ମେଘନା ମିଶ୍ର
ମେଘ୍ନା ମିଶ୍ର, ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ ।[୧] ସେ ଓଡ଼ିଆ କଥାଚିତ୍ର କୁଳ ନନ୍ଦନ ଜରିଆରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଓଡ଼ିଆ କଥାଚିତ୍ର ସହ ସେ ଓଡ଼ିଆ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥରେ ସେ ମାଆ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।
ମେଘ୍ନା ମିଶ୍ର | |
---|---|
ଜନ୍ମ | ମେଘ୍ନା ମିଶ୍ର |
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଅଭିନୟ ଜୀବନ
ସମ୍ପାଦନାମେଘ୍ନା ମିଶ୍ର ଓଡ଼ିଆ କଥାଚିତ୍ର କୁଳନନ୍ଦନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ନାରୀ ଆଖିରେ ନିଆଁ, ପ୍ରଥମ ପ୍ରେମ, ପ୍ରିୟା ମୋ ଆସିବ ଫେରି[୨], କାଳୀଶଙ୍କର, ସମୟ ହାତରେ ଡୋରି, ୱାନ୍ ୱେ ଟ୍ରାଫିକ୍[୩] ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଯୋଉଠି ଥିଲେ ବି ତୁ ମୋର ଚଳଚ୍ଚିତ୍ରରେ ମେଘନା ମିଶ୍ର ଅଭିନେତା ବବି ମିଶ୍ରଙ୍କ ସହ ଅଭିନୟ କରୁଛନ୍ତି । ଏହି କଥାଚିତ୍ରଟି ଆଗାମୀ ଦିନରେ ମୁକ୍ତିଲାଭ କରିବାକୁ ଯାଉଛି ।[୪][୫][୬]
ଓଡ଼ିଆ କଥାଚିତ୍ର ବ୍ୟତୀତ ମେଘ୍ନା ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଶ୍ରୀ ଜଗନ୍ନାଥରେ ମାଆ ମହାଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ତରଙ୍ଗ ଟିଭିରେ ପ୍ରସାରିତ ଅନ୍ୟ ଏକ ଧାରାବାହିକ ତେଜସ୍ୱିନୀରେ ରାଜକୁମାରୀ ତେଜସ୍ୱିନୀର ମାଆ ମହାରାଣୀ ଭୂମିକାରେ ଅଭିନୟ କରିଥିଲେ ।[୭]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା |
---|---|---|
୨୦୦୩ | ନାରୀ ଆଖିରେ ନିଆଁ | |
୨୦୦୫ | କୁଳ ନନ୍ଦନ | ଚନ୍ଦ୍ରିକା |
୨୦୦୫ | ପ୍ରଥମ ପ୍ରେମ | ସୀମା |
୨୦୦୬ | ପ୍ରିୟା ମୋ ଆସିବ ଫେରି | ପାର୍ବତୀ ପଣ୍ଡା/ପାରା |
୨୦୦୭ | କାଳୀଶଙ୍କର | ଝିଲୀ |
୨୦୦୭ | ସମୟ ହାତରେ ଡୋରି | ପ୍ରୀତି |
୨୦୧୪ | ୱାନ୍ ୱେ ଟ୍ରାଫିକ୍ | ସୋନିଆ |
ଅଭିନୀତ ଧାରାବାହିକ
ସମ୍ପାଦନାଧାରାବାହିକ | ଚେନାଲ | ଭୂମିକା |
---|---|---|
ଶ୍ରୀ ଜଗନ୍ନାଥ | ତରଙ୍ଗ ଟିଭି | ମାଆ ଲକ୍ଷ୍ମୀ |
ତେଜସ୍ୱିନୀ | ତରଙ୍ଗ ଟିଭି | ମହାରାଣୀ |
ପୁରସ୍କାର
ସମ୍ପାଦନା- ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ - ତେଜସ୍ୱିନୀ (ଧାରାବାହିକ, ତରଙ୍ଗ ଟିଭି) - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍-୨୦୧୮[୭]
ଆଧାର
ସମ୍ପାଦନା- ↑ "୩୦୦ ଦୃଷ୍ଟିହୀନଙ୍କୁ ଧଳା ବାଡ଼ି ଓ ଟୋପି". ସର୍ବସାଧାରଣ. 15 October 2015. Retrieved 24 June 2018.[permanent dead link]
- ↑ "Priya Mo Asiba Pheri oriya film Video, Songs, Review, Wallpapers". Oriya Film Database. 10 March 2013. Retrieved 2 September 2018.
- ↑ "ନିଶା ବିରୋଧୀ ଫିଲ୍ମ 'ୱାନ ୱେ ଟ୍ରାଫିକ୍'". ଓଡ଼ିଆ ସ୍ପଟ୍ ନ୍ୟୁଜ୍. 20 September 2014. Retrieved 24 June 2018.[permanent dead link]
- ↑ "ରଜକୁ ଆସିବା ନୂଆ ଓଡ଼ିଆ ଫିଲ୍ମ 'ଯେଉଁଠି ଥିଲେ ବି ତୁ ମୋର'". Odisha24.com. 3 February 2018. Retrieved 15 February 2018.[permanent dead link]
- ↑ "ଓଲିଉଡରେ ପୁଣି ଏକ ନୂଆ ଯୋଡି". sambad.in. 5 February 2018. Retrieved 15 February 2018.
- ↑ "ଓଲିଉଡ ଇଣ୍ଡଷ୍ଟ୍ରିରେ ବବି ମିଶ୍ରଙ୍କ କମବ୍ୟାକ୍". ସମ୍ବାଦ. 10 February 2018. Retrieved 15 February 2018.
- ↑ ୭.୦ ୭.୧ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମେଘନା ମିଶ୍ର