ମଲ୍ଲିକା ସରାଭାଇ

ନୃତ୍ୟାଙ୍ଗନା

ମଲ୍ଲିକା ସରାଭାଇ (ଇଂରାଜୀ ଭାଷାରେ Mallika Sarabhai) ଗୁଜରାଟ ପ୍ରଦେଶର ଅହମଦାବାଦରେ, (ଭାରତ) ଜନ୍ମ ଗ୍ରହଣ (୯ ମଇ ମାସ, ୧୯୫୪ରେ ) କରିଥିବା ଜଣେ କର୍ମୀ, ଅଭିନେତ୍ରୀ ଓ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନା । ଶାସ୍ତ୍ରୀୟ ନୃତ୍ୟାଙ୍ଗନା ମୃଣାଲିନୀ ସରାଭାଇ (Mrinalini Sarabhai ) ଓ ମହାକାଶ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କର (Vikram Sarabhai) କନ୍ୟା ମଲ୍ଲିକା ଜଣେ କୁଚିପୁଡ଼ି (Kuchipudi) ଓ ଭାରତନାଟ୍ୟମ (Bharatanatyam) ନର୍ତ୍ତକୀ । [] ଓ କଳା ବ୍ୟବ‌ହାର କରି ସାମାଜିକ ପରିବର୍ତ୍ତନ ଆଣିବାରେ ବିଶେଷ ଦକ୍ଷତା ଥିଲା ।


ମଲ୍ଲିକା ସରାଭାଇ‌
Mallika Sarabhai in Bertolt Brecht's adaptation of The Good Person of Szechwan directed by Arvind Gaur
ଜନ୍ମଜନ୍ମ ୦୯/୦୫/୧୯୫୪
ବୃତ୍ତି(ସମୂହ)କୁଚିପୁଡ଼ିଭରତନାଟ୍ୟମ ନର୍ତ୍ତକୀ, ଅଭିନେତ୍ରୀ, ରାଜନୀତିଜ୍ଞ
ସକ୍ରିୟ ବର୍ଷ୧୯୬୯ – ବର୍ତ୍ତମାନ ପର୍ଯ୍ୟନ୍ତ
ବୈବାହିକ-ସାଥୀବିପିନ ଶାହ
ସନ୍ତାନରେବନ୍ତ/ (Revanta)
ଅନହିତା
ପିତାମାତାବିକ୍ରମ ସରାଭାଇ (Vikram Sarabhai)
ମୃଣାଲିନୀ ସରାଭାଇ (Mrinalini)
ପୁରସ୍କାରପଦ୍ମ ଭୂଷଣ
ୱେବସାଇଟwww.mallikasarabhai.com

ପ୍ରାକ୍ ଜୀବନ

ସମ୍ପାଦନା

ମଲ୍ଲିକା ସରାଭାଇ ଭାରତର ଗୁଜରାଟ ପ୍ରଦେଶର ଅନମଦାବାଦଠାରେ (IIM Ahmedabad) ବିକ୍ରମ ସରାଭାଇ ଓ ମୃଣାଲିନୀ ସରାଭାଇଙ୍କ ଔରଷରୁ ଜନ୍ମ ଗ୍ରହଣ କରିଥିଲେ । ସନ ୧୯୭୪ରେ ସେ ଆଇଆଇଏମ ଅହମଦାବାଦରୁ ଏମ‌ବିଏ (MBA) ଡିଗ୍ରୀ ହାସଲ କରିଥିଲେ ଓ ସନ ୧୯୭୬ରେ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଅର୍ଗାନାଇଜେସନାଲ ବିହେଭିଅର ବିଷୟରେ ଡକ୍ଟରେଟ କରିଥିଲେ [] ସେ ଉଭୟ ନର୍ତ୍ତକୀ ଓ ନୃତ୍ୟ ନିର୍ଦ୍ଦେଶିକା ଥିଲେ ଓ ହିନ୍ଦୀ, ମଲୟାଲମ, ଗୁଜରାଟୀ ଓ ଆନ୍ତର୍ଜାତୀୟ ସିନେମାରେ ଅଭିନୟ କରିଥିଲେ । []

ଅଳ୍ପ ବୟସରୁ ନାଚ ଶିକ୍ଷା କରି ମାତ୍ର ୧୫ ବର୍ଷ ବୟସରେ ସେ ସିନେମାରେ ଅଭିନୟ ଆରମ୍ଭ କରିଥିଲେ । ପିଟର ବ୍ରୁକ (Peter Brook's) ମହାଭାରତ ସିନେମାରେ (୧୯୮୯) ସେ ଦ୍ରୌପଦୀ ଚରିତ୍ରରେ ଅଭିନୟ କରିଥିଲେ । ତାଙ୍କର ଦୀର୍ଘ ଜୀବନରେ ଅନେକ ସମ୍ମାନ ଓ ପ୍ରଶଂସା ପାଇଥିଲେ ଓ ତନ୍ମଧ୍ୟରୁ ଥିଏଟର ଡି ଚାମ୍ପସ ଏଲିସେସ, ପ୍ୟାରିସ ୧୯୭୭ରେ ସେ ବେଷ୍ଟ ଡାନ୍ସ ସୋଲୋଇସ୍ଟ ଭାବରେ ଗୋଲ୍ଡେନ ଷ୍ଟାର ପୁରସ୍କାର ପାଇଥିବା ଉଲ୍ଲେଖ‌ଯୋଗ୍ୟ ଅଟେ । ସରାଭାଇ ଏକ ସାମାଜିକ କର୍ମୀ ମଧ୍ୟ ଅଟନ୍ତି । [] ଅହମଦାବାଦର ଦର୍ପନ ଏକାଡେମୀ ଅଫ ପରଫର୍ମିଙ୍ଗ ଆର୍ଟସର (Darpana Academy of Performing Arts) ପରିଚାଳିକା ଅଛନ୍ତି ଯେଉଁଠାରେ ବ୍ୟବ‌ହାର ପରିବର୍ତ୍ତନ ପାଇଁ ଭାଷାକୁ ଏକ କଳା ଭାବରେ ବ୍ୟବ‌ହାର କରିବା ଶିକ୍ଷା ଦିଆଯାଏ ।[]

ମଲ୍ଲିକା ପ୍ରଥମେ ମହିଳାଙ୍କର ଶକ୍ତି ବିଷୟବସ୍ତୁକୁ ନେଇ 'ଶକ୍ତି' ପ୍ର‌ଯୋଜନା କରି ତାହାର ପାଣ୍ଡୁଲିପି ଲେଖିଥିଲେ ଓ ସେଥିରେ ଅଭିନୟ କରିଥିଲେ । ଏହା ପରେ ସେ ତାଙ୍କର ସମସ୍ତ ପ୍ରଦର୍ଶନ ନିମନ୍ତେ ନିଜେ ପାଣ୍ଡୁଲିପି ଲେଖିଥିଲେ । ଟାଇମସ ଅଫ ଇଣ୍ଡିଆ, ବନିଥା, ଦି ଉଇକ, ଦିବ୍ୟଭାଷ୍କର, ହନ୍ସ ଓ ଡିଏନଏ ପତ୍ର ପତ୍ରିକାରେ ସେ ସ୍ତମ୍ଭକାର ଥିଲେ ।

ରାଜନୀତି

ସମ୍ପାଦନା

ସନ ୨୦୦୯ର ସାଧାରଣ ଭୋଟଗ୍ରହଣ ସମୟରେ ଭାରତୀୟ ଜନତା ପାର୍ଟିର ପ୍ରଧାନ ମନ୍ତ୍ରୀ ପ୍ରାର୍ଥୀ ଏଲ କେ ଆଡଭାନୀ ବିରୁଦ୍ଧରେ ଗାନ୍ଧି ନ‌ଗର ଲୋକ ସଭା ସିଟରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଠିଆ ହୋଇଥିଲେ । ରାଜୀବ ଗାନ୍ଧୀ ସମୟରେ ସେ ୧୯୮୪ରେ ପ୍ରଥମ ଥର ପାଇଁ କଂଗ୍ରେସ ତରଫରୁ ଇଲେକସନ ଲଢ଼ିଥିଲେ । [][] ଏଲ କେ ଆଡଭାନୀଙ୍କଠାରୁ ଭୋଟର ହାରିଯାଇ ଅମାନତ ହରେଇଥିଲେ । []

ସେପ୍ଟେମ୍ବର ୨୦୧୧ରେ ସେ ଗୁଜରାଟ ମୂଖ୍ୟ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୁଦ୍ଧରେ ସର୍ବୋଦୟ ମିଶନ ସମୟରେ ଅଭିଯୋଗ କରିଥିଲେ । [] ସନ ୨୦୦୨ର ଗୁଜରାଟ ଦଙ୍ଗା ବିଷୟରେ ନରେନ୍ଦ୍ର ମୋଦୀ ତାଙ୍କର ପେଟିସନ‌କୁ ବିଫଳ କରିଥିବା ସେ ଉଲ୍ଲେଖ କରିଥିଲେ । [] ଜାନୁଆରୀ ୮, ସନ ୨୦୧୪ରେ ସେ ଆମ ଆଦମୀ ପାର୍ଟିରେ ଯୋଗଦାନ କରିଥିଲେ ।

  1. International encyclopedia of dance: a project of Dance Perspectives Foundation, Inc
  2. indobase Dances of India
  3. "The Hindu : National : Mallika Sarabhai to contest against Advani". Archived from the original on 2009-03-23. Retrieved 2020-02-08.
  4. Inspiring woman
  5. Welcome to the world of Darpana Archived 19 July 2011 at the Wayback Machine.
  6. Express India – Danseuse Mallika Sarabhai troops into Advani bastion in Gandhinagar Archived 23 September 2012 at the Wayback Machine.
  7. "Poll dance: Mallika to contest against LK from Gandhinagar – Times of India". Archived from the original on 2012-05-09. Retrieved 2020-02-08.
  8. "The Hindu – National – Modi magic fails to work". Archived from the original on 2009-05-19. Retrieved 2020-02-08.
  9. ୯.୦ ୯.୧ "Mallika Sarabhai, riots victims detained at Modi's fast venue". The Hindustan Times. IANS. 18 ସେପ୍ଟେମ୍ବର 2011. Archived from the original on 9 ନଭେମ୍ବର 2013. Retrieved 26 ଫେବୃଆରୀ 2013.