ଯଶରାଜ

ଭାରତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ

ପଣ୍ଡିତ ଯଶରାଜ (୨୮ ଜାନୁଆରୀ ୧୯୩୦ - ୧୭ ଅଗଷ୍ଟ ୨୦୨୦) ଜଣେ ମେବାତି ଘରାନାର ଭାରତୀୟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଥିଲେ ।[୫] ୮୦ ବର୍ଷରୁ ଅଧିକ ସମୟଧରି ସେ ସଙ୍ଗୀତ ସାଧନା କରିଥିଲେ ଏବଂ ଅନେକ ପ୍ରମୁଖ ପୁରସ୍କାର ଲାଭ କରିଥିଲେ । ସେ ଭାରତ, କାନାଡ଼ା ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ସଙ୍ଗୀତ ଶିକ୍ଷା ଦେଇଥିଲେ ।

ପଣ୍ଡିତ ଯଶରାଜ
ପଣ୍ଡିତ ଯଶରାଜ ୨୦୧୫ ମସିହାରେ ଭୋପାଳର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟଠାରେ ସଙ୍ଗୀତ ପରିବେଷଣ କରୁଥିବା ଅବସରରେ
Born
ଯଶରାଜ

(1930-01-28)୨୮ ଜାନୁଆରୀ ୧୯୩୦
ହିସାର, ବ୍ରିଟିଶ ପଞ୍ଜାବ[୧]
(ବର୍ତ୍ତମାନ ଫତେବାଦ, ହରିଆନା)
Died୧୭ ଅଗଷ୍ଟ ୨୦୨୦(2020-08-17) (ବୟସ ୯୦)
ନ୍ୟୁଜର୍ସି, ଯୁକ୍ତରାଷ୍ଟ୍ର ଆମେରିକା[୨][୩]
Occupation(s)ଗାୟକ, ଗୁରୁ ଓ ତବଲା ବାଦକ
Spouseମଧୁରା ଶାନ୍ତାରାମ(୧୯୬୨-୨୦୨୦)
Childrenସାରଙ୍ଗ ଦେବ ପଣ୍ଡିତ, ଦୁର୍ଗା ଯଶରାଜ
Parent
  • ପଣ୍ଡିତ ମୋତିରାମ (father)
Relativesପଣ୍ଡିତ ପ୍ରତାପ ନାରାୟଣ (ଭାଇ)
Musical career
ଶୈଳୀହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ
ବାଦ୍ୟଯନ୍ତ୍ରକଣ୍ଠଶିଳ୍ପୀ, ତବଲା
କାର୍ଯ୍ୟକାଳ1945–2020
Websitewww.panditjasraj.com

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଯଶରାଜ, ୧୯୩୦ ମସିହା ଜାନୁଆରୀ ୨୮ ତାରିଖରେ ହରିୟାଣାର ହିସାର ଜିଲ୍ଲାର ପିଲି ମାଣ୍ଡୋରିରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପଣ୍ଡିତ ମୋତିରାମ ଜଣେ ଶାସ୍ତ୍ରୀୟ ଗାୟକ ଥିଲେ ।[୧] ୧୯୩୪ ମସିହାରେ ପିତା ମୋତିରାମଙ୍କର ମୃତ୍ୟୁ ହେବା ସମୟରେ, ଯଶରାଜଙ୍କୁ ଚାରି ବର୍ଷ ହୋଇଥିଲା ।[୬] [୭] ଯଶରାଜଙ୍କ ବଡ଼ ଭାଇ, ପଣ୍ଡୀତ ପ୍ରତାପ ନାରାୟଣ, ମଧ୍ୟ ଜଣେ ଶାସ୍ତ୍ରୀୟ ସଂଗୀତଜ୍ଞ ଥିଲେ । ପ୍ରତାପ ନାରାୟଣଙ୍କ ଦୁଇ ପୁତ୍ର ଯତୀନ-ଲଳିତ ଯୋଡି ଭାବରେ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରନ୍ତି । ତାଙ୍କ ଦୁଇ ଝିଅ ସୁଲକ୍ଷଣା ଓ ବିଜେତା ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ । ପଣ୍ଡିତ ମଣିରାମ, ଯଶରାଜଙ୍କର ସବୁଠୁ ବଡ଼ ଭାଇ ଥିଲେ ।

ଯଶରାଜଙ୍କର ଯୁବାବସ୍ଥା ହାଇଦ୍ରାବାଦରେ ଅତିବାହିତ ହୋଇଥିଲା । ଗୁଜରାଟସାଣନ୍ଦଠାରେ ସେ ସେଠାକାର 'ଠାକୁର ସାହାବ' ସଙ୍ଗୀତଜ୍ଞ ଜୟୱନ୍ତ ସିଂ ବାଘେଲାଙ୍କଠାରୁ ମେବାତି ଘରାନାର ସଙ୍ଗୀତ ଶିକ୍ଷା କରିଥିଲେ ।[୮] ୧୯୪୬ ମସିହାରେ, ଯଶରାଜ କଲିକତାକୁ ଯାଇ ସେଠାରେ ସେ ରେଡିଓ ପାଇଁ ଶାସ୍ତ୍ରୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ ।[୮]

ବ୍ୟକ୍ତିଗତ ଜୀବନ ସମ୍ପାଦନା

 
୨୦୧୧ ମସିହାରେ ଜୟପୁରର ଗୋବିନ୍ଦ ଦେବଜୀ ମନ୍ଦିରରେ ସତସଙ୍ଗ ଭବନ ମଞ୍ଚରେ ତାଙ୍କ ପତ୍ନୀ ମଧୁରାଙ୍କ ସହିତ ଯଶରାଜ ।

୧୯୬୨ ମସିହାରେ, ଯଶରାଜ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭି ଶାନ୍ତାରାମଙ୍କ ଝିଅ ମଧୁରା ଶାନ୍ତାରାମଙ୍କୁ ବିବାହ କରିଥିଲେ । ଭାବୀ ପତ୍ନୀଙ୍କୁ ସେ ପ୍ରଥମେ ୧୯୬୦ ମସିହାରେ ବମ୍ବେରେ ଭେଟିଥିଲେ । ବିବାହପରେ ପ୍ରଥମେ ସେମାନେ କଲିକତାରେ ରହୁଥିଲେ । ୧୯୬୩ ମସିହାରେ କଲିକତା ଛାଡି ବମ୍ବେକୁ ଚାଲି ଯାଇଥିଲେ । ସେମାନଙ୍କର ଦୁଇଟି ସନ୍ତାନ ଥିଲେ, ପୁଅ ଶାରଙ୍ଗ ଦେବ ପଣ୍ଡିତ ଏବଂ ଝିଅ ଦୁର୍ଗା ଜସରାଜ । ମଧୁରା ୨୦୦୯ ମସିହାରେ " ସଙ୍ଗୀତ ମର୍ତନ୍ଦ ପଣ୍ଡିତ ଯଶରାଜ" ନାମକ ଏକ ମରାଠି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ୨୦୧୦ରେ ସେ "ଆଇ ତୁଜା ଆଶିର୍ବାଦ" ନାମକ ଚଳଚ୍ଚିତ୍ର ନିର୍ଦ୍ଦେଶନା କରିଥିଲେ । ଏହି ଚଳଚ୍ଚିତ୍ରରେ ଯଶରାଜ ଓ ଲତା ମଙ୍ଗେସକର କଣ୍ଠଦାନ କରିଥିଲେ ।[୯] [୧୦]

ବୃତ୍ତିଗତ ଜୀବନ ସମ୍ପାଦନା

 
୨୦୧୫ ମସିହାରେ ଭୋପାଳର ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟରେ ସଙ୍ଗୀତ ପରିବେଷଣ କରୁଥିବା ଅବସରରେ ।

ସଙ୍ଗୀତ ଶିକ୍ଷା ସମ୍ପାଦନା

ଯଶରାଜ ନିଜ ପିତାଙ୍କଠାରୁ ସଙ୍ଗୀତ ଶିକ୍ଷାରମ୍ଭ କରିଥିଲେ । ପରେ ସେ ତବଲା ବାଦନ ଶିଖି ନିଜ ବଡ଼ ଭାଇ ପଣ୍ଡିତ ପ୍ରତାପ ନାରାୟଣଙ୍କ ସହ ବଜାଉଥିଲେ । ମଣିରାମଙ୍କ ସହିତ ମଧ୍ୟ ସେ ତବଲା ବଜାଉଥିଲେ ।[୧] ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାପାଇଁ ସେ କଣ୍ଠଶିଳ୍ପୀ ବେଗମ୍ ଅଖତରଙ୍କଦ୍ୱାରା ପ୍ରେରିତ ହୋଇଥିବା ସ୍ୱୀକାର କରିଥିଲେ ।

ଗାୟକମାନଙ୍କ ସହିତ ବଜାଉଥିବା ବାଦକମାନଙ୍କ ପ୍ରତି ସେ ସମୟରେ କରାଯାଉଥିବା ବ୍ୟବହାରରେ ବ୍ୟଥିତ ହୋଇ, ଯଶରାଜ ୧୪ ବର୍ଷ ବୟସରେ ତବଲା ବଜେଇବା ଛାଡି ସଙ୍ଗୀତ ଶିକ୍ଷାରେ ମନୋନିବେଶ କରିଥିଲେ ।[୧୧] ଗାୟକ ଭାବରେ ୧୯୫୨ ମସିହାରେ, ୨୨ ବର୍ଷ ବୟସରେ ତାଙ୍କର ପ୍ରଥମ ମଞ୍ଚପ୍ରବେଶ ହୋଇଥିଲା କାଠମାଣ୍ଡୁରେ ନେପାଳର ରାଜା ତ୍ରିଭୂଭାନ୍ ବିର୍ ବିକ୍ରମ ଶାହାଙ୍କ ଦରବାରରେ । [୧] ଗାୟକ ହେବା ପୂର୍ବରୁ ଯଶରାଜ ଅନେକ ବର୍ଷ ଧରି ରେଡିଓରେ ଅଭିନୟ କଳାକାର ଭାବରେ କାର୍ଯ୍ୟ କରିଥିଲେ ।[୧୨]

ସେ ପ୍ରଥମେ ପଣ୍ଡିତ ମଣିରାମଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାରମ୍ଭ କରିଥିଲେ । ପରେ ମେବାତି ଘରାନାର ଜୟବନ୍ତ ସିଂ ବାଘେଲା[୮] ଏବଂ ଗୁଲାମ କାଦିର ଖାନଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ସେ ଆଗ୍ରା ଘରାନାର ସ୍ୱାମୀ ବଲ୍ଲଭଦାସ ଦାମୁଲଜୀଙ୍କଠାରୁ ମଧ୍ୟ ସଙ୍ଗୀତ ଶିକ୍ଷା କରିଥିଲେ ।[୧୨]

ଗାୟନ ଶୈଳୀ ସମ୍ପାଦନା

 
ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯଶରାଜ ।

ଶାସ୍ତ୍ରୀୟ ସଙ୍ଗୀତ ସମ୍ପାଦନା

ଯଶରାଜ ମେବାତି ଘରାନାର ପାରମ୍ପାରିକ ଖୟାଲ ଗାଉଥିଲେ ମଧ୍ୟ, ସେ ଏଥିରେ ଠୁମରୀ ମିଶ୍ରଣ ଭଳି ବିଭିନ୍ନ ପ୍ରୟୋଗ କରିଥିଲେ ।[୧୨] ପ୍ରାରମ୍ଭିକ ପର୍ଯ୍ୟାୟରେ, ସେ ଅନ୍ୟ ସଂଗୀତ ଘରାନାର ଶୈଳିକୁ ନିଜ ସଙ୍ଗୀତରେ ମିଶ୍ରଣ କରି ସମାଲୋଚିତ ହୋଇଥିଲେ ।

ଅର୍ଦ୍ଧ-ଶାସ୍ତ୍ରୀୟ ଏବଂ ଲୋକପ୍ରିୟ ସଂଗୀତ ସମ୍ପାଦନା

ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିବା ବ୍ୟତୀତ, ଯଶରାଜ ଅର୍ଦ୍ଧ-ଶାସ୍ତ୍ରୀୟ ସଙ୍ଗୀତ ଶୈଳୀକୁ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟ କରିଥିଲେ ।

ଯଶରାଜ ନିଜ ପିତାଙ୍କ ସ୍ମୃତିରେ ହାଇଦ୍ରାବାଦରେ "ପଣ୍ଡିତ ମୋତିରାମ ପଣ୍ଡିତ ମଣିରାମ ସଙ୍ଗୀତ ସମରୋହ" ନାମକ ଏକ ବାର୍ଷିକ ସଙ୍ଗୀତ ମହୋତ୍ସବର ଆୟୋଜନ କରୁଥିଲେ ।[୬] [୭] ୧୯୭୨ ମସିହା ପରଠାରୁ ଏହି ସମାରୋହ ପ୍ରତିବର୍ଷ ଅନୁଷ୍ଠିତ ହୋଇଥିଲା ।[୮]

 
ନୂଆଦିଲ୍ଲୀରେ ଏକ ସଙ୍ଗୀତ ସମାରୋହରେ

ପୁରସ୍କାର ଏବଂ ସମ୍ମାନ ସମ୍ପାଦନା

ମୃତ୍ୟୁ ସମ୍ପାଦନା

୨୦୨୦ ମସିହା ଅଗଷ୍ଟ ୧୭ ତାରିଖରେ ହୃଦ୍‌ଘାତ ହେତୁ ପଣ୍ଡିତ ଯଶରାଜଙ୍କ ପରଲୋକ ଘଟିଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ "ତାଙ୍କ ମୃତ୍ୟୁ ଭାରତୀୟ ସାଂସ୍କୃତିକ କ୍ଷେତ୍ରରେ ଏକ ଗଭୀର ଶୂନ୍ୟସ୍ଥାନ ଛାଡିଛି । ସେ କେବଳ ନିଜେ ଜଣେ ଉତ୍କୃଷ୍ଟ ଗାୟକ ନଥିଲେ, ଜନେ ଅସାଧାରଣ ଗୁରୁ ଭାବରେ ସେ ଅନେକ ଭଲ ଗାୟକ ସୃଷ୍ଟି କରିଛନ୍ତି ।"[୨୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Sharma, Supriya (31 March 2017). "Pandit Jasraj on his life-long love for music". Hindustan Times (in ଇଂରାଜୀ). Retrieved 5 August 2017.
  2. "Pandit Jasraj passes away at 90". The Indian Express (in ଇଂରାଜୀ). 2020-08-17. Retrieved 2020-08-17.
  3. "Music legend Pandit Jasraj, recipient of Padma Vibhushan award, passes away at the age of 90". www.timesnownews.com (in ଇଂରାଜୀ). Retrieved 2020-08-17.
  4. "Pandit Jasraj looks back on gold mohurs from a king, hopes for more voices to join his". Hindustan Times (Interview) (in ଇଂରାଜୀ). Interviewed by Vanessa Viegas. 20 January 2020. Retrieved 2 June 2020.
  5. Kulkarni, Pranav (15 December 2008). "Pandit Jasraj casts magic spell". The Indian Express. Retrieved 4 August 2017.
  6. ୬.୦ ୬.୧ Kumar, Ranee (1 December 2004). "A custom of culture". The Hindu.
  7. ୭.୦ ୭.୧ Jāʼisī, Ṣidq; Luther, Narendra (2004). The Nocturnal Court: The Life of a Prince of Hyderabad. Oxford University Press. ISBN 978-0195666052.
  8. ୮.୦ ୮.୧ ୮.୨ ୮.୩ Paul, Papri (28 January 2015). "Pandit Jasraj takes a trip down the memory lane to relive his idyllic childhood spent in Hyderabad". The Times of India. Retrieved 5 August 2017.
  9. Nivas, Namita (10 September 2010). "Age no bar". The Indian Express.
  10. "V Shantaram's daughter turns director". Hindustan Times (in ଇଂରାଜୀ). 26 October 2010. Retrieved 6 July 2020.
  11. Thakur, Pradeep (12 September 2010). Indian Music Masters of Our Times- Part 1 (in ଇଂରାଜୀ). Punjab, India: Pradeem Thakur & Sons. pp. 179–190. ISBN 9788190870566.
  12. ୧୨.୦ ୧୨.୧ ୧୨.୨ Khurana, Suanshu (25 January 2015). "Pandit Jasraj looks back at a long, musical life on his 85th birthday". The Indian Express (in ଆମେରିକୀୟ ଇଂରାଜୀ). Retrieved 5 August 2017.
  13. ୧୩.୦ ୧୩.୧ ୧୩.୨ "Padma Awards Directory (1954–2017)" (PDF). Ministry of Home Affairs.{{cite web}}: CS1 maint: url-status (link)
  14. ୧୪.୦ ୧୪.୧ "Pandit Jasraj". Sangeet Natak Akademi. Retrieved 22 August 2019.
  15. "Marar, Jasraj bag awards". The Hindu. 12 March 2008.{{cite news}}: CS1 maint: url-status (link)
  16. "Pandit Jasraj gets Kerala Govt's award". Hindustan Times (in ଇଂରାଜୀ). 12 March 2008. Retrieved 6 July 2020.
  17. "Declaration of Sangeet Natak Akademi fellowships (Akademi Ratna) and Akademi Awards (Akademi Puraskar) for the year 2009" (Press release). Ministry of Culture (India). 16 February 2010. Retrieved 17 February 2010.
  18. "Sangeet Natak Akademi Award for Pandit Jasraj". Hindustan Times (in ଇଂରାଜୀ). 30 September 2010. Retrieved 6 July 2020.
  19. "Pandit Jasraj given Pu La Deshpande lifetime achievement award". DNA India (in ଇଂରାଜୀ). 8 November 2012. Retrieved 27 April 2020.
  20. "Pandit Jasraj to Receive Maharashtra Government's Top Music Award" (Press release) (in ଇଂରାଜୀ). Press Trust of India. Retrieved 27 April 2020 – via India West.[permanent dead link]
  21. ୨୧.୦ ୨୧.୧ "Orchestral symphony is very interesting: Pandit Jasraj". Hindustan Times (Interview) (in ଇଂରାଜୀ). Interviewed by Debarun Borthakur. 18 November 2014. Retrieved 22 August 2019.
  22. "Three music maestros get Marwar Sangeet Ratna Award". Hindustan Times. 11 December 2014. Retrieved 22 August 2019 – via PressReader.
  23. Nayak, N. Dinesh (19 January 2016). "Jasraj receives Hangal award". The Hindu (in Indian English). ISSN 0971-751X. Retrieved 15 May 2020.
  24. Rockwell, Teed (13 October 2008). "Pandit Jasraj in Concert". India Currents. Retrieved 14 May 2020.
  25. @narendramodi (17 August 2020). "The unfortunate demise of Pandit Jasraj Ji leaves a deep void in the Indian cultural sphere" (Tweet) (in ଇଂରାଜୀ) – via Twitter. {{cite web}}: Cite has empty unknown parameter: |dead-url= (help)

ବାହାର ଆଧାର ସମ୍ପାଦନା