ଗଙ୍ଗାଧର ମେହେର

ଓଡ଼ିଆ ଭାଷାର ସ୍ୱଭାବ କବି

"ସ୍ୱଭାବ କବି" ଗଙ୍ଗାଧର ମେହେର (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪) ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି[୨] ଓ ସ୍ୱଭାବ କବି ଭାବେ ପରିଚିତ ।[୩] ତାଙ୍କର ପ୍ରମୁଖ ରଚନାବଳୀ ମଧ୍ୟରେ ଇନ୍ଦୁମତୀ, କୀଚକ ବଧ,ତପସ୍ୱିନୀ, ପ୍ରଣୟବଲ୍ଲରୀ ଆଦି ପ୍ରମୁଖ । ରାଧାନାଥ ରାୟ ସେ ସମୟରେ ବିଦେଶୀ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି କାବ୍ୟ କବିତା ରଚନା କରୁଥିବା ବେଳେ ଗଙ୍ଗାଧର ସଂସ୍କୃତ ଭାଷା ସାହିତ୍ୟରୁ କଥାବସ୍ତୁ ଗ୍ରହଣ କରି ରଚନା କରାଯାଇଛନ୍ତି ଅନେକ କାବ୍ୟ। ତାଙ୍କ କାବ୍ୟ ଗୁଡ଼ିକ ମନୋରମ, ଶିକ୍ଷଣୀୟ ତଥା ସଦୁପଯୋଗି। ଏଇଥି ପାଇଁ କବି ଖଗେଶ୍ବର ତାଙ୍କ ପାଇଁ କହିଥିଲେ - " ତୋ କବିତ୍ୱେ ଦୁଗ୍ଧ ମଧୁରତା ଅଛି ନାହିଁ ମଦ୍ୟ ମାଦକତା, ସେହି ସିନା କାବ୍ୟ ଯହିଁଅଛି ସାର୍ବଜନୀନ ଉପାଦେୟତା।" କବିଙ୍କ ଭକ୍ତି, ମଧୁମୟ, ଅମୃତମୟ ଆଦି କବିତା ତାଙ୍କୁ ଜଣେ ବିଶିଷ୍ଟ ଦାର୍ଶନିକ ଭାବରେ ପ୍ରକାଶିତ କରେ । କବିଙ୍କ ବର୍ଣ୍ଣନାରେ ପ୍ରକୃତି ଚଳମାନ ହୋଇଉଠୀ ଥାଏ।

ସ୍ୱଭାବ କବି

ଗଙ୍ଗାଧର ମେହେର
Gangadhar Meher.png
ଜନ୍ମ ଓ ଜନ୍ମସ୍ଥାନ୯ ଅଗଷ୍ଟ ୧୮୬୨(1862-08-09) (ଶ୍ରାବଣ ପୂର୍ଣ୍ଣିମା)
ବରପାଲି, ବରଗଡ଼ ଜିଲ୍ଲା
ମୃତ୍ୟୁ୪ ଅପ୍ରେଲ ୧୯୨୪(1924-04-04) (ବୟସ ୬୧) (ଚୈତ୍ର ଅମାବାସ୍ୟା)
ବୃତ୍ତିକଚେରୀ ମୋହରିର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷା୫ମ[୧]
ଶୈଳୀକବି
ବିଷୟଆଧୁନିକ କାବ୍ୟ କବିତା
ସାହିତ୍ୟ କୃତିତପସ୍ୱିନୀ, କୀଚକ ବଧ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, କୃଷକ ସଙ୍ଗୀତ, ଅର୍ଘ୍ୟଥାଳୀ (କବିତା ସଂକଳନ),ମହିମା, ଅଯୋଧ୍ୟା ଦୃଶ୍ୟ ଇତ୍ୟାଦି
ଜୀବନ ସାଥିଶାନ୍ତା ଦେବୀ, ଚମ୍ପା ଦେବୀ (ଶାନ୍ତା ଦେବୀଙ୍କ ଦେହାବସାନ ପରେ)
ସନ୍ତାନଅର୍ଜୁନ ମେହେର (୧୨ ବର୍ଷରେ ଦେହାବସାନ), ଭଗବାନ ମେହେର (କବି-ପୁତ୍ର ନାମରେ ଖ୍ୟାତ), ବାସୁମତି ମେହେର, ଲକ୍ଷ୍ମୀ ମେହେର
ୱେବସାଇଟ
gangadharmeher.org

ଜୀବନୀସମ୍ପାଦନ କରନ୍ତୁ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ଗଙ୍ଗାଧର ମେହେର ୧୮୬୨ ଅଗଷ୍ଟ ୯ ତାରିଖରେ (ଶ୍ରାବଣ ପୂର୍ଣ୍ଣିମା ତିଥି) ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାସ୍ଥିତ ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।[୪] ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ।[୫][୬] ସେ ଶାନ୍ତା ଦେବୀଙ୍କୁ ବିବାହ କରିଥିଲେ ଓ ଶାନ୍ତାଙ୍କ ମୃତ୍ୟୁ ପରେ ଚମ୍ପା ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ଜଣ ସନ୍ତାନସନ୍ତତି ଥିଲେ । ତାଙ୍କର ଦୁଇ କନ୍ୟା ବସୁମତୀ ଓ ଲକ୍ଷ୍ମୀ ଏବଂ ଦୁଇ ପୁତ୍ର ଅର୍ଜୁନ ଓ ଭଗବାନ ।

ବୃତ୍ତିସମ୍ପାଦନ କରନ୍ତୁ

ସେ ୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।

ସାହିତ୍ୟ ରଚନାସମ୍ପାଦନ କରନ୍ତୁ

ବାଲ୍ୟକାଳରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ । ଓଡ଼ିଶାର ପୁରାତନ କବିମାନଙ୍କ ଶୈଳୀ ଅନୁସରଣରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ "ରସ ରତ୍ନାକର" ଓ "ଅହଲ୍ୟା ସ୍ତବ" ଆଦି ଅନ୍ୟତମ । ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚିତ । ପରେ ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ "ଇନ୍ଦୁମତୀ" ନାମକ କାବ୍ୟ ରଚନା କରିଥିଲେ ।[୭] ତାଙ୍କ ରଚନାରେ ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପର ବର୍ଣ୍ଣନା ତଥା ମାନବତାର ଉଲ୍ଲେଖ ରହିଛି । ଛନ୍ଦମାଧୁର୍ଯ୍ୟର ଆଧୁନିକୀକରଣ କରି ମଧ୍ୟ ସେ ଓଡ଼ିଆ କବିତା ରଚନା କରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ତାଙ୍କ ରଚିତ ଗୀତିକବିତାମାନଙ୍କ ମଧ୍ୟରୁ ଅନ୍ୟତମ ।

କାବ୍ୟସମ୍ପାଦନ କରନ୍ତୁ

  • ଇନ୍ଦୁମତୀ, (୧୮୯୩, ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ)
  • ଉତ୍କଳ ଲକ୍ଷ୍ମୀ (୧୮୯୪)
  • କୀଚକ ବଧ (୧୯୦୩)
  • ତପସ୍ୱିନୀ (୧୯୧୨, ସର୍ବାଧିକ ଲୋକପ୍ରିୟ କାବ୍ୟ)
  • ପ୍ରଣୟ ବଲ୍ଲରୀ (୧୯୧୫, ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ' ନାଟକର ଅନୁସରଣରେ ରଚିତ)
  • ରସ ରତ୍ନାକର ('ର' ଆଦ୍ୟ-ପ୍ରାନ୍ତ-ନିୟମରେ ରଚିତ)
  • ମହିମା
  • କବିତା କଲ୍ଲୋଳ
  • ଅଯୋଧ୍ୟା ଦୃଶ୍ୟ
  • ବଳରାମଦେବ
  • ପଦ୍ମିନୀ (ଶେଷ କୃତି)

କବିତାସମ୍ପାଦନ କରନ୍ତୁ

  • ଅହଲ୍ୟାସ୍ତବ, ୧୮୯୨(ସଂସ୍କୃତ ବୃତ୍ତ ଅନୁସରଣରେ ରଚିତ)
  • ଅର୍ଘ୍ୟଥାଳି (ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ)
    • ଭକ୍ତି
    • ଅମୃତମୟ
    • ମଧୁମୟ
  • ମାତୃଭୂମି
  • ଅର୍ପଣ
  • ଆଶ୍ରମେ ପ୍ରଭାତ
  • ଉତ୍କଳ-ଲକ୍ଷ୍ମୀ
  • [ଖଦ୍ୟୋତର ଖେଦ ଓ ସୂର୍ଯ୍ୟ ପ୍ରତି ଦୀପ]
  • ଭାରତୀ ଭାବନା
  • ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର
  • ମହାଜନ
  • ସୁଭାବ ଓ ସ୍ୱଭାବ
  • ଉତ୍କଳ ଭାରତୀଙ୍କ ଉକ୍ତି
  • ନର ଓ ମୟୂର
  • ଭରସା
  • ମଧୁପର ମଧୁଭିକ୍ଷା
  • ଧନପ୍ରତି
  • ବସନ୍ତ ବ୍ରତ

ମୃତ୍ୟୁସମ୍ପାଦନ କରନ୍ତୁ

୧୯୨୪ ଅପ୍ରେଲ ୪ ତାରିଖରେ (ଚୈତ୍ର ଅମାବାସ୍ୟା ତିଥି) ତାଙ୍କର ଦେହାନ୍ତ ହୋଇଥିଲା ।

ଆଧାରସମ୍ପାଦନ କରନ୍ତୁ

  1. ଆଚାର୍ଯ୍ୟ, ବୃନ୍ଦାବନ. ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ. ଗ୍ରନ୍ଥ ପ୍ରକାଶିନୀ. pp. ୨୦୭, ୩୩୮.
  2. Samal, Debi Prasad. "Dream of a cultural language comes true". iamin.in. Retrieved 1 August 2015.
  3. Panda, Namita. "Epic dance drama captivates audience". The Telegraph. Retrieved 1 August 2015.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୪- ୨୦୧୫ ବର୍ଷରେ ପାଳନ କରାଯାଉଥିବା ଜୟନ୍ତୀ/ ଶ୍ରାଦ୍ଧୋତ୍ସବ". Odisha Sahitya Akademi. Retrieved 1 August 2015.
  5. "Pranaya Ballari Pdf".
  6. Guru, Himanshu. "Swabhaba Kabi Gangadhar Meher – Life in Brief". The News Insight. Retrieved 1 August 2015.
  7. http://www.suniv.ac.in/life_gangadhar.html