ଲଳିତଗିରି
ଲଲିତଗିରି (ନଳିତଗିରି ନାମରେ ମଧ୍ୟ ଜଣା) ଓଡ଼ିଶାର କେତେକ ମୁଖ୍ୟ ଓ ପୁରାତନ ବୌଦ୍ଧ ସ୍ତୂପ ଓ ବିହାରର ସମାହାର । ଏହା ଓଡ଼ିଶାର ରତ୍ନଗିରି ଭଳି ଏକ ପୁରାତନ କୀର୍ତ୍ତିରାଜି । ଲଳିତଗିରି, ଉଦୟଗିରି ଓ ରତ୍ନଗିରି ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା । [୧]
ଲଲିତଗିରି | |
---|---|
ଏକ ବିହାର ଭିତରକୁ ପଥ | |
Religion | |
ସମ୍ବନ୍ଧତା | ବୌଦ୍ଧ ବାଦ |
ବର୍ତ୍ତମାନ ସ୍ଥିତି | ସଂରକ୍ଷିତ |
Location | |
ଅବସ୍ଥିତି | ![]() |
ରାଜ୍ୟ | ଓଡ଼ିଶା |
ଗୌତମ ବୁଦ୍ଧଙ୍କ ଅସ୍ଥି-ସମ୍ବଳିତ ଏକ ପୁରାତନ ଆଧାର ରଖାଯାଇ ଏକ ସଂଗ୍ରହାଳୟ ଏଠାରେ ନିର୍ମାଣ କରାଯାଇଅଛି । ତାହା ସହ ବାକି ଅନେକ ପ୍ରତ୍ନତତ୍ତ୍ୱିକ ବସ୍ତୁ ମଧ୍ୟ ଏଠାରେ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯାଇଅଛି । ୧୯୮୫-୯୨ ଭିତରେ ଏହା ଏ.ଏସ.ଆଇ. ଦେଇ ବହୁଭାବରେ ଖନନ କରାଯାଇଥିଲା । ଏଥିରୁ ଏକ ବିଶାଳ ସ୍ତୂପର ଅବଶେଷ, ଖୋଣ୍ଡାଲାଇଟ, ଷ୍ଟାଲାଇଟ, ସୁନା ଓ ରୂପରେ ତିଆରି ପୁରାତନ ଆଧାର ଆଦି ଏଠାରୁ ମିଳିଅଛି । [୨]
ଉତ୍ଖନନସମ୍ପାଦନ କରନ୍ତୁ
୧୯୮୫ରୁ ୧୯୯୨ ମଧ୍ୟରେ ଲଳିତଗିରିର ଉତ୍ଖନନ କରାଯିବା ବେଳେ ବହୁ ଦୁର୍ମୂଲ୍ୟ ବୌଦ୍ଧ ମୂର୍ତ୍ତି ଓ ବୌଦ୍ଧ ଧର୍ମ ସମ୍ପର୍କୀତ ଏକ ବିଶାଳ ସ୍ତୂପ ଲୋକଲୋଚନକୁ ଆସିଥିଲା ଉକ୍ତ ସ୍ତୂପ ମଧ୍ୟରୁ ଗୋଟିତ ଭିତରେ ଗୋଟିଏ ଥାଇ ୪ଟି ଫରୁଆ ମିଳିଥିଲା ଖାଣ୍ଡେଲାଇଟ ପଥରରେ ନିର୍ମିତ ପ୍ରଥମ ଫରୁଆ ମଧ୍ୟରେ ଷ୍ଟେଟାଇଟ ନିର୍ମିତ ଏକ ଫରୁଆ, ତାମଧ୍ୟରେ ରୂପାର ନିର୍ମିତ ଫରୁଆ ଏବଂ ସେଥିମଧ୍ୟରେ ଏକ ସୁନା ଫରୁଆ ଥିଲା ଶେଷୋକ୍ତ ସୁନା ଫରୁଆ ମଧ୍ୟରେ ଗୌତମ ବୁଦ୍ଧଙ୍କ ଦେହାବଶେଷ ଥିଲା ଉକ୍ତ ଦେହାବଶେଷ ସହ ୪ଟି ଫରୁଆ ବର୍ତ୍ତମାନ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ୱରସ୍ଥ କାର୍ଯ୍ୟାଳୟରେ ଅଛି [୩]
ଅବସ୍ଥାନସମ୍ପାଦନ କରନ୍ତୁ
ଅକ୍ଷାଂଶ ୨୦.୨୫୯୪୫୮ ଉତ୍ତର ଓ ଦ୍ରାଘିମା ୮୬.୨୫୦୬୯ ପୂର୍ବ ଓ ମୁଖ୍ୟ ସ୍ତୁପର ଅବସ୍ଥାନ ୨୦.୫୮୯୪୫୮, ୮୬୨୫୦୬୯ ।
ଟୀକାସମ୍ପାଦନ କରନ୍ତୁ
- ↑ http://asi.nic.in/asi_exca_2005_orissa.asp ଏ.ଏସ.ଆଇ.
- ↑ Buddhist relics to be housed in Orissa Museum
- ↑ ସମାଜ (ଖବରକାଗଜ), ୧୮ ମଇ ୨୦୧୧, ପୃଷ୍ଠା-୧୦.
ଆଧାରସମ୍ପାଦନ କରନ୍ତୁ
"Indian Archaeology - A Review" (IAR) ଖଣ୍ଡରେ ଖନନ ବାବଦରେ ସବିଶେଷ ଏହିଠାରେ ଦେଖନ୍ତୁ:
- IAR 1985-86, pp. 62-63
- IAR 1986-87, pp. 64-67
- IAR 1987-88, pp. 88-90
- IAR 1988-89, pp. 65-66