ଯୋଗେନ୍ଦ୍ର ବେହେରା

ଓଡ଼ିଆ ରାଜନୀତିଜ୍ଞ

ଯୋଗେନ୍ଦ୍ର ବେହେରା (ଜନ୍ମ: ୧୩ ମାର୍ଚ୍ଚ ୧୯୪୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୧୯୯୦, ୧୯୯୫, ୨୦୦୦, ୨୦୦୪ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଟିଟଲାଗଡ଼ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୩ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଯୋଗେନ୍ଦ୍ର ବେହେରା
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀରମାକାନ୍ତ ସେଠ
ପର ଅଧିକାରୀମୁକେଶ ମହାଲିଙ୍ଗ
ନିର୍ବାଚନ ମଣ୍ଡଳୀଲୋଇସିଂହା
ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୯
ପୂର୍ବ ଅଧିକାରୀପୂର୍ଣ୍ଣ ଚନ୍ଦ୍ର ମହାନନ୍ଦ
ପର ଅଧିକାରୀସୁରେନ୍ଦ୍ର ସିଂହ ଭୋଇ
ନିର୍ବାଚନ ମଣ୍ଡଳୀଟିଟଲାଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1942-03-13) ୧୩ ମାର୍ଚ୍ଚ ୧୯୪୨ (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀଶୋଭାଗିନୀ ବେହେରା
ବାପା/ବୋଉସୋମନାଥ ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଯୋଗେନ୍ଦ୍ର ବେହେରା ୧୯୪୨ ମସିହାର ମାର୍ଚ୍ଚ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୋମନାଥ ବେହେରା ଏବଂ ପତ୍ନୀଙ୍କ ନାମ ଶୋଭାଗିନୀ ବେହେରା ।[୧]

ରାଜନୈତିକ ଜୀବନ ସମ୍ପାଦନା

ଯୋଗେନ୍ଦ୍ର ବେହେରା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ୨୦୧୪ରୁ ୨୦୧୭ ଯାଏଁ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ଟିଟଲାଗଡ଼ ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଟିଟଲାଗଡ଼ ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ଟିଟଲାଗଡ଼ ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ଲୋଇସିଂହା ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଲୋଇସିଂହା ବିଜୁ ଜନତା ଦଳ

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Jogendra Behera". odishaassembly.nic.in. Odisha Assembly. Retrieved 28 August 2021.