ନାମଦଫା ଜାତୀୟ ପାର୍କ

ଅରୁଣାଚଳ ପ୍ରଦେଶରେ ଥିବା ଜାତୀୟ ଉଦ୍ୟାନ

ନାମଦଫା ଜାତୀୟ ପାର୍କ , ପୂର୍ବ ହିମାଲୟର ଜୈବ ବିବିଧତା ପୂର୍ଣ ଅଞ୍ଚଳର ସର୍ବ ବୃହତ ସୁରକ୍ଷିତ ପାର୍କ । ଏହା ଉତ୍ତର ଭାରତର ଅରୁଣାଚଳ ପ୍ରଦେଶଠାରେ ଅବସ୍ଥିତ । ଏହାକୁ ଏକ ସବୁଠୁ ବଡ଼ ଜୈବ ସମ୍ପଦ ପୂର୍ଣା ଅଞ୍ଚଳ ବୋଲି କୁହାଯାଏ ।[୧] ଏଠାରେ ବିସ୍ତିର୍ଣ ପ୍ରକୃତିକ ଅରଣ୍ୟ ରହିଛି ଯାହା ମିଜୋରାମ - ମଣିପୁର-କାଚିନ ଜଙ୍ଗଲର ଅଂଶ ବିଶେଷ । 

ଭୌଗୋଳିକ ସ୍ଥିତି  ସମ୍ପାଦନା

ମିଆଁମାର ସୀମା ନିକଟରେ ଥିବା ଚଙ୍ଗଲାଙ୍ଗ ଜିଲ୍ଲା ର୍ରେ ଏହି ପାର୍କ ଅବସ୍ଥିତ । ଏହି ପାର୍କର ଏରିୟା ୧୯୮୫ ବର୍ଗ କିଲୋମିଟର । ଏହା ମଧ୍ୟରୁ ଭିତର ଘଞ୍ଚ ଅରଣ୍ୟ ଅଞ୍ଚଳ ୧୮୦୮ ବର୍ଗ କିଲୋମିଟର । ଏହି ପାର୍କ ଦଫା ବମ ପର୍ବତମାଳା ଓ ପଟକାଇ ରେଞ୍ଜ ମଝିରେ ଅଛି । ଏହା ସମୁଦ୍ର ପତ୍ତନଠାରୁ ୨୦୦ ମିଟର ଉଛ ଓ ୪୫୭୧ ମିଟରରେ ରହିଛି । ଏହି ସ୍ଥାନରେ ଜଳବାଯୁ ଆର୍ଦ୍ର ରହିବା ସହ ଶୀତ କାଳୀନ ବରଫପାତ ମଧ୍ୟ ହୁଏ । ପାର୍କ ମଧ୍ୟରେ ଘଞ୍ଚ ବାଉଁଶର ଜଙ୍ଗଲ ମଧ୍ୟ ରହିଛି । 

ପୁଷ୍ପ  ସମ୍ପାଦନା

 
Flower of Sapria himalayana

Sapria himalayana ଓ Balanophora  ପ୍ରଜାତିର ଫୁଲ ଏହି ଅଞ୍ଚଳରେ ଦେଖା ଯାଏ।[୨] ଏହି ପାର୍କରେ ଥିବା ବିଭିନ୍ନ ପ୍ରଜାତି ଏହିପରି , :

Floristic Composition of Namdapha National Park[୩]
Category (total no.) Dicots Monocots Lichens Bryophytes Pteridophytes Gymnosperms
Families (215) 119 (55.35) 19 (8.84) 17 (7.90) 21 (9.77) 36 (16.74) 3 (1.4)
Genera (639) 403 (63) 111 (17.37) 34 (5.32) 33 (5.16) 54 (8.45) 4 (0.63)
Species (1119) 674 (60.25) 196 (17.5) 73 (6.53) 59 (5.27) 112 (10) 5 (0.66)

ଜୀବଜଗତ  ସମ୍ପାଦନା

ସରୀସୃପ ଜାତୀୟ ଜୀବ  ସମ୍ପାଦନା

 
ପାର୍କରେ ଉଡନ୍ତା ନେଉଳ 

ବିଭିନ୍ନ ପ୍ରକାର ବୃକ୍ଷଯ ସହିତ ଏହି ଅରଣ୍ୟରେ ବହୁ ପ୍ରକାର ଜୀବ ଜନ୍ତୁ ଓ ସରୀସୃପ  ରହନ୍ତି । ଧଲାବାଘ , କଲରାପତରିଆ ବାଘ , ସାଧାରଣ ଚିତ ବାଘ , ଶିଅଳ , ଏସୀୟ ଭାଲୁ , ପାଣ୍ଡା, ଲଳ ରଙ୍ଗର କୋକିଶିଆଳ , ହାତୀ , ବରାହ , ସଂଭର , ଇତ୍ୟାଦି ବହୁ ପ୍ରକାର ଜନ୍ତୁ ଏଠାରେ ବାସ କରନ୍ତି । [୪][୫][୬] 

ପକ୍ଷୀ  ସମ୍ପାଦନା

ଏଠାରେ ବସବାସ କରୁଥିବା ପକ୍ଷୀଜଗତ ଉପରେ ଏକ ସନ୍ଧାର୍ଭ ୧୯୯୦ରେ ପ୍ରକାଶିତ ହେଇଥିଲା ।[୭] ଏହି ସର୍ଭେ ଅନୁସାରେ ଏଠାରେ ୪୨୫ ପ୍ରକାର ପକ୍ଷୀ ଥିବାର ଜଣାପଡେ ।  

ପ୍ରଜାପତି ଓ ମଥ ସମ୍ପାଦନା

ଏହି ଅରଣ୍ୟରେ ବହୁ ପ୍ରକାର ପ୍ରଜାପତି ଜାତୀୟ ଜୀବ ଓ ବିଭିନ୍ନ ପ୍ରକାର କୀଟ ଦେଖାଯାନ୍ତି । ସେହି ମଧ୍ୟରୁ କେତେକ ବହୁତ ବିରଳ ପ୍ରକାରର ହେଇଥିବା ଜଣା ପଡେ । 

ଜନପ୍ରଜାତି  ସମ୍ପାଦନା

ପାର୍କ ମଧ୍ୟରେ କେତେକ ଲିଶୁ ସଂପ୍ରଦାଯର ଅଧିବାସୀଙ୍କ ବସତି ରହିଛି ।ଏହା ବ୍ୟତୀତ  ଚମକା , ତଙ୍ଗସା , ଶିଙ୍ଗ୍ଫୋ ଜନଜାତିମାନଙ୍କ ବସତି ରହିଛି ।  

ଅଧିକ ପଠନ  ସମ୍ପାଦନା

  • Tourism in North East India

ଆଧାର  ସମ୍ପାଦନା

  1. Deb, P & Sundriyal, RC. (2007) Tree species gap phase performance in the buffer zone area of Namdapha National Park, Eastern Himalaya, India.
  2. Arunachalam A, Sarmah R, Adhikari D, Majumder M, & Khan ML. (2004) Anthropogenic threats and biodiversity conservation in Namdapha nature reserve in the Indian Eastern Himalayas.
  3. Chauhan AS, Singh KP, Singh DK. (1996) A contribution to the Flora of Namdapha Arunachal Pradesh.
  4. Choudhury, A.U. (1995).
  5. Chetry D, Medhi R, Biswas J, Das D & Bhattacharjee PC. (2003) Nonhuman Primates in the Namdapha National Park, Arunachal Pradesh, India.
  6. Choudhury, A.U. (2003).
  7. Choudhury, A.U. (1990).