ମୁଖ୍ୟ ସୂଚୀ ଦେଖିବେ

ଯତୀନ୍ଦ୍ର ମୋହନ ମହାନ୍ତି, (୩ ଅଗଷ୍ଟ ୧୯୩୨ - ୧୪ ଅଗଷ୍ଟ, ୨୦୧୨) ଜଣେ ଅଧ୍ୟାପକ, ଓଡ଼ିଆ ସାହିତ୍ୟିକ ଓ ସମୀକ୍ଷକ ।

ଯତୀନ୍ଦ୍ର ମୋହନ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୩ ଅଗଷ୍ଟ ୧୯୩୨(1932-08-03)
ମୃତ୍ୟୁ୧୪ ଅଗଷ୍ଟ ୨୦୧୨ (୮୦ ବର୍ଷ)
ଘରଭୁବନେଶ୍ୱର
ଜାତୀୟତାଭାରତୀୟ
ଅଲଗା ନାଆଁଯତୀନ୍ଦ୍ର ମହାନ୍ତି
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନପ୍ୟାରୀମୋହନ ଏକାଡେମୀ,
ରେଭେନ୍ସା ବିଶ୍ୱବିଦ୍ୟାଳୟ,
ପ୍ରସିଦ୍ଧିଓଡ଼ିଆ ସାହିତ୍ୟିକ ଓ ସମୀକ୍ଷକ
ଜୀବନସାଥିବିଜୟଲକ୍ଷ୍ମୀ ମହାନ୍ତି
ସନ୍ତାନସମ୍ବୀତ, ସମ୍ବୁଧ, ସୀମିତା, ନମିତା
ବାପା ବୋଉଜଗମୋହନ ମହାନ୍ତି
ଶ୍ରଦ୍ଧାରାଣୀ ଦେବୀ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବିଷୟସୂଚୀ

ବ୍ୟକ୍ତିଗତ ଜୀବନସମ୍ପାଦନ କରନ୍ତୁ

ଯତୀନ୍ଦ୍ର ମୋହନ ମହାନ୍ତି ୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ୟାମସୁନ୍ଦରପୁରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜଗମୋହନ ମହାନ୍ତି ଓ ମାତାଙ୍କ ନାମ ଶ୍ରଦ୍ଧାରାଣୀ ଦେବୀ ଥିଲା । କଟକର ପ୍ୟାରୀମୋହନ ଏକାଡେମୀରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟଇଂଲଣ୍ଡର ଲିଡ଼ସ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ସେ ନିଜ କର୍ମଜୀବନ ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ସେ ବିଜେବି କଲେଜ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ଓ ପୂର୍ବାଞ୍ଚଳ ଭାଷା ସଂସ୍ଥାନ, ଭୁବନେଶ୍ୱରର ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୨ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କାର୍ଯ୍ୟନିବୃତି ଗ୍ରହଣ କରିଥିଲେ । ତାଙ୍କୁ ବ୍ରିଟିଶ କାଉନସିଲ ତରଫରୁ ସ୍କଲାରସିପ ଓ ପୂର୍ବାଞ୍ଚଳ ଭାଷା ସଂସ୍ଥାନ ତରଫରୁ ଫେଲୋସିପ ମଧ୍ୟ ପ୍ରଦାନ କରାଯାଇଥିଲା ।

ଯତୀନ୍ଦ୍ର ମୋହନ ମହାନ୍ତି, ଉଭୟ ଓଡ଼ିଆଇଂରାଜୀ ଭାଷାରେ ପ୍ରାୟ ୨୦ ଖଣ୍ଡ ପୁସ୍ତକ ଓ ୨୫୦ଟି ନିର୍ବନ୍ଧ ରଚନା କରିଯାଇଛନ୍ତି । ଏହା ବ୍ୟତିତ ପ୍ରଜ୍ଞାଭୁବନେଶ୍ୱର ରିଭିୟୁ ନାମକ ଦୁଇଟି ପତ୍ରିକାର ସମ୍ପାଦନା ମଧ୍ୟ କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ (୧୯୮୩-୯୩) ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହିତ ସେ ବହୁ ସମୟ ଧରି ଜଡ଼ିତ ରହିଥିଲେ ।

୨୦୧୨ ମସିହା ଅଗଷ୍ଟ ମାସ ୧୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।

ରଚନାବଳୀସମ୍ପାଦନ କରନ୍ତୁ

  • ଓଡ଼ିଆ ଗଦ୍ୟ ସମ୍ଭାର, ୨୦୦୪
  • ପ୍ରେମସ୍ପଦା, ୨୦୦୨
  • ଆଧୁନିକ ଓଡ଼ିଆ ନାଟକ, ୨୦୦୦
  • ସୂର୍ଯ୍ୟସ୍ନାତା, [୧] ୧୯୯୯
  • ଆଧୁନିକ ଓଡ଼ିଆ କବିତା ସମ୍ଭାର, ୧୯୯୮
  • ପ୍ରାଚୀନ ଓଡ଼ିଆ କବିତା ସମ୍ଭାର, ୧୯୯୭
  • ନୂତନ ସମାଲୋଚନା, ୧୯୮୧
  • କାବ୍ୟତତ୍ତ୍, ୧୯୭୬
  • ଆଧୁନିକ ଓଡ଼ିଆ କବିତା, ୧୯୬୮
  • Tradition and Creativity : Essays on Oriya literature, ୨୦୦୩[୨]
  • Madhusudan Rao, ୧୯୯୬[୩]
  • Into Another Intensity, Essays on Oriya literatrue, ୧୯୮୯[୪]
  • Along The Stream on Contemporary Oriya Literature, ୧୯୯୯
  • There Where Trees Flower, Essays on Modern Oriya Literature, ୧୯୮୭[୫]
  • Biblography of India Literature in English Translation, ୧୯୮୪
  • Literary Crticism : A READING, ୧୯୮୫, (ଯୁଗ୍ମ ଲେଖକ)
  • Nobel Laureates AK (1900-1990), ୧୯୯୧, (ଯୁଗ୍ମ ଲେଖକ)
  • Land Beautiful An Orissan Culture, ୨୦୦୧, (ଯୁଗ୍ମ ଲେଖକ)[୬]

ପୁରସ୍କାର ସମ୍ମାନସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. http://orissadiary.com/personality/poet/JATINDRA_MOHAN_MOHANTY.asp
  2. Jatindra Mohan Mohanty (2003). Tradition and Creativity: Essays on Oriya Literature. Subarnarekha. ISBN 978-81-87467-18-2. Retrieved 19 August 2012.
  3. Jatindra Mohan Mohanty; Sahitya Akademi (1 January 1996). Madhusudan Rao. Sahitya Akademi. ISBN 978-81-260-0102-6. Retrieved 19 August 2012.
  4. Jatindra Mohan Mohanty (1989). Into another intensity: essays on Oriya literature. Post-Graduate Dept. of English, Utkal University. Retrieved 19 August 2012.
  5. Jatindra Mohan Mohanty (1980). There, where trees flower: essays on modern Oriya literature. Bookland International. Retrieved 19 August 2012.
  6. Jatindra Mohan Mohanty; Bimalendu Mohanty (2001). Land Beautiful: On Orissan Culture. Subarnarekha. ISBN 978-81-87467-10-6. Retrieved 19 August 2012.
  7. http://newindianexpress.com/states/odisha/article590869.ece?service=print

ଅଧିକ ତଥ୍ୟସମ୍ପାଦନ କରନ୍ତୁ