ମନ୍ନାରା ଚୋପ୍ରା
ମନ୍ନାରା ଚୋପ୍ରା (ଜନ୍ମ: ୨୯ ମାର୍ଚ୍ଚ ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ମନ୍ନାରା ହିନ୍ଦୀ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ମନ୍ନାରା ହିନ୍ଦୀ ଚଳଚ୍ଚିତ୍ର ଜିଦ୍ ଜରିଆରେ ୨୦୧୪ରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୨] ଏହା ପୂର୍ବରୁ ସେ ୨୦୧୪ରେ ତେଲୁଗୁ ଚଳଚ୍ଚିତ୍ର ପ୍ରେମା ଜୀମା ଜାନ୍ତା ନାଇ ଜରିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୩]
ମନ୍ନାର ଚୋପ୍ରା | |
---|---|
ଜନ୍ମ | ବାର୍ବି ହଣ୍ଡା ୨୯ ମାର୍ଚ୍ଚ ୧୯୯୧ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୧୪–ଏବେଯାଏଁ |
ସମ୍ପର୍କୀୟ | List
|
ପ୍ରାରମ୍ଭିକ ଜୀବନ ଏବଂ ପରିବାର
ସମ୍ପାଦନାମନ୍ନାରା ହରିୟାଣାର ଅମ୍ବଲାଠାରେ ୧୯୧୧ ମସିହା ମାର୍ଚ୍ଚ ୨୯ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜନ୍ମବେଳେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ତାଙ୍କୁ ଦେଖି ବାର୍ବୀ କଣ୍ଢେଇ ଅନୁସାରେ ବାର୍ବି ବୋଲି କହିଥିଲେ ଯାହାକି ତାଙ୍କ ମାଆଙ୍କୁ ପସନ୍ଦ ହୋଇଯାଇଥିଲା ଏବଂ ସେ ତାଙ୍କର ନାମ ମଧ୍ୟ ବାର୍ବି ବୋଲି ରଖିଦେଇଥିଲେ ।[୪] ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ସେହି ନାମକୁ ବଦଳାଇଦିଆଯାଇ ମନ୍ନାରା ରଖାଯାଇଥିଲା । ତାଙ୍କର ମାଆ ଜଣେ ଗହଣା ସଜ୍ଜକ ଏବଂ ବାପା ଜଣେ ଓକିଲ ।[୪][୫] ମନ୍ନାରା ଦିଲ୍ଲୀର ଏକ କଲେଜରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି ।[୪]
ମନ୍ନାରାଙ୍କର ଭଉଣୀମାନେ ହେଲେ: ପ୍ରିୟଙ୍କା ଚୋପ୍ରା, [୬][୭] ପରିଣୀତି ଚୋପ୍ରା,[୮] ଏବଂ ମୀରା ଚୋପ୍ରା[୯]
ଅଭିନୟ ଜୀବନ
ସମ୍ପାଦନାପାଠପଢ଼ା ସରିବା ପରେ ମନ୍ନାରା ମୁମ୍ବାଇରେ ମଡେଲିଂ ଆରମ୍ଭ କରିଥିଲେ ଏବଂ ସେଠାରେ ସେ କିଛି ବିଜ୍ଞାପନରେ ଅଭିନୟ କରିଥିଲେ । ମନ୍ନାରା ତାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ମଧ୍ୟ ୩ଟି ବିଜ୍ଞାପନରେ ଅଭିନୟ କରିଛନ୍ତି ।[୧୦][୩] ସେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ଜଣେ ନୃତ୍ୟ ଶିକ୍ଷକଙ୍କ ପାଖରେ କାର୍ଯ୍ୟ କରୁଥିଲେ ଏବଂ ସେ ହିପ୍ ହପ୍ ଏବଂ ବେଲି ଡ୍ୟାନ୍ସ ଶିଖିଥିଲେ ।[୧୧][୧୨]
୨୦୧୪ରେ ମନ୍ନାରା ତେଲୁଗୁ ଚଳଚ୍ଚିତ୍ର ପ୍ରେମା ଜୀମା ଜାନ୍ତା ନାଇରେ ପ୍ରଥମ ଅଭିନୟର ସୁଯୋଗ ପାଇଥିଲେ ।[୩] ଏବଂ ସେହି ବର୍ଷ ସେ ହିନ୍ଦୀ ଚଳଚ୍ଚିତ୍ର ଜିଦ୍ରେ ମଧ୍ୟ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟର ଅୟମାରମ୍ଭ କରିଥିଲେ ।[୨][୧୩] ଏହା ପରେ ସେ ତିନୋଟି ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୪]
ଅଭିନୀତ କଥାଚିତ୍ର
ସମ୍ପାଦନା- ୨୦୧୪: ପ୍ରେମା ଜୀମା ଜାନ୍ତା ନାଇ (ତେଲୁଗୁ)
- ୨୦୧୪: ଜିଦ୍ (ହିନ୍ଦୀ)
- ୨୦୧୬: ଜକ୍କାନ୍ନା (ତେଲୁଗୁ)
- ୨୦୧୬: ଥିକ୍କା (ତେଲୁଗୁ)
- ୨୦୧୭: ରୋଗ୍ (ତେଲୁଗୁ/କନ୍ନଡ଼)
ଆଧାର
ସମ୍ପାଦନା- ↑ Coutinho, Natasha (2 September 2013). "Chopra family thrilled". Deccan Chronicle. Retrieved 11 April 2017.
- ↑ ୨.୦ ୨.୧ "Zid Movie Review | Mannara, Karanvir Bohra". Koimoi.
- ↑ ୩.୦ ୩.୧ ୩.୨ There’s a new Barbie in town – Bangalore. The Hindu (5 March 2013). Retrieved on 2017-04-11
- ↑ ୪.୦ ୪.୧ ୪.୨ Priyanka Chopra is my guardian angel – Times of India. Timesofindia.indiatimes.com (21 January 2013). Retrieved on 2017-04-11
- ↑ 'I was unsure of going topless' – Rediff.com Movies. Rediff.com (10 November 2014). Retrieved on 2017-04-11
- ↑ "Priyanka Chopra's cousin, Mannara is riding high on success". Timesofindia.indiatimes.com (11 January 2016). Retrieved on 2017-04-11
- ↑ Dibyojyoti Baksi (8 November 2014). "Mannara: The latest Chopra sister to enter B'wood". Hindustan Times. Archived from the original on 10 November 2014. Retrieved 11 April 2017.
- ↑ "Here's Priyanka Chopra's another cousin on the block!". India Today. 5 June 2012. Retrieved 11 April 2017.
- ↑ "Priyanka's family thrilled". The Tribune (Chandigarh). 1 December 2000. Archived from the original on 21 November 2013. Retrieved 11 April 2017.
- ↑ "Priyanka Chopra's sister Mannara to debut in Bollywood with Zid". The Times of India. 27 October 2014. Retrieved 11 April 2017.
- ↑ Taking Life as it Comes Archived 2015-04-02 at the Wayback Machine.. The New Indian Express (11 November 2014). Retrieved on 2017-04-11.
- ↑ "Priyanka Chopra's sister Mannara is not new to acting". Timesofindia.indiatimes.com (24 November 2014). Retrieved on 2016-12-29.
- ↑ "Box Office Collection: Mannara's 'Zid' Rakes in ₹8 Crore; Emraan's 'Ungli' has Average Opening Weekend". International Business Times. 1 December 2014.
- ↑ "Priyanka Chopra’s cousin Mannara Chopra busy in Tollywood". Deccanchronicle.com. Retrieved on 11 April 2017.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମନ୍ନାରା ଚୋପ୍ରା
- ଫେସବୁକରେ ମନ୍ନାରା ଚୋପ୍ରା
- ଟୁଇଟରରେ ମନ୍ନାରା ଚୋପ୍ରା
- ଇନଷ୍ଟାଗ୍ରାମରେ ମନ୍ନାରା ଚୋପ୍ରା