନାଁ, ତେର ଭାୟା (तेराह भैया)ରୁ ଆସିଛି। ଗଉଁତିଆ (ଆଗରୁ ମୁଖିଆକୁ ପଶ୍ଚିମ ଓଡ଼ିଶାରେ ଗଉଁତିଆ ଆଖ୍ୟା ଦିଆ ଯାଉଥିଲା) ବ୍ୟବସ୍ଥା ବେଳେ ତରଭାର୧୩ ଜଣ ଗଉଁତିଆ ଭାଇ ଥିଲେ। ଏହି ସହରର ନାମ ତରଭା ହେବା ଆଗରୁ ତେରଭାୟା ଥିଲା। ସହରର ଗୋଟିଏ ପଟରେ ନିବୃତି ଜୋର ନାମରେ ଏକ ଛୋଟ ନଦୀ ବହିଯାଇଛି, ଯାହା ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରେ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତରଭାର ବହୁ ବର ପୁତ୍ର ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ସ୍ୱର୍ଗତ ନଟବର ଷଡ଼ଙ୍ଗୀ ଅନ୍ୟତମ ।[ଆଧାର ଲୋଡ଼ା]
ଜନଜୀବନସମ୍ପାଦନ କରନ୍ତୁ
୨୦୧୧ ଜାତୀୟ ଜନଗଣନା ଅନୁସାରେ ତରଭାର ଜନସଂଖ୍ୟା ୧୨,୮୮୬। [୧] ତହିଁ ମଧ୍ୟରୁ ୫୧% ପୁରୁଷ ଓ ୪୯% ମହିଳା ଅନ୍ତର୍ଭୁକ୍ତ। ତରଭାର ହାରାହାରି ସାକ୍ଷରତା ହାର ୬୮%, ଯାହା ଜାତୀୟ ସାକ୍ଷରତା ହାର (୫୯%)ରୁ ଅଧିକ। ତନ୍ମଧ୍ୟରୁ ପୁରୁଷ ସାକ୍ଷରତା ହାର ୭୮% ଓ ମହିଳା ସାକ୍ଷରତା ହାର ୫୮%। ଜନସଂଖ୍ୟାର ୧୨% ୬ ବର୍ଷରୁ କମ୍ ବୟସ୍କ। ଶ୍ରୀଯୁକ୍ତ ନାଥୁମଲ ଅଗ୍ରୱାଲ ଯେତେବେଳେ ତରଭାର ନଗରପାଳ ଥିଲେ ସେତେବେଳେ ତରଭାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ଘୋଷଣା କରାଗଲା। ତରଭାକୁ, ସେହି ଅଞ୍ଚଳର ବ୍ୟବସାୟୀମାନଙ୍କ ପେଣ୍ଠସ୍ଥଳୀ ଭାବରେ ଗଣନା କରାଯାଏ।
ଆର୍ଥିକ ବ୍ୟବସ୍ଥାସମ୍ପାଦନ କରନ୍ତୁ
ଏହି ସହରରେ ବିଭିନ୍ନ ଧରଣର ଲୋକ ବସବାସ କରନ୍ତି. ତନ୍ମଧ୍ୟରୁ ବଣିଆ, ତନ୍ତୀ ଓ କଂସାରୀ ଅନ୍ୟତମ.