ବ୍ରଜ ମୋହନ ମହାନ୍ତି

ଓଡ଼ିଆ ରାଜନୀତିଜ୍ଞ
(ବ୍ରଜମୋହନ ମହାନ୍ତିରୁ ଲେଉଟି ଆସିଛି)

ବ୍ରଜ ମୋହନ ମହାନ୍ତି (୨୩ ଡିସେମ୍ବର ୧୯୨୩ - ୨୪ ଜୁଲାଇ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର ଏବଂ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରିପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ଓ ୧୯୮୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ବ୍ରଜ ମୋହନ ମହାନ୍ତି
ସାଂସଦ: ୭ମ, ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୯
ପୂର୍ବ ଅଧିକାରୀପଦ୍ମଚରଣ ସାମନ୍ତସିଂହାର
ପର ଅଧିକାରୀବ୍ରଜକିଶୋର ତ୍ରିପାଠୀ
ନିର୍ବାଚନ ମଣ୍ଡଳୀପୁରୀ
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀହରିହର ବାହିନିପତି
ପର ଅଧିକାରୀବ୍ରଜ କିଶୋର ତ୍ରିପାଠୀ
ନିର୍ବାଚନ ମଣ୍ଡଳୀପୁରୀ
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀଗୋପବନ୍ଧୁ ପାତ୍ର
ପର ଅଧିକାରୀଗୋପବନ୍ଧୁ ପାତ୍ର
ନିର୍ବାଚନ ମଣ୍ଡଳୀବ୍ରହ୍ମଗିରି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1923-12-23)୨୩ ଡିସେମ୍ବର ୧୯୨୩
ମୃତ୍ୟୁ୨୪ ଜୁଲାଇ ୧୯୯୯(1999-07-24) (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପ୍ରମିଳା ମହାନ୍ତି
ବାପା/ବୋଉପଦ୍ମଚରଣ ମହାନ୍ତି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବ୍ରଜ ମୋହନ ମହାନ୍ତି ୧୯୨୩ ମସିହାର ଡିସେମ୍ବର ମାସ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପଦ୍ମଚରଣ ମହାନ୍ତି ଓ ପତ୍ନୀଙ୍କ ନାମ ପ୍ରମିଳା ମହାନ୍ତି ।[୧]

ରାଜନୈତିକ ଜୀବନ ସମ୍ପାଦନା

ବ୍ରଜ ମୋହନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ବ୍ରହ୍ମଗିରି ଭାରତୀୟ ଜାତୀୟ କଂଗ୍ରେସ
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ପୁରୀ ଭାରତୀୟ ଜାତୀୟ କଂଗ୍ରେସ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ପୁରୀ ଭାରତୀୟ ଜାତୀୟ କଂଗ୍ରେସ

ଲୋକ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୪ ସଭ୍ୟ, ୭ମ ଲୋକ ସଭା ପୁରୀ ଭାରତୀୟ ଜାତୀୟ କଂଗ୍ରେସ
୧୯୮୪ ୧୯୮୯ ସଭ୍ୟ, ୮ମ ଲୋକ ସଭା ପୁରୀ ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ ସମ୍ପାଦନା

ବ୍ରଜ ମୋହନ ମହାନ୍ତି ୧୯୯୯ ମସିହାର ଜୁଲାଇ ୨୪ ତାରିଖରେ ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Braja Mohan Mohanty". odishaassembly.nic.in. Odisha Assembly. Retrieved 3 March 2021.