ପ୍ରଫୁଲ୍ଲ କୁମାର ମଲ୍ଲିକ
ପ୍ରଫୁଲ୍ଲ କୁମାର ମଲ୍ଲିକ (ଜନ୍ମ: ୮ ମାର୍ଚ୍ଚ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି । ବ୍ରହ୍ମାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।[୧] ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ପ୍ରଫୁଲ୍ଲ କୁମାର ମଲ୍ଲିକ | |
---|---|
ବିଧାୟକ: ୧୩ଶ, ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ବ୍ରହ୍ମାନନ୍ଦ ବିଶ୍ୱାଳ |
ପର ଅଧିକାରୀ | ଶତୃଘ୍ନ ଜେନା |
ନିର୍ବାଚନ ମଣ୍ଡଳୀ | କାମାକ୍ଷାନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୮ ମାର୍ଚ୍ଚ ୧୯୪୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ମୋତିଲତା ମଲ୍ଲିକ |
ବାପା/ବୋଉ | ହୃଷିକେଶ ମଲ୍ଲିକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାବ୍ରହ୍ମାନନ୍ଦ ୧୯୪୭ ମସିହାର ମାର୍ଚ୍ଚ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହୃଷିକେଶ ମଲ୍ଲିକ ଓ ପତ୍ନୀଙ୍କ ନାମ ମୋତିଲତା ମଲ୍ଲିକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୨]
ରାଜନୈତିକ ଜୀବନ
ସମ୍ପାଦନାବ୍ରହ୍ମାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ କାମାକ୍ଷାନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୯,୯୨୭ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଶତୃଘ୍ନ ଜେନାଙ୍କଠାରୁ ୪,୬୬୨ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୩]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | କାମାକ୍ଷାନଗର | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | କାମାକ୍ଷାନଗର | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | କାମାକ୍ଷାନଗର | ବିଜୁ ଜନତା ଦଳ |
୨୦୧୯ | - | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | କାମାକ୍ଷାନଗର | ବିଜୁ ଜନତା ଦଳ |
ଆଧାର
ସମ୍ପାଦନା- ↑ ୧.୦ ୧.୧ "Naveen's new favourite in ministry Prafulla Mallick". Indian Whispers. indiawhispers.com. 29 May 2019. Retrieved 31 July 2020.
- ↑ "Shri Prafulla Kumar Mallik". odishaassembly.nic.in. Odisha Assembly. Retrieved 31 July 2020.
- ↑ "General Election to Assembly Constituencies 2024: Kamakhyanagar (Odisha)". Election Commission of India. Retrieved 27 June 2024.