ବୈଷ୍ଣବ ପାଣି

ଓଡ଼ିଆ ନାଟ୍ୟକାର, ପାଲାକାର
ଗଣକବିଗଣକବି ବୈଷ୍ଣବ ପାଣି ଏଠାକୁ ମୁହାଁଇଥାନ୍ତି ।

ବୈଷ୍ଣବ ପାଣି (୧୮୮୨ - ୧୯୫୬) ଜଣେ ଓଡ଼ିଆ ନାଟ୍ୟକାର, ପାଲାକାର ଥିଲେ । ସେ ଓଡ଼ିଶାର ଇଂରେଜ ଶାସନ ସମୟରେ ସାମାଜିକ ଚିତ୍ର, ସମାଜରେ କୁସଂସ୍କାର ଓ ଅନ୍ଧବିଶ୍ୱାସ, ନିଶା ନିବାରଣ ଆଦି ଉପରେ ଗୀତିନାଟ୍ୟ, ନାଟକ ଆଦି ରଚନା କରିଥିଲେ । [୧] ନିଜର ଲୋକାଭିମୁଖୀ ରଚନା ସକାଶେ ସେ "ଆଶୁକବି", "ଗଣକବି"[୨]"ବିଦଗ୍ଧ କବି"ଉପାଧୀରେ ଭୁଷିତ ।

ଗଣକବି ବୈଷ୍ଣବ ପାଣି
ଜନ୍ମ ୨୬ ଅକ୍ଟୋବର ୧୮୮୨(1882-10-26)
କୋଠପଦା,ମାହାଙ୍ଗା, କଟକ ଜିଲ୍ଲା
ମୃତ୍ୟୁ ୧୦ ମଇ ୧୯୫୬ (୭୩ ବର୍ଷ)
ବୃତ୍ତି କବି
ଜାତୀୟତା  ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଶୈଳୀ ସୁଆଙ୍ଗ, ଗୀତିନାଟ୍ୟ

ବିଷୟସୂଚୀ

ଜୀବନକାଳସମ୍ପାଦନ କରନ୍ତୁ

ପାରିବାରିକସମ୍ପାଦନ କରନ୍ତୁ

ଗଣକବି ବୈଷ୍ଣବ ପାଣି ୨୬ ସେପ୍ଟେମ୍ବର ୧୮୮୨ ମସିହା, କୁମାର ପୂର୍ଣିମା ଗୁରୁବାର ଦିନ[୩] କଟକ ଜିଲ୍ଲାର ମାହାଙ୍ଗା ଥାନାର କୋଠପଦା ଗାଁରେ ସୁଦର୍ଶନ ପାଣିଙ୍କ ଔରସ୍ୟ[୪] ଏବଂ ମାତା ଚାନ୍ଦଦେବୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ତାଙ୍କର ପ୍ରକୃତ ନାମ ଶତ୍ରୁଘ୍ନ ଥିଲା । ପିଲାବେଳରୁ ରୋଗାକ୍ରାନ୍ତ ହେତୁ ତାଙ୍କ ପିତାମାତା ଜଗନ୍ନାଥଙ୍କ ବଡ଼ଛତା ମଠ ତଳେ ବୈଷ୍ଣବ କରିଦେବାରୁ ସେ ବୈଷ୍ଣବ ନାମରେ ପରିଚିତ । ତାଙ୍କ ପରିବାର ଅଭାବି ଓ ଗରୀବ ଥିଲେ । ତାଙ୍କର ଜନ୍ମରୁ ଦେହାନ୍ତ ଯାଏଁ ଅଭାବ ଅନଟନ ଲାଗିରହିଥିଲା । ଏଗାର ବର୍ଷ ବୟସରୁ ସେ କୋଠପଦା ମହନ୍ତଙ୍କ ଅଧୀନରେ ଫୁଲତୋଳା, ଫୁଲଗୁନ୍ଥା କାମରେ ନିଯୁକ୍ତ ହେଲେ । ତଥାପି ପରିବାରର ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ମଠକାମ ଛାଡ଼ି ଗୋରୁ ଚରାଇବା କାମରେ ରହିଲେ ।

୧୯ ବର୍ଷ ବୟସରେ ସେ ବିବାହ କରିଥିଲେ । ପରେ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଜଣେ ରଜକ ନାରୀଙ୍କୁ ଦ୍ଵିତୀୟ ବିବାହ କରିବାରୁ ତାହା ଅସବର୍ଣ୍ଣ ବିବାହରେ ଗଣା ହେଲା ଓ ସେ ସମାଜରୁ ବାସନ୍ଦ ହୋଇଥିଲେ । ୧୦ ମଇ ୧୯୫୬ ମସିହା ଅମାବାସ୍ୟା[୩] ତିଥିରେ ତାଙ୍କର ଦେହାନ୍ତ ହୋଇଥିଲା ।

ପିଲାଦିନସମ୍ପାଦନ କରନ୍ତୁ

ପିଲା ଦିନେ ବୈଷ୍ଣବ ପାଣି ନୃତ୍ୟଗୀତ କରୁଥିଲେ। କୋଠପଦାର ମହନ୍ତ ବୈଷ୍ଣବ ପାଣିଙ୍କୁ ଡୋରାବିଶ ନିବାସୀ ସ୍ଵର୍ଗତ ଶିବରାମ ସିଂହଙ୍କ ତତ୍ତ୍ଵାବଧାନରେ ଛାଡ଼ିଲେ । ସେହିଦିନଠାରୁ ପାଣିଙ୍କର ନାଟକ ପ୍ରତି ଆଗ୍ରହ ବୃଦ୍ଧି ପାଇଲା । ଫୁଲଗୁନ୍ଥା ଗୋରୁଚରା କାମ ପରେ ଟ୨୪ଙ୍କା ବେତନରେ ଇଂରାଜୀ ବିଦ୍ୟାଳୟରେ ପାଚକରୂପେ ନିଯୁକ୍ତି ପାଇଲେ । ପ୍ରଧାନ ଶିକ୍ଷକ ସ୍ଵର୍ଗତ ଭୋଳାନାଥ ମିଶ୍ର ତାଙ୍କୁ ୪ର୍ଥ ଶ୍ରେଣୀରେ ନାମଲେଖାଇ ଅବୈତନିକ ଶିକ୍ଷା ଦାନ କରିଥିଲେ । ଷଷ୍ଠ ଶ୍ରେଣୀରେ ତାଙ୍କର ଶିକ୍ଷା ସମାପନ ହୋଇଥିଲା । ମାସିକ ବେତନ ୪ ଟଙ୍କାରେ ସେ ଘରୋଇ ଶିକ୍ଷକ ହେଲେ ।

ରଚନାବଳୀସମ୍ପାଦନ କରନ୍ତୁ

ସେ ମାଳିହତା ଗ୍ରାମରେ ଓସ୍ତାଦିରୁ ନାଟକ ଜୀବନ ଆରମ୍ଭ କରିଥିଲେ । ଓସ୍ତାଦ ତଥା ନାଟ୍ୟକାର ହିସାବରେ କ୍ରମେ ପ୍ରସିଦ୍ଧି ଅର୍ଜନ କଲେ । ଗଡ଼ଜାତର ଅଧିକାଂଶ ରାଜ୍ୟ କଲିକତାଟାଟା ଇତ୍ୟାଦି ସ୍ଥାନରେ ଅଭିନୟ କରିଥିଲେ । ଏପରିକି ମୋହନ ଗୋସ୍ଵାମୀ, ଗୋପାଳ ଦାଶ, କୃଷ୍ଣପ୍ରସାଦ ବସୁ, ବାଳକୃଷ୍ଣ ମହାନ୍ତିଙ୍କ ସହ ସେ ବାଦୀଯାତ୍ରା କରିଥିଲେ ।[୧]

ବୈଷ୍ଣବ ପାଣି ଓଡ଼ିଆ ଯାତ୍ରାଗୀତାଭିନୟ କ୍ଷେତ୍ରରେ ଅନେକ ନାଟକ ଲେଖିଯାଇଛନ୍ତି । ତାଙ୍କ ରଚନାରେ ଛୁଆଁଅଛୁଆଁ ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅତ୍ୟାଚାର, ମାଦକ ବର୍ଜନ, ଓଡ଼ିଆଙ୍କ କୁଲିଗିରି ଆଦିର ସମାଲୋଚନା ସ୍ଥାନୀତ । ୧୯୦୩ ମସିହାରେ, ୨୧ ବର୍ଷ ବୟସରେ ସେ ପ୍ରଥମ ନାଟକ ଗୀତାଭିନୟ ‘ମେଘନାଦ ବଧ’ ଲେଖିଥିଲେ ।[୫] ତାହାପରେ ସେ ଅନେକ ଅନ୍ୟାନ୍ୟ ନାଟକ ଲେଖିଯାଇଛନ୍ତି । ତାଙ୍କ ନାଟକରେ ସମାଜରେ ନୀଚ ଜାତି ଭାବେ ଗଣା ଜାତିର ଲୋକମାନଙ୍କ ଦୁଃଖ-ଦୁର୍ଦ୍ଦଶା, ଚାଳିଚଳଣି ଆଦି ବଖାଣ ହୋଇଛି । ସମାଜରେ ନିଶାନିଶାନିବାରଣ ପାଇଁ ସେ ମଧ୍ୟ ନିଜ ରଚନାରେ ଉଲ୍ଲେଖ କରିଛନ୍ତି:

ଛି ଛି ମଦ ପିଇବି ନାହିଁ ଲୋ କଳାପାଣି ପରି ଦିଶେ,
ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ

—ବୈଷ୍ଣବ ପାଣି [୧]

ବୈଷ୍ଣବ ପାଣି ପାଲା ଗାୟକ ଥିବା ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ନୃସିଂହପୁରାଣ, ଦାଣ୍ଡି ରାମାୟଣବିଲଙ୍କା ରାମାୟଣ ଆଦି ଅଧ୍ୟୟନ କରି ସେଥିରୁ ଉପାଖ୍ୟାନମାନ ଆହରଣ କରିଥିଲେ। ଏହା ତାଙ୍କ ନାଟକ ରଚନାରେ ପରିଲକ୍ଷିତ । ପାଲାକାର ଜୀବନରୁ ତାଙ୍କର ଆଶୁ କବିତା ଲିଖନ ଆରମ୍ଭ ହୋଇଥିଲା । ତାଙ୍କର ଗୀତାଭିନୟ ପ୍ରହସନ ଗୁଡ଼ିକରେ ସଂଯୋଜିତ ସଙ୍ଗୀତ ଗୁଡ଼ିକ ପାଇଁ ସେ ଗଣ କବି ଭାବରେ ଜଣାଶୁଣା । ଏଥିରେ ଗଣ ଜୀବନର ଭାଷା, ସୁଖ ଦୁଃଖ, ପଲ୍ଲୀ ପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ ।

ଶକୁନ୍ତଳା ଓ ଛାନ୍ଦ କିଶୋରୀ ବିଳାପ ତାଙ୍କର ଦୁଇଟି ଗାଥାକାବ୍ୟ । ଏଥିରେ ବିଦଗ୍ଧ କାବ୍ୟିକତା ଦେଖିବାକୁ ମିଳିଥାଏ । ମହାକବି କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ଓ ସ୍ଵଭାବ କବି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ କାବ୍ୟ ଅନୁସରଣ କରି ବୈଷ୍ଣବ ପାଣି ରଚନା କରିଛନ୍ତି ‘ଶକୁନ୍ତଳା’ କାବ୍ୟ । ଛାନ୍ଦ କିଶୋରୀ ବିଳାପ ଗଣକବିଙ୍କ ମର୍ମସ୍ପର୍ଶୀ ରଚନା । ବିଭିନ୍ନ ରାଗରାଗୀଣି ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମ କାବ୍ୟିକତାର ସ୍ଵରୂପ ବହନ କରିଛି । ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ଵତଃସ୍ପ୍ବର୍ତ୍ତ ତାଙ୍କର କବିତ୍ଵ । ଅନ୍ତରର ଭାବହିଁ ତାଙ୍କ କବିତାର ଭାବବିନ୍ଦୁ । ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କର ପରି ଚଉତିଶା ରଚନା କରିଛନ୍ତି । ଦୀନକୃଷ୍ଣ ଦାସଙ୍କ ‘ଆର୍ତ୍ତତ୍ରାଣ ଚଉତିଶା’ ପରି ଗଣକବି ‘ନୀଳାଚଳ ଚଉତିଶା’ ରଚନା କରିଛନ୍ତି ଯାହା ଖୁବ୍‌ ହୃଦ୍ୟ ଓ ଭକ୍ତିଭାବପୂର୍ଣ୍ଣ । ଏତଦ୍‌ ବ୍ୟତୀତ ତାଙ୍କର ସାରଳା ଦେବୀ ଜଣାଣ ଚଉତିଶା, ଓଲଟ ଚଉତିଶା, ରାଧାକୃଷ୍ଣ ଚଉତିଶା, ମଙ୍ଗଳା ଚଉତିଶା ଆଦି ଲୋକପ୍ରିୟ । ତାଙ୍କର ଭଜନ ଓ ଜଣାଣ ଭିତରୁ କବିଙ୍କର ଭକ୍ତିଭାବର ମାର୍ମିକ ପରିଚୟ ମିଳେ । ସେ ମଧ୍ୟ ରଚନା କରିଛନ୍ତି ଅନେକ ପ୍ରେମ ଗୀତି କବିତା । ସେ ମଧ୍ୟ ଅନେକ ଗୁଡ଼ିଏ ଶୋକ ଗୀତି କବିତାର ସ୍ରଷ୍ଟା । ତାଙ୍କ ଶୋକ ଗୀତି କବିତା ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଶୋକ, ପଞ୍ଜାବ କେଶରୀ ବିୟୋଗ ଓ ଅନ୍ତିମ ଶଯ୍ୟାରେ ମର୍ଦ୍ଦାରବୀ ଅନ୍ୟତମ । ସ୍ଵରାଜ୍ୟ ପ୍ରଶଂସା, ସତ୍ୟାଗ୍ରହୀ, ଜାତୀୟ ଗୀତିକା, ବାପୁଜୀ ଓ ଉତ୍କଳକୁ ନେ ସେ ବହୁ ଜାତୀୟବାଦୀ ଗୀତି କବିତା ରଚନା କରିଛନ୍ତି ।

ଗଣକବିଙ୍କ ସୃଷ୍ଟି ସାମାଜିକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟଭାବ ଉଦ୍ରେକ କରିବାରେ ସହାୟକ ହୋଇଥିଲା । କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କର ପ୍ରଥମ ସୃଷ୍ଟି ‘ଦୁଃଖିନୀ ଗୋବର ଗୋଟେଇ’ ଉପନ୍ୟାସ ମାଧ୍ୟମରେ । ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ଅସମାହିତ ପ୍ରଶ୍ନକୁ ସଜୀବ ଓ ସରଳ ପ୍ରଣାଳୀରେ ସମାଧାନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଅସୀକୁ ମସୀର ସମ୍ମାନ ଦେଇ ତାଙ୍କ ସୃଷ୍ଟିରୁ ନିର୍ଗତ ହୋଇଛି ଭି.ପି. ବର ଉପନ୍ୟାସ । ଏହା ଏକ ବ୍ୟଙ୍ଗ ଧର୍ମୀ ଉପନ୍ୟାସ ଭାବରେ ସ୍ଵକୀୟତା ପ୍ରତିପାଦନ କରେ । ତାଙ୍କର ସଚିତ୍ର ସ୍ଵାମୀ ସ୍ତ୍ରୀ ଓ ଉତ୍କଳ ‘ଗୃହଲକ୍ଷ୍ମୀ’ ପ୍ରମୁଖ ଉପନ୍ୟାସ ନାରୀସମାଜ ପାଇଁ ଏକ ଦର୍ପଣ ଶିଳା । ତାଙ୍କର ଗଦ୍ୟ ରଚନାରେ ପ୍ରାଣବନ୍ତ ବର୍ଣ୍ଣନାଶୈଳୀ ଯେପରି ପରିଚ୍ଛନ୍ନ ସେପରି ହୃଦ୍ୟ ।[୩]

ଗୀତିନାଟ୍ୟ, ଗୀତାଭିନୟ/ସୁଆଙ୍ଗ (ପୌରାଣିକ)ସମ୍ପାଦନ କରନ୍ତୁ

  • ରଙ୍ଗସଭା (ଗୀତିନାଟ୍ୟ)
  • ବ୍ରଜଲୀଳା (ସୁଆଙ୍ଗ)
  • ଧ୍ରୁବ ଚରିତ (ସୁଆଙ୍ଗ)
  • କୀଚକବଧ (ସୁଆଙ୍ଗ)
  • ପ୍ରହଲ୍ଲାଦ ଚରିତ (ଗୀତାଭିନୟ)
  • ଦାଣ୍ଡିପର୍ବ (ଗୀତାଭିନୟ)
  • ଦାନବୀର ହରିଶ୍ଚନ୍ଦ୍ର (ସୁଆଙ୍ଗ)
  • ନଳଦମୟନ୍ତୀ (ଗୀତିନାଟ୍ୟ)
  • ରାବଣ ବଧ (ଗୀତିନାଟ୍ୟ)
  • ମହିଷାସୁର ବଧ
  • ସହସ୍ରା ରାବଣ ବଧ
  • ବାଲ୍ୟଲୀଳା
  • ସୁଭଦ୍ରା ହରଣ
  • ମାଧବ ସୁଲୋଚନା
  • ସାବିତ୍ରୀ ସତ୍ୟବାନ (ସୁଆଙ୍ଗ)
  • ନିକୁଞ୍ଚ ମିଳନ (ସୁଆଙ୍ଗ)
  • ଶ୍ରୀବତ୍ସ ରାଜା ବା ଶନି ଲକ୍ଷ୍ମୀ କଳି
  • ପାର୍ବତୀ ବିବାହ (ସୁଆଙ୍ଗ)
  • ରଘୁ ଅରକ୍ଷିତ ନାବକେଳି (ସୁଆଙ୍ଗ)
  • ଲକ୍ଷ୍ମୀ ପୂଜା (ଗୀତାଭିନୟ)
  • ବକାସୁର ବଧ (ଗୀତିନାଟ୍ୟ)
  • ବକାସୁର ବଧ (ଗୀତିନାଟ୍ୟ)
  • ଦୁର୍ଯ୍ୟୋଧନ ବଧ (ଗୀତିନାଟ୍ୟ)
  • ହରପାର୍ବତୀ ବିଭା (ସୁଆଙ୍ଗ)
  • ଜରାସନ୍ଧ ବଧ
  • ମୁକ୍ତାଚୋରି (ସୁଆଙ୍ଗ)

କିମ୍ବଦନ୍ତୀମୂଳକ ରଚନାସମ୍ପାଦନ କରନ୍ତୁ

  • ଯଯାତି କେଶରୀ (ଗୀତାଭିନୟ)
  • ଲାବଣ୍ୟ-ବତୀ ଚନ୍ଦ୍ରଭାନୁ ପରିଣୟ (ଗୀତିନାଟ୍ୟ)
  • ଶ୍ଵେତ ବସନ୍ତ (ସୁଆଙ୍ଗ)
  • କେଦାର ଗୌରୀ (ଗୀତିନାଟ୍ୟ)
  • ଉଷା-ବୟନ୍ତ (ଗୀତିନାଟ୍ୟ)

ଚରିତ୍ର ଧର୍ମୀ ରଚନାସମ୍ପାଦନ କରନ୍ତୁ

  • କାଳିଦାସ (ଗୀତାଭିନୟ)
  • ମିରାବାଇ
  • କଳାପାହାଡ଼ (ଗୀତିନାଟ୍ୟ)
  • ଚନ୍ଦ୍ରଗୁପ୍ତ (ଗୀତିନାଟ୍ୟ)
  • ସଂଯୁକ୍ତା ପରିଣୟ

କାଳ୍ପନିକ ରଚନାସମ୍ପାଦନ କରନ୍ତୁ

  • ଠକପୁରାଣ ସୁଆଙ୍ଗ
  • ଜୟନ୍ତ ଜୟପାଳ ସୁଆଙ୍ଗ
  • ନିର୍ବାସିତ ରାଜପୁତ୍ର
  • ଅମରବିଳାସ

ଫାର୍ସସମ୍ପାଦନ କରନ୍ତୁ

ସୌଦାଗର ଫାର୍ସ, ନାଟୁଆ ମହାନ୍ତି ଫାର୍ସ, ଆଲିବାବା ଫାର୍ସ, ଗୋପାଳଭାଣ୍ଡ ପ୍ରହସନ, କେଳାକେଳୁଣୀ ଫାର୍ସ, ମା ଡାଆଣୀ-ପୁଅ ମଦୁଆ, କଲିକତିଆ ଜୋଇଁ, ବୁଢ଼ାବୁଢ଼ୀ ଫାର୍ସ ଓ ଭୀମାବାଇ ଫାର୍ସ

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ଦାସ, ବିମଳ ପ୍ରସନ୍ନ (୮ ଅକ୍ଟୋବର ୨୦୧୪). "ଜନମାନସର କବି". ଧରିତ୍ରୀ. http://www.dharitri.com/epaper/081014/p6.htm. Retrieved 9 October 2014. 
  2. "GANAKABI BAISNAB PANI". Orissa Diary. Retrieved 2 May 2015. 
  3. ୩.୦ ୩.୧ ୩.୨ "ଗଣ କବି ବୈଷ୍ଣବ ପାଣି". OdiaSahitya. Retrieved 2 May 2015. 
  4. Panda, Arabinda. "Ganakabi's works come alive on Kumar Purnima". The New Indian Express. Retrieved 2 May 2015. 
  5. Jaiswal, Binita. "Book to preserve Ganakabi legacy". Times of India. Retrieved 2 May 2015.