ପ୍ରିୟଙ୍କା ଚୋପ୍ରା

ଭାରତୀୟ ଅଭିନେତ୍ରୀ ଓ ଗାୟିକା

‌ପ୍ରିୟଙ୍କା ଚୋପ୍ରା‌ (ଜନ୍ମ: ୧୮ ଜୁଲାଇ ୧୯୮୨), ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ, ଗାୟିକା, ଚଳଚ୍ଚିତ୍ର ପ୍ରଯୋଜିକା, ସମାଜ ସେବୀ ଏବଂ ମିସ୍ ୱାରଲ୍ଡ-୨୦୦୦ ବିଜୟୀନି । ସେ ଭାରତୀୟ ଚଳଚ୍ଚିତ୍ର ସ‌ହ ଆନ୍ତର୍ଜାତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୬ ମସିହାରେ ଭାରତ ସରକାରଙ୍କ ତରଫରୁ ପ୍ରିୟଙ୍କାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।

ପ୍ରିୟଙ୍କା ଚୋପ୍ରା
Priyanka Chopra looking away from the camera
୨୦୧୨ରେ ନିକନର କାର୍ଯ୍ୟକ୍ରମରେ ପ୍ରିୟଙ୍କା
Born (1982-07-18) ୧୮ ଜୁଲାଇ ୧୯୮୨ (ବୟସ ୪୧)
Nationalityଭାରତୀୟ
Occupations
  • ଅଭିନେତ୍ରୀ
  • ଗାୟିକା
  • ମଡେଲ
  • ଚଳଚ୍ଚିତ୍ର ପ୍ରଯୋଜକ
  • ସମାଜସେବୀ
Years active୨୦୦୦–ଏବେଯାଏଁ
Relatives[୧]
Awards
List

Websiteiampriyankachopra.com

ଯଦିଓ ପ୍ରିୟଙ୍କାଙ୍କୁ ଅନ୍ତରୀକ୍ଷ ବିଜ୍ଞାନ ପଢ଼ିବା ପସନ୍ଦ ଥିଲା, ସେ ୨୦୦୦ ମସିହାରେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତିବା ପରେ ୨୦୦୩ ମସିହାରେ ହିନ୍ଦୀ କଥାଚିତ୍ର ‌ଦ ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପାଦ ରଖିଥିଲେ । ଏହା ପରେ ସେ ୨୦୦୩ରେ ଅନ୍ଦାଜ୍ ଏବଂ ୨୦୦୪ରେ ‌ମୁଝ୍‌ସେ ସାଦି କରୋଗୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକମାନଙ୍କୁ ଆକର୍ଷିତ କରିଥିଲେ । ଅନ୍ୟ ଚଳଚ୍ଚିତ୍ର ଏତ୍‌ରାଜ୍‌, ‌କ୍ରିସ୍ ଏବଂ ‌ଡନ୍‌ରେ ଅଭିନୟ କରି ପ୍ରିୟଙ୍କା ହିନ୍ଦୀ କଥାଚିତ୍ର ଜଗତରେ ତାଙ୍କର ସ୍ଥିତିକୁ ସୁଦୃଢ଼ କରିଥିଲେ ।

ଏହା ପରେ ୨୦୦୮ରେ ପ୍ରିୟଙ୍କା ‌ଫ୍ୟାସନ୍ ଚଳଚ୍ଚିତ୍ରରେ ଅଭିନୟ କରି ଫିଲ୍ମ‌ଫେୟାର ପୁରସ୍କାର ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଥିଲେ । ପରେ ପରେ ପ୍ରିୟଙ୍କାଙ୍କ ଅଭିନୀତ ଚଳଚ୍ଚିତ୍ର କମିନେ, ‌୭ ଖୁନ୍ ମାଫ୍, ବର୍ଫି, ‌ମେରି କମ୍, ‌ଦିଲ୍ ଧଡ଼କ୍‌ନେ ଦୋ ଏବଂ ‌ବାଜିରାଓ ମସ୍ତାନି ଅନେକ ସଫଳତା ପାଇଥିବା ବେଳେ ପ୍ରିୟଙ୍କାଙ୍କୁ ମଧ୍ୟ ଆଣିଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ । ୨୦୧୫ ମସିହାରେ ପ୍ରିୟଙ୍କା ଆମେରିକାର ଏକ ରହସ୍ୟମୟ ଇଂରାଜୀ ଧାରାବାହିକ ‌କ୍ୱାଣ୍ଟିକୋରେ ଅଭିନୟ କରିଥିଲେ । ଆମେରିକାର ଧାରାବାହିକରେ କାମ କରିବାରେ ସେ ଥିଲେ ଦକ୍ଷିଣ ଏସିଆରେ ପ୍ରଥମ ମହିଳା । ପ୍ରିୟଙ୍କା ଅଭିନୟ ସ‌ହ ନିଜେ ତିନୋଟି ଗୀତରେ କଣ୍ଠଦାନ କରିଛନ୍ତି । ଏହି ଗୀତଗୁଡ଼ିକରେ ସେ ନିଜେ ମଧ୍ୟ ଅଭିନୟ କରିଥିଲେ । ଏହା ସ‌ହ ପ୍ରିୟଙ୍କା ନିଜେ ଏକ ପ୍ରଯୋଜନା ସଂସ୍ଥା ମଧ୍ୟ ଆରମ୍ଭ କରିଛନ୍ତି; ଯାହାର ନାମ ହେଉଛି, ପର୍ପଲ୍ ପେବ୍‌ଲ୍ ପିକ୍ଚର୍ସ । ଏହି ପ୍ରଯୋଜନା ସଂସ୍ଥାରେ ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି ।

ପ୍ରିୟଙ୍କା ଅଭିନୟ ସ‌ହ ସମାଜ ସେବା ପାଇଁ ମଧ୍ୟ ଅନେକ କିଛି କରିଛନ୍ତି । ସେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବାଳ-ଅଧିକାର ଅଧିନିୟମ ପାଇଁ ମୁଖ୍ୟ ଦୂତ ଭାବରେ କାର୍ଯ୍ୟକରୁଛନ୍ତି । ସେ ପରିବେଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମହିଳାମାନଙ୍କର ଅଧିକାର ପାଇଁ ପ୍ରଚାର କରିଛନ୍ତି । ପ୍ରିୟଙ୍କା ମୁଖ୍ୟତଃ ଲିଙ୍ଗ‌ଗତ ସମାନତା ଏବଂ ନାରୀବାଦ ପାଇଁ ପ୍ରଚାର କରୁଛନ୍ତି ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର ସମ୍ପାଦନା

 
୨୦୧୨ରେ ପ୍ରିୟଙ୍କା ତାଙ୍କର ମାଆ, ବାପା ଏବଂ ଭାଇଙ୍କ ସ‌ହ

ପ୍ରିୟଙ୍କା ଚୋପ୍ରା ୧୮ ଜୁଲାଇ ୧୯୮୨ ମସିହାରେ ଜାମସେଦପୁର, ବିହାର (ଏବେକାର ଝାଡ଼ଖଣ୍ଡ)ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଅଶୋକ ଚୋପ୍ରା ଏବଂ ମାଆ ମଧୁ ଚୋପ୍ରା ଉଭୟ ଭାରତୀୟ ସେନାରେ ଚିକିତ୍ସକ ଥିଲେ ।[୨][୩] ତାଙ୍କର ପିତା ଜଣେ ପଞ୍ଜାବୀ ଲୋକ ଥିଲେ ଯେ କି ଅମ୍ବଳାର ବାସିନ୍ଦା ।[୪][୫] ଏବଂ ତାଙ୍କର ମାଆ ଝାଡ଼ଖଣ୍ଡର ବାସିନ୍ଦା ଥିଲା ।[୬][୭] ପ୍ରିୟଙ୍କାର ଗୋଟିଏ ସାନ ଭାଇ ଅଛି, ଯେ କି ପ୍ରିୟଙ୍କାଙ୍କଠାରୁ ୭ବର୍ଷ ସାନ ।[୮] ଅଭିନେତ୍ରୀ ପରିଣୀତି ଚୋପ୍ରା, ମୀରା ଚୋପ୍ରା ଏବଂ ମନାରା ଚୋପ୍ରା ହେଉଛନ୍ତି ପ୍ରିୟଙ୍କାଙ୍କ ସମ୍ପର୍କୀୟ ଭଉଣୀ ।[୯] ଯେହେତୁ ତାଙ୍କ ପିତା ଏକ ସରକାରୀ ଚାକିରୀଆ ଥିଲା, ସେଥିପାଇଁ ସେମାନଙ୍କର ନିବାସସ୍ଥଳୀ ଦିଲ୍ଲୀ, ଚଣ୍ଡିଗଡ଼, ଅମ୍ବଳା, ଲଦାଖ, ଲକ୍ଷ୍ନୌ, ବରେଲି ଏବଂ ପୁଣେ ଥିଲା ।[୧୦]

ଆର୍ମି ପବ୍ଲିକ ସ୍କୁଲରେ ପ୍ରିୟଙ୍କା ପଢ଼ୁଥିବା[୧୧][୧୨] ବେଳେ ସେଠାକାର ସ୍ଥାନୀୟ ‌ମଇ କୁଇନ୍ ପ୍ରତିଯୋଗିତାରେ ସେ ବିଜୟିନୀ ହୋଇଥିଲେ ।[୧୩] ଏହା ପରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିଲା ଏବଂ ତାଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ମଧ୍ୟ ସୁରକ୍ଷାକର୍ମୀଙ୍କର ବ୍ୟବସ୍ଥା କରାଯାଇଥିଲା ।[୧୪] ଏହା ପରେ ତାଙ୍କ ମାଅଙ୍କ ପ୍ରରୋଚନାରେ ସେ ‌ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ୨୦୦୦ ମସିହାରେ ଭାଗନେଇଥିଲେ ।[୧୫] ଏବଂ ଏହି ପ୍ରତିଯୋଗିତାରେ ସେ ୨ୟ ସ୍ଥାନରେ ରହିଥିଲେ ଏବଂ ମିସ୍ ଇଣ୍ଡିଆ ୱାରଲ୍ଡ ଭାବେ ଘୋଷିତ ହୋଇଥିଲେ ।[୧୬][୧୭][୧୮] ଏହା ପରେ ପ୍ରିୟଙ୍କା ସେହି ‌ମିସ୍ ୱାରଲ୍ଡ ପ୍ରତିଯୋଗିତାରେ ବିଜୟୀନି ହୋଇଥିଲେ ।[୧୭][୧୯][୨୦]

ଅଭିନୟ ଜୀବନ ସମ୍ପାଦନା

ପ୍ରିୟଙ୍କା ୨୦୦୦ ମସିହାରେ ‌ମିସ୍ ୱାରଲ୍ଡ ପ୍ରତିଯୋଗିତା ଜିତିବା ପରେ ଏକ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୩ ମସିହାରେ ହିନ୍ଦୀ କଥାଚିତ୍ର ‌ଦ ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ପରେ ପରେ ସେ ଅନ୍ଦାଜ୍, ମୁଝ୍‌ସେ ସାଦି କରୋଗୀ, ଏତ୍‌ରାଜ୍, କ୍ରିସ୍, ଡନ୍, ଫ୍ୟାସନ୍, କମିନେ, ସାତ୍ ଖୁନ୍ ମାଫ୍, ବର୍ଫି, ମେରୀ କମ୍, ଦିଲ୍ ଧଡକ୍‌ନେ ଦୋ, ବାଜିରାଓ ମସ୍ତାନୀ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

୨୦୧୫ ମସିହାରେ ପ୍ରିୟଙ୍କା ଆମେରିକାର ଏକ ଧାରାବାହିକ କ୍ୱାଣ୍ଟିକୋରେ ଅଭିନୟ କରିଥିଲେ ।[୨୧][୨୨][୨୩] ପ୍ରିୟଙ୍କା ଏକ ଇଂରାଜୀ ଚଳଚ୍ଚିତ୍ରରେ ‌ବେୱାଚ୍‌ରେ ମଧ୍ୟ ଅଭିନୟ କରିଥିଲେ ।[୨୪]

ସଙ୍ଗୀତ ଜୀବନ ସମ୍ପାଦନା

ପ୍ରିୟଙ୍କା ତିନୋଟି ଗୀତ ଭିଡ଼ିଓରେ ଗୀତ ଗାଇଥିଲେ ଏବଂ ସେ ନିଜେ ମଧ୍ୟ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଗୀତ ମଧ୍ୟ ଗାଇଥିଲେ ।

ଅଭିନୀତ କଥାଚିତ୍ର ସମ୍ପାଦନା

  • ଥାମିଜାନ୍
  • ଦ ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ
  • ଅନ୍ଦାଜ୍
  • ପ୍ଲାନ୍
  • କିସ୍ମତା
  • ଅସମ୍ଭବ
  • ମୁଝ୍‌ସେ ସାଦି କରୋଗୀ
  • ଏତ୍‌ରାଜ୍
  • ବ୍ଲାକ୍‌ମେଲ୍
  • କରମ୍
  • ୱକ୍ତ: ଦ ରେସ୍ ଏଗ୍‌ନେଷ୍ଟ ଟାଇମ୍
  • ୟକିନ୍
  • ବରସାତ୍
  • ବ୍ଲଫ୍‌ମାଷ୍ଟର
  • ଟ୍ୟାକ୍ସି ନଂ. ୯୨୧୧
  • ୩୬ ଚାଇନା ଟାଉନ୍
  • ଅଲଗ୍
  • କ୍ରିଶ୍
  • ଆପ୍‌ କି ଖାତିର୍
  • ଡନ୍
  • ସଲାମ୍-ଏ-ଇସ୍କ: ଏ ଟାଟ୍ରିବିଉଟ୍ ଟୁ ଲଭ୍
  • ବିଗ୍ ବ୍ରଦର୍
  • ଓମ୍ ଶାନ୍ତି ଓମ୍
  • ମାଇଁ ନେମ୍ ଇସ୍ ଆନ୍ଥୋନୀ ଗୋନ୍‌ସାଲ୍‌ଭିସ୍
  • ଲଭ୍ ଷ୍ଟୋରୀ ୨୦୫୦
  • ଗଡ୍ ତୁସି ଗ୍ରଟ୍ ହୋ
  • ଚମ୍‌କୁ
  • ଦ୍ରୋଣ
  • ଫ୍ୟାସନ୍
  • ଦୋସ୍ତାନା
  • ବିଲ୍ଲୁ
  • କମିନେ
  • ୱାଟ୍ ଇସ୍ ଇୟୋର୍ ରାଶୀ?
  • ପ୍ୟାର୍ ଇମ୍‌ପସିବଲ୍!
  • ଯାନେ କାହାଁ ସେ ଆୟି ହୈ
  • ଅଞ୍ଜନା ଅଞ୍ଜନୀ
  • ୭ ଖୁନ୍ ମାଫ୍
  • ରା. ୱାନ୍
  • ଡନ୍ ୨
  • ଅଗ୍ନୀପଥ
  • ତେରି ମେରି କାହାଣୀ
  • ବର୍ଫି
  • ଦିୱାନା ମେଁ ଦିୱାନା
  • ଗାର୍ଲ ରାଇଜିଂ
  • ସୁଟ୍ଆଉଟ୍ ଏଟ୍ ୱାଡାଲା
  • ବମ୍ବେ ଟକିଜ୍
  • ପ୍ଲାନ୍‌ସ୍
  • ଜଞ୍ଜିର୍
  • କ୍ରିଶ ୩
  • ଗୋଲିୟୋଁ କି ରାସ୍‌ଲୀଳା ରାମ୍-ଲୀଳା
  • ଗୁଣ୍ଡେ
  • ମେରୀ କମ୍
  • ଦିଲ୍ ଧଡକ୍‌ନେ ଦୋ
  • ବାଜିରାଓ ମସ୍ତାନୀ
  • ଜୟ ଗଙ୍ଗାଜଳ
  • ବମ୍ ବମ୍ ବୋଲ୍ ରହା ହୈ କାଶୀ
  • ଭେଣ୍ଟିଲେଟର୍
  • ଶରଭନ୍
  • ବେୱାଚ୍

ଦୂରଦର୍ଶନ ସମ୍ପାଦନା

  • ଫିଅର୍ ଫ୍ୟାକ୍ଟର: ଖତରୋଁ କେ ଖିଲାଡ଼ି
  • କ୍ୱାଣ୍ଟିକୋ
  • ଇଟ୍ ଇସ୍ ମାଇଁ ସିଟି
  • ପ୍ରୋଜେକ୍ଟ ରନ୍‌ୱେ

ଆଧାର ସମ୍ପାଦନା

  1. Coutinho, Natasha (2 September 2013). "Chopra family thrilled". Deccan Chronicle. Retrieved 2 April 2017.
  2. "Birthday Special: 30 Facts About Priyanka Chopra". Rediff.com. 18 July 2012. Retrieved 2 April 2017.
  3. ୩.୦ ୩.୧ "Birthday blast: Priyanka Chopra's Top 30 moments in showbiz". Hindustan Times. 17 July 2012. Archived from the original on 18 July 2012. Retrieved 2 April 2017.
  4. ""I'll get married six times" - Priyanka Chopra". Filmfare. 17 October 2013. Retrieved 2 April 2017.
  5. Batra, Ankur (1 June 2015). "Priyanka Chopra missed visiting her hometown Ambala". The Times of India. Retrieved 2 April 2017.
  6. Chandran, Abhilash (12 June 2016). "Much ado about Adieu". The New Indian Express. Archived from the original on 13 June 2016. Retrieved 2 April 2017.
  7. "Priyanka Chopra harassed by unknown man". CNN-IBN. Indo-Asian News Service. 21 February 2011. Archived from the original on 4 December 2013. Retrieved 2 April 2017.
  8. "In pics: Meet Priyanka Chopra's family". CNN-IBN. 14 September 2012. Archived from the original on 18 September 2012. Retrieved 2 April 2017.
  9. "Here's Priyanka Chopra's another cousin on the block!". India Today. 5 June 2012. Retrieved 2 April 2017.
  10. Bakshi, Dibyojyoti (7 September 2012). "Priyanka Chopra first single inspired by her life". Hindustan Times. Archived from the original on 8 September 2012. Retrieved 2 April 2017.
  11. "Army School Alumni". Army School Bareilly. Retrieved 2 April 2017.
  12. Singh, Sonia (17 September 2012). "Your Call with Priyanka Chopra: Full Transcript". NDTV. Archived from the original on 22 May 2014. Retrieved 2 April 2017.
  13. "Granny brought up Priyanka". The Tribune. 1 December 2000. Archived from the original on 21 November 2013. Retrieved 2 April 2017.
  14. Toshniwal, Chaya. "When Priyanka Chopra slept in a 'cage'". Daily News and Analysis. Retrieved 2 April 2017.
  15. "Meet Priyanka Chopra". Rediff.com. 29 July 2004. Retrieved 2 April 2017.
  16. "International Pageant Winners". The Times of India. Archived from the original on 10 April 2012. Retrieved 2 April 2017.
  17. ୧୭.୦ ୧୭.୧ "Miss India Winner 2000 – 1991". The Times of India. Archived from the original on 29 March 2013. Retrieved 2 April 2017.
  18. "Miss Indias who won International Pageants". The Times of India. Retrieved 2 April 2017.
  19. "Priyanka Chopra is Miss World 2000". Rediff.com. 30 November 2000. Retrieved 2 April 2017.
  20. Subburaj, V.V.K. Sura's Year Book 2006. Sura Books. p. 85. ISBN 978-81-7254-124-8.
  21. Goldberg, Lesley (17 December 2014). "Bollywood Star Priyanka Chopra Inks Talent Deal With ABC". The Hollywood Reporter. Retrieved 2 April 2017.
  22. "Priyanka Chopra Joins ABC's 'Quantico'; Brent Sexton In 'Runner'". Deadline.com. 26 February 2015. Retrieved 2 April 2017.
  23. Andreeva, Nellie (May 7, 2015). "ABC Picks Up Dramas 'The Catch', Jenna Bans, 'Kings & Prophets', 'Boom', 'L.A. Crime' & 'Quantico' To Series". Deadline Hollywood. Retrieved 2 April 2017.
  24. Falcone, Dana Rose (16 February 2016). "Quantico star Priyanka Chopra to play villain in Baywatch movie". Entertainment Weekly. Retrieved 2 April 2017.

ଅଧିକ ତ‌ଥ୍ୟ ସମ୍ପାଦନା