ବ୍ରହ୍ମାନନ୍ଦ ବିଶ୍ୱାଳ

ଓଡ଼ିଆ ରାଜନୀତିଜ୍ଞ

ବ୍ରହ୍ମାନନ୍ଦ ବିଶ୍ୱାଳ (୨୫ ଡିସେମ୍ବର ୧୯୩୪ - ୨୩ ଅଗଷ୍ଟ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ବ୍ରହ୍ମାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୩ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ନନ୍ଦିନୀ ଶତପଥୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବ୍ରହ୍ମାନନ୍ଦ ବିଶ୍ୱାଳ
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀକୈଳାଶ ଚନ୍ଦ୍ର ମହାପାତ୍ର
ପର ଅଧିକାରୀପ୍ରଫୁଲ୍ଲ କୁମାର ମଲ୍ଲିକ
ନିର୍ବାଚନ ମଣ୍ଡଳୀକାମାକ୍ଷାନଗର
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀବୃନ୍ଦାବନ ତ୍ରିପାଠୀ
ପର ଅଧିକାରୀପ୍ରସନ୍ନ କୁମାର ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀକାମାକ୍ଷାନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1934-12-25)୨୫ ଡିସେମ୍ବର ୧୯୩୪
ମୃତ୍ୟୁ୨୩ ଅଗଷ୍ଟ ୨୦୧୪(2014-08-23) (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପ୍ରେମଲତା ବିଶ୍ୱାଳ
ବାପା/ବୋଉନିତ୍ୟାନନ୍ଦ ବିଶ୍ୱାଳ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବ୍ରହ୍ମାନନ୍ଦ ୧୯୩୪ ମସିହାର ଡିସେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନିତ୍ୟାନନ୍ଦ ବିଶ୍ୱାଳ ଓ ପତ୍ନୀଙ୍କ ନାମ ପ୍ରେମଲତା ବିଶ୍ୱାଳ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୨]

ରାଜନୈତିକ ଜୀବନ ସମ୍ପାଦନା

ବ୍ରହ୍ମାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା କାମାକ୍ଷାନଗର କଂଗ୍ରେସ (ଆର୍)
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା କାମାକ୍ଷାନଗର ଭାରତୀୟ ଜାତୀୟ କଂଗ୍ରେସ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା କାମାକ୍ଷାନଗର ବିଜୁ ଜନତା ଦଳ

ମୃତ୍ୟୁ ସମ୍ପାଦନା

ବ୍ରହ୍ମାନନ୍ଦ ବିଶ୍ୱାଳ ୨୦୧୪ ମସିହାର ଅଗଷ୍ଟ ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "Ex-minister Biswal Dead". The New Indian Express. 25 August 2014. Retrieved 30 July 2020.
  2. "Shri Brahmananda Biswal". odishaassembly.nic.in. Odisha Assembly. Retrieved 30 July 2020.
  3. "Former Odisha minister passes away | Sambad English". Sambad English. 23 August 2014. Retrieved 30 July 2020.