ଧନ୍ୟବାଦ ବନ୍ଧୁ ସମ୍ପାଦନା

ଆପଣ ଭଳି ବନ୍ଧୁ ପାଇ ଖୁସି ହେଲି |

Dcmpuri (ମୋ ଆଲୋଚନା) ୧୭:୦୦, ୧୭ ଜୁଲାଇ ୨୦୧୨ (UTC)

କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ପାଛୋଟା!
ଓଳିଗି, Dcmpuri ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିନ୍ହ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୦୮:୧୭, ୧୫ ଏପ୍ରିଲ ୨୦୧୨ (UTC)

ଆପଣଙ୍କ ପାଇଁ ଓଡ଼ିଆ ଘରର କିଛି ମିଠା ଖିରି! ସମ୍ପାଦନା

ଆଦରର ବନ୍ଧୁ, ଆପଣଙ୍କ ପ୍ରଥମ ଲେଖା ଦଣ୍ଡ ନାଚଟି ସତରେ ଭାରି ସୁନ୍ଦର ହୋଇଛି, ଯେହେତୁ ଡାହାଣ ପଟରେ ଥିବା ବାକ୍ସରେ "ଦଣ୍ଡ ନାଟ"ର ଛବିଟିଏ ରହିଲେ ଭଲ ହେବ ଓ ତାହା ଏବେ ନାହିଁ ମୁ କାଳୀଙ୍କର ଛବିଟି ଏଥିରୁ ବାହାର କରି ତଳକୁ ନେଇ ଆସିଛି ।

ଆପଣଙ୍କ ପ୍ରଥମ ପ୍ରସଙ୍ଗ ଲେଖା ପାଇଁ ବଧାଇ ଆଉ ମୁହଁ ମିଠା କରିବା ପାଇଁ ଆମ ଓଡ଼ିଆ ଘରର କିଛି ମିଠା ଖିରି ଘେନା କରିବେ । ଆପଣ ଏଠାରେ ଲେଖିଲା ବେଳେ କିଛି ଅସୁବିଧା ଭୋଗୁଥିଲେ ଦୟାକରି ଚାଟସଭାକୁ ଯାଇ ପ୍ରଶ୍ନ ପଚାରି ପାରିବେ ବା ମୋର ଏହି ଲେଖା ତଳେ ପ୍ରଶ୍ନ ପଚାରିପାରିବେ । ସୁଭାସିସପାଣିଗାହିମୋତେ କହିବେ କିଛି? ୧୨:୦୮, ୨ ମେ ୨୦୧୨ (UTC)

ଧନ୍ୟ ବାଦ୍ ବନ୍ଧୁ!!!

Dcmpuri (ମୋ ଆଲୋଚନା) ୧୨:୪୪, ୨ ମେ ୨୦୧୨ (UTC)

File:Maharaj SwamiNigamananda.jpg ସମ୍ପାଦନା

ଭାଇ ନମସ୍କାର, ଏହି ଛବି commons:File:Maharaj SwamiNigamananda.jpgଟି Commons ରେ ଅଛି, ତ ଆଉଥରେ ଅପଲୋଡ଼ କରିବା ଦରକାର ନାହିଁ ଏଠି । ଫାଇଲ ନାମଟି ଲିଙ୍କ କରିଦେଲେ କାମ କରିବ । ଯଦି commons ରେ ନାହିଁ ଆଉ ଅପଲୋଡ଼ କରା ନ ଯାଇପାରିବ ସେଠି, ଯେମିତି କି Fair-Use image, ତାହେଲେ ଏଠି କରି ପାରିବେ । ଓଡ଼ିଆ ବିଷୟରେ ଏଇଠି ଆଲୋଚନା କରିବା, କଣ କହୁଛନ୍ତି ? ଧନ୍ୟବାଦ :-) -- ଅηsuмaη Talk ୧୨:୧୧, ୩ ମେ ୨୦୧୨ (UTC)

ଆପଣଙ୍କ ମତ ଗୁରୁତ୍ଵପୂର୍ଣ୍ଣ; ଉଇକିପିଡ଼ିଆ ପରିଚାଳନାରେ ଭାଗ ନିଅନ୍ତୁ ସମ୍ପାଦନା

ବନ୍ଧୁ ନମସ୍କାର, ଅନେକ ଧନ୍ୟବାଦ ଆପଣଙ୍କ ଅବଦାନ ପାଇଁ । ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଦେଖି ଆମ୍ଭେ ବହୁତ ଖୁସି, ଆଶା କରୁଛୁ ଆପଣ ଏମିତି ଅବଦାନ ଜାରି ରଖିବେ । ଉଇକିପିଡ଼ିଆର କେତେକ ବିଷୟରେ ନିର୍ଣ୍ଣୟ ନେବା ପୂର୍ବରୁ ଆମେ ଆପଣଙ୍କ ମତ, ବିଚାର, ଟିପ୍ପଣୀ ଏବଂ ସହଯୋଗ ଲୋଡୁ । ଉଦାହରଣ ଭାବେ "କେଉଁ ଓଡ଼ିଆ ଶବ୍ଦ ବ୍ୟବହାର କରାଯିବ", "ଆସନ୍ତା ମାସ ପାଇଁ କେଉଁ ଲେଖାଟିକୁ ପ୍ରଧାନ ପୃଷ୍ଠା ପାଇଁ ବଛାଯିବ", "ଆସନ୍ତା ସପ୍ତାହ ପାଇଁ କେଉଁ ଛବିଟିକୁ ପ୍ରଧାନ ପୃଷ୍ଠାରେ ରଖାଯିବ" ଇତ୍ୟାଦି ଇତ୍ୟାଦି । ଅନ୍ୟ ବିଷୟରେ ଆମେ ଆଲୋଚନା ସଭାରେ ଆଲୋଚନା କରୁଛୁ । ଓଡ଼ିଆ ଉଇକିପିଡ଼ିଆକୁ ସୂଚାରୁରୂପେ ଚଳାଇବା ପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ, ତେଣୁ ଏଠାରେ ହେଉଥିବା ଆଲୋଚନାରେ ଭାଗ ନେଇ ନିଜ ମତ ଜଣାଇବା ପାଇଁ ଆମ୍ଭେ ଅନୁରୋଧ କରୁଛୁ । ଧନ୍ୟବାଦ -- ଅଂଶୁମାନ ତାର ଯୋଡ଼ିବେ? ୧୪:୧୧, ୧୭ ଜୁଲାଇ ୨୦୧୨ (UTC)

ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର Dcmpuri,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।

--ଆଦିତ୍ୟ ମହାର (ମୋ ଆଲୋଚନା) ୧୩:୧୨, ୨୬ ଜାନୁଆରୀ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

--Jnanaranjan sahu (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ ସମ୍ପାଦନା

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk