ବୃନ୍ଦାବନ ତ୍ରିପାଠୀ (ରାଜନେତା)

ଓଡ଼ିଆ ରାଜନୀତିଜ୍ଞ

ବୃନ୍ଦାବନ ତ୍ରିପାଠୀ (୧ ମାର୍ଚ୍ଚ ୧୯୧୧ - ୨୦ ସେପ୍ଟେମ୍ବର ୧୯୯୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ବୃନ୍ଦାବନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୬୧, ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କାମାକ୍ଷାନଗରଗୋନ୍ଦିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ, ୪ର୍ଥ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବୃନ୍ଦାବନ ତ୍ରିପାଠୀ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀହଳଧର ମିଶ୍ର
ପର ଅଧିକାରୀଶ୍ରୀବତ୍ସ ନାୟକ
ନିର୍ବାଚନ ମଣ୍ଡଳୀଗୋନ୍ଦିଆ
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ପର ଅଧିକାରୀବ୍ରହ୍ମାନନ୍ଦ ବିଶ୍ୱାଳ
ନିର୍ବାଚନ ମଣ୍ଡଳୀକାମାକ୍ଷାନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1911-03-01)୧ ମାର୍ଚ୍ଚ ୧୯୧୧
ମୃତ୍ୟୁ୨୦ ସେପ୍ଟେମ୍ବର ୧୯୯୮(1998-09-20) (ବୟସ ୮୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ (ଆର୍)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀପ୍ରମୋଦିନୀ ତ୍ରିପାଠୀ
ବାପା/ବୋଉଭାଗୀରଥି ତ୍ରିପାଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବୃନ୍ଦାବନ ୧୯୧୧ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭାଗୀରଥି ତ୍ରିପାଠୀ ଓ ପତ୍ନୀଙ୍କ ନାମ ପ୍ରମୋଦିନୀ ତ୍ରିପାଠୀ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ ଓ ପେଶାରେ ସେ ଜଣେ ଶିକ୍ଷକ ଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ବୃନ୍ଦାବନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା କାମାକ୍ଷାନଗର ସ୍ୱତନ୍ତ୍ର ପାର୍ଟି
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା କାମାକ୍ଷାନଗର ସ୍ୱତନ୍ତ୍ର ପାର୍ଟି
୧୯୭୧ ୧୯୭୨ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଗୋନ୍ଦିଆ କଂଗ୍ରେସ (ଆର୍)

ମୃତ୍ୟୁ ସମ୍ପାଦନା

ବୃନ୍ଦାବନ ତ୍ରିପାଠୀ ୧୯୮୮ ମସିହାର ମାର୍ଚ୍ଚ ମାସ ୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Brundaban Tripathy". odishaassembly.nic.in. Odisha Assembly. Retrieved 28 July 2020.