ହଳଧର ମିଶ୍ର
ଓଡ଼ିଆ ରାଜନୀତିଜ୍ଞ
ହଳଧର ମିଶ୍ର (୩୦ ଜୁନ୍ ୧୯୨୮ - ୧୬ ଜୁଲାଇ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୭ ଓ ୧୯୮୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗଁଦିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୭ମ ଓ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ହଳଧର ମିଶ୍ର | |
---|---|
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୫ | |
ନିର୍ବାଚନ ମଣ୍ଡଳୀ | ଗଁଦିଆ |
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୧ | |
ନିର୍ବାଚନ ମଣ୍ଡଳୀ | ଗଁଦିଆ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩୦ ଜୁନ ୧୯୨୮ |
ମୃତ୍ୟୁ | ୧୬ ଜୁଲାଇ ୨୦୧୪ | (ବୟସ ୮୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (ୟୁ) |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା, ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | ପ୍ରମିଳା କୁମାରୀ ଦେବୀ |
ବାପା/ବୋଉ | ଶିଖରେଶ୍ୱର ମିଶ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାହଳଧର ମିଶ୍ର ୧୯୨୮ ମସିହାର ଜୁନ୍ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶିଖରେଶ୍ୱର ମିଶ୍ର ଓ ପତ୍ନୀଙ୍କ ନାମ ପ୍ରମିଳା କୁମାରୀ ଦେବୀ ।[୧]
ରାଜନୈତିକ ଜୀବନ
ସମ୍ପାଦନାହଳଧର ମିଶ୍ର ଓଡ଼ିଶା ରାଜନୀତିରେ ପ୍ରଥମେ ସ୍ୱତନ୍ତ୍ର ପାର୍ଟିରେ ଓ ପରେ ଜନତା ପାର୍ଟିରେ ଏବଂ ଭାରତୀୟ ଜାତୀୟ କଂଗ୍ରେସ (ୟୁ)ର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ଗଁଦିଆ | ସ୍ୱତନ୍ତ୍ର ପାର୍ଟି |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ଗଁଦିଆ | ଜନତା |
୧୯୮୦ | ୧୯୮୫ | ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା | ଗଁଦିଆ | କଂଗ୍ରେସ (ୟୁ) |
ମୃତ୍ୟୁ
ସମ୍ପାଦନାହଳଧର ମିଶ୍ର ୨୦୧୪ ମସିହାର ଜୁଲାଇ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Haldhar Mishra". odishaassembly.nic.in. Odisha Assembly. Retrieved 11 September 2022.