ଗୁଣ୍ଡା
ଗୁଣ୍ଡା, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଏନ. କେ. ନାୟକ । ଚଳଚ୍ଚିତ୍ରର କାହାଣୀ ଏବଂ ସଂଳାପ ଲେଖିଥିଲେ ଶୁଭାଶିଷ ପତି । ସେ କାହାଣୀ ସହ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।[୨] ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ, ନିଜାମ ଏବଂ ଦୀପକ କୁମାର ବେହେରା । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାର ବେହେରା । ମାନସ ପ୍ରୀତମ, ଲିଜା ପାତ୍ର, ସ୍ନେହଲତା ବେହେରା, ଟି. ସୌରୀ, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୩]
ଗୁଣ୍ଡା | |
---|---|
ନିର୍ଦ୍ଦେଶକ | ଶୁଭାଶିଷ ପତି |
ପ୍ରଯୋଜକ | ଏନ. କେ. ନାୟକ |
ସଂଳାପ | ଶୁଭାଶିଷ ପତି |
ଚିତ୍ରନାଟ୍ୟ | ଶୁଭାଶିଷ ପତି |
କାହାଣୀ | ଶୁଭାଶିଷ ପତି |
କଳାକାର | ସିଦ୍ଧାନ୍ତ ମହାପାତ୍ର, ନିକିତା, ଝାନ୍ସି ରାଣୀ, ମିହିର ଦାସ, ରକ୍ ପାତ୍ର, ବାପି ରାୟ, ହିମିକା, ପ୍ରଜ୍ଞା ଖଟୁଆ, ମାମୁନି ମିଶ୍ର |
ସଙ୍ଗୀତ | ଦୀପକ କୁମାର ବେହେରା |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ମୁକ୍ତିଲାଭ ତାରିଖ | ୧୮ ନଭେମ୍ବର ୨୦୧୬[୧] |
ଦେଶ | ![]() |
ଭାଷା | ଓଡ଼ିଆ |
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଅଭିନେତ୍ରୀ ନିକିତା[୪] ଏବଂ ହିମିକା[୫] ନାୟିକା ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ପ୍ରଜ୍ଞା ଖଟୁଆ, ଝାନ୍ସିରାଣୀ, ମାମୁନି ମିଶ୍ର, ରକ୍ ପାତ୍ର, ବାପି ରାୟ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ୧୮ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[୬]
ଅଭିନୟ ସମ୍ପାଦନ କରନ୍ତୁ
କାହାଣୀ ସମ୍ପାଦନ କରନ୍ତୁ
ଏମଏମଏସ ସ୍କାଣ୍ଡାଲରେ ନାୟକ ସିଦ୍ଧାନ୍ତ ଓରଫ ରାଜୁ ଏବଂ ନାୟିକା ମିନୁ ଫସିବା ପରେ ସିଦ୍ଧାନ୍ତଙ୍କୁ ବଞ୍ଚାଇବାକୁ ଯାଇ ମିନୁ କୋର୍ଟରେ ମିଛ କହି ଶେଷରେ ବିଷ ପିଏ। ହେଲେ ମିନୁକୁ ଜୀବନଠାରୁ ଅଧିକ ଭଲ ପାଉଥିବା ରାଜୁ ତା’ ମିଛ ପଛରେ ଲୁଚିଥିବା ସତ୍ୟକୁ ଖୋଜିବା ଆରମ୍ଭ କରେ ଏବଂ ସେଥିପାଇଁ ତାକୁ ଘର ଛାଡି ଗୁଣ୍ଡା ହେବାକୁ ପଡିଛି । ଶେଷରେ ସେ ପ୍ରକୃତ ଦୋଷିକୁ ଖୋଜି ପାଇଛି ।[୧୩]
ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ
ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାର ବେହେରା । ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ, ନିଜାମ, ଦୀପକ କୁମାର ବେହେରା ପ୍ରମୁଖ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ମାନସ ପ୍ରୀତମ, ଲିଜା ପାତ୍ର, ସ୍ନେହଲତା ବେହେରା, ଟି. ସୌରୀ, ବିଷ୍ଣୁମୋହନ କବି, ରତିକାନ୍ତ ସତପଥୀ, ତପୁ ମିଶ୍ର ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୩]
ଗୀତ ସମ୍ପାଦନ କରନ୍ତୁ
କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ବିଛେ ବଜାରରେ" | ବାପୁ ଗୋସ୍ୱାମୀ | ମାନସ ପ୍ରୀତମ, ଲିଜା ପାତ୍ର | ୦୪:୪୬ |
2. | "ମୁଁ ଭାବୁଛି କିଛି" | ମୋହିତ ଚକ୍ରବର୍ତ୍ତୀ | ରତିକାନ୍ତ ସତପଥୀ, ତପୁ ମିଶ୍ର | ୦୫:୨୬ |
3. | "ମୁଁ ଗୁଣ୍ଡା" | ନିଜାମ | ଟି. ସୌରୀ | ୦୬:୦୦ |
4. | "ଗୁମ୍ସୁମ୍ ରାତି" | ଦୀପକ କୁମାର ବେହେରା | ସ୍ନେହଲତା ବେହେରା | ୦୨:୩୮ |
5. | "ଆରେ ସ୍ୱପ୍ନ" | ମୋହିତ ଚକ୍ରବର୍ତ୍ତୀ | ବିଷ୍ଣୁମୋହନ କବି | ୦୫:୩୫ |
ଆଧାର ସମ୍ପାଦନ କରନ୍ତୁ
- ↑ "ଆଜିର". ସମ୍ବାଦ. 18 November 2016. Retrieved 27 July 2017.
- ↑ ""ଗୁଣ୍ଡା'ରିଲିଜ୍ ପାଇଁ ପ୍ରସ୍ତୁତ". ଓଡ଼ିଶା ଟାଇମ୍. 19 September 2016. Retrieved 27 July 2017.
- ↑ ୩.୦ ୩.୧ "Gunda". Odia Movie Database. Retrieved 27 July 2017.
- ↑ "କେଉଁଠି ଏବେ ଏହି ଓଲିଉଡ ନାୟିକା?". ସମ୍ବାଦ. 1 September 2017. Retrieved 8 September 2017.
- ↑ "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
- ↑ "ପରଦାରେ 'ଗୁଣ୍ଡା'". Odiasha Update. 18 November 2016. Retrieved 27 July 2017.
- ↑ "ଓଲିଉଡରେ ଏକା ନାମରେ ଅଛନ୍ତି ଏ ଦୁଇ ଅଭିନେତ୍ରୀ | Sambad". Sambad. 24 November 2017. Archived from the original on 24 August 2018. Retrieved 24 August 2018.
- ↑ "ଓଲିଉଡ୍ ଅଭିନେତ୍ରୀ ନିକିତାଙ୍କ ଆକସ୍ମିକ ମୃତ୍ୟୁ; ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା". Sambad.in (in Odia). Odisha. 5 January 2019. Archived from the original on 5 January 2019. Retrieved 5 January 2019.
{{cite news}}
: CS1 maint: unrecognized language (link) - ↑ "ଦୁଇ ଜଣଙ୍କ ସହ ରୋମାନ୍ସ କରୁଛନ୍ତି ଏହି ଓଲିଉଡ ନାୟକ". sambad.in. 24 May 2018. Retrieved 6 June 2018.
- ↑ "ଏହି ଓଲିଉଡ୍ ନାୟକ କହୁଛନ୍ତି 'ଚାହିଁଥିବି ତତେ ହଜାରେ ବରଷ' | Sambad". Sambad. 31 August 2018. Retrieved 31 August 2018.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
- ↑ "ସୁପରଷ୍ଟାର୍ ସିଦ୍ଧାନ୍ତଙ୍କ କମାଲ: 'ଗୁଣ୍ଡା'- ଇମୋସନ୍, କମେଡି଼ ଓ ରିଭେଞ୍ଜର ପ୍ୟାକେଜ୍". Ollywood Maza. 18 November 2016. Retrieved 27 July 2017.