ବୈଶାଳୀ (ଓଡ଼ିଆ କଥାଚିତ୍ର)

୨୦୧୯ର ଓଡ଼ିଆ କଥାଚିତ୍ର

ବୈଶାଳୀ, ୨୦୧୯ ମସିହାରେ ମୁ୍କ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ସୁଧୀର କୁମାର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଆଶୁତୋଶ ଦାସ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ବୈଶାଳୀ
ନିର୍ଦ୍ଦେଶକଆଶୁତୋଶ ଦାସ
ପ୍ରଯୋଜକସୁଧୀର କୁମାର
ଚିତ୍ରନାଟ୍ୟଆଶୁତୋଶ ଦାସ
କାହାଣୀସୁଧୀର କୁମାର
କଳାକାରଅଭିଶେକ ରଥ
ପ୍ରୀତ୍
ସୁମନ ପ୍ରିୟା
ବିଜୟ ମହାନ୍ତି
ଅପରାଜିତା ମହାନ୍ତି
ପୃଥ୍ୱୀରାଜ ନାୟକ
ହରିହର ମହାପାତ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଏସ୍. ରଞ୍ଜନ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୯ ଜୁଲାଇ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ଯ ଭୂମିକାରେ ଅଭିନୟ କରିଥିଲେ ପ୍ରୀତ୍, ଅଭିଶେକ ରଥ ଓ ସୁମନ ପ୍ରିୟା ।[୨] ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ପୃଥ୍ୱୀରାଜ ନାୟକ, ହରିହର ମହାପାତ୍ର, ରବି ମିଶ୍ର, ମନିଷା ମିଶ୍ର, ଅସୀତ ପତି, ଯୋଗେଶ ଶ୍ୟାମ୍, ପ୍ରଜ୍ଞା ଓଝା ଆଦି ବିଭିନ୍ନ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଏହି କଥାଚିତ୍ରଟି ଭବାନୀପାଟଣାର ନିଉ ସିନେପ୍ଲକ୍ସ‌ରେ ପ୍ରିମିୟର୍ ହୋଇଥିଲା ଏବଂ ଏଥିସହିତ ଅନ୍ୟାନ୍ୟ ୪୯ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧] ଏହି ଚଳଚ୍ଚିତ୍ରଟିର କିଛି ଦୃଶ୍ୟ ଭାରତ ଏବଂ ଚାରନାରେ ସୁଟିଂ କରାଯାଇଥିଲା ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୨] ଗୀତିକାର ଅରୁଣ ମନ୍ତ୍ରୀ ଓ ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] ମଣ୍ଟୁ ଛୁରୀଆ, ଉଦିତ ନାରାୟଣ, ପାମେଲା ଜୈନ, ଅରବିନ୍ଦ ଦତ୍ତ, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅମରିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ହିରୋ ସମ୍ବଲପୁରୀଆ"ମଣ୍ଟୁ ଛୁରୀଆ 
2."ଧୀରେ ଧୀରେ"ଉଦିତ ନାରାୟଣ 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "'ବୈଶାଳୀ'ର ଶୁଭମୁକ୍ତି ଆଜି". Sambad (in ଆମେରିକୀୟ ଇଂରାଜୀ). 2019-07-18. Retrieved 2019-08-18.
  2. ୨.୦ ୨.୧ ୨.୨ ୨.୩ Dharitri (2019-07-18). "ରିଲିଜ ଅପେକ୍ଷାରେ ବୈଶାଳୀ - Dharitri" (in ଆମେରିକୀୟ ଇଂରାଜୀ). Retrieved 2019-08-18.
  3. Bureau, OdishaLIVE (2019-07-20). "'ବୈଶାଳୀ'ରେ ଅଭିଷେକଙ୍କ ଆକ୍ସନ-ରୋମାନ୍ସ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2019-08-18.

ବାହାର ଆଧାର ସମ୍ପାଦନା