ମନିଷା ମିଶ୍ର
ଓଡ଼ିଆ ଅଭିନେତ୍ରୀ
ମନିଷା ମିଶ୍ର ଜଣେ ଭାରତୀୟ-ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଓଡ଼ିଆ ଦୂରଦର୍ଶନ ଧାରାବାହିକ ଆଦିରେ ଅଭିନୟ କରନ୍ତି । ୧୯୯୬ ମସିହାରେ ସେ ଓଡ଼ିଆ କଥାଚିତ୍ର ପୁଅ ମୋର ଭୋଳାଶଙ୍କରରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ସୁପରଷ୍ଟାର, ମୁଁ ଦିୱାନା ତୋ' ପାଇଁ, ଧର୍ମ, ଗଡ୍ଫାଦର୍, ବିନ୍ଦାସ ରୋମିଓ, ତୋ ପ୍ରେମରେ ପଡ଼ିଲା ପରେ, ଆଦି କଥାଚିତ୍ରରେ ଅଭିନୟ କରିଛନ୍ତି । ସେ ମଞ୍ଜରୀ ଟିଭିରେ ପ୍ରସାରିତ ଧାରାବାହିକ ରକ୍ତ ସମ୍ପର୍କରେ ଅଭିନୟ କରିଥିଲେ ।
ମନିଷା ମିଶ୍ର | |
---|---|
ବୃତ୍ତି | (ଓଡ଼ିଆ) ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୬ରୁ - ଏବେଯାଏଁ |
ସନ୍ତାନ | ଅନନ୍ୟା ମିଶ୍ର (ଝିଅ) |
ଅଭିନୟ ଜୀବନ
ସମ୍ପାଦନାମନିଷା ମିଶ୍ର ତୋ'ର ମୋର ପ୍ରେମ କାହାଣୀ ନାମକ ଏକ ଓଡ଼ିଆ ଚଳଚ୍ଚିତ୍ରରେ ନାୟକର ମାଆ ଭୂମିକାରେ ଅଭିନୟ କରିଥିଲେ, ଯାହାକି ମୁକ୍ତିଲାଭ କରିନଥିଲା ।[୧] ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା କଥାଚିତ୍ର ଗାଁର ନାଁ ଗାଲୁଆପୁରରେ ସେ ଅଭିନୟ କରିଥିଲେ ।[୨][୩] ୨୦୨୩ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ବାଜିବଲୋ ସାହାନାଇ ମୁକ୍ତିଲାଭ କରିଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ଆଶୁତୋଷ ମହାପାତ୍ର ।[୪]
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୬ | ପୁଅ ମୋର ଭୋଳାଶଙ୍କର | ଗୌରୀ | |
୨୦୧୩ | ସୁପରଷ୍ଟାର | ||
ମୁଁ ଦିୱାନା ତୋ' ପାଇଁ | ପ୍ରମିଳା | ||
ଧର୍ମ | |||
ମିତ ବସିଛି ମୁଁ ଭୂତ ସାଥିରେ | |||
୨୦୧୫ | ବିନ୍ଦାସ ରୋମିଓ | ||
୨୦୧୭ | ଗଡ୍ଫାଦର୍ | ||
ମୁଁ ଖାଣ୍ଟି ଓଡ଼ିଆ ଝିଅ | |||
୨୦୧୮ | ଭାଇଜାନ୍ | ||
୨୦୧୯ | ବୈଶାଳୀ | ||
୨୦୨୧ | ଗାଁର ନାଁ ଗାଲୁଆପୁର | ||
୨୦୨୩ | ବାଜିବଲୋ ସାହାନାଇ |
ଅଭିନୀତ ଧାରାବାହିକ
ସମ୍ପାଦନାବର୍ଷ | ଧାରାବାହିକ | ଭୂମିକା | ଚେନାଲ୍ |
---|---|---|---|
୨୦୨୦ | ରକ୍ତ ସମ୍ପର୍କ | ମଞ୍ଜରୀ ଟିଭି |
ଆଧାର
ସମ୍ପାଦନା- ↑ "ନୂଆ ନାୟକଙ୍କର ଓଲିଉଡର ଜଣାଶୁଣା ନାୟିକାଙ୍କ ସହ ଅନ୍ ସ୍କ୍ରିନ୍ ରୋମାନସର ଅନୁଭୂତି | Sambad" (in ଆମେରିକୀୟ ଇଂରାଜୀ). 2017-11-12. Archived from the original on 2021-09-10. Retrieved 2021-09-10.
- ↑ "Shooting of Gaanra Naa Gaaluapur going on - Times of India". The Times of India (in ଇଂରାଜୀ). Retrieved 2021-09-10.
- ↑ "Mahurat of Odia film 'Ganra Na Galua-pura' held". KalingaTV (in ଆମେରିକୀୟ ଇଂରାଜୀ). 2020-01-17. Retrieved 2021-09-10.
- ↑ "Shooting of Bajiba Lo Shahanai at last stage - Times of India". The Times of India (in ଇଂରାଜୀ). Retrieved 2021-09-10.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ମନିଷା ମିଶ୍ର