ଉଇକିପିଡ଼ିଆ:ଆଲୋଚନା ସଭା/Flow ଉପରେ ବିଷୟ

Aliva Sahoo (ଆଲୋଚନାଅବଦାନ)

ନମସ୍କାର !

ଏଥର (୨୦୨୪) ମସିହାରେ ପ୍ରଥମ କରି ଓଡ଼ିଆ ଉଇକିପିଡ଼ିଆରେ ଏକ ନୂତନ ଗଣସମ୍ପାଦନା '''ଉଇକି ଭାଷାକୁ ଭଲପାଏ''' (Wiki Love Language) ଆୟୋଜନ ପାଇଁ ଚିନ୍ତା କରୁଛି । ଏହି ବାବଦରେ ଉଭୟ @Ssgapu22 ଏବଂ @Psubhashish ଭାଇଙ୍କ ସହିତ ଆଲୋଚନା ମଧ୍ୟ କରିଥିଲୁ । ଏହି ସମ୍ପାଦନାରେ ଓଡ଼ିଶାର ୨୧ଟି ଭାଷା ଏବଂ ଭାରତର ୭୫୦ଟି ଭାଷା ଉପରେ ସମ୍ପୂର୍ଣ୍ଣ ପ୍ରସଙ୍ଗ ରହିବ । ଆମ ଓଡ଼ିଆ ଭାଷାରେ ଏହା ଉପରେ କମ ପ୍ରସଙ୍ଗ ରହିଛି । ସେଥିପାଇଁ ଭାଷାକୁ ନେଇ ନୂତନ ପ୍ରସଙ୍ଗର ସମ୍ପାଦନ ସହିତ ପୁରୁଣା ପ୍ରସଙ୍ଗର ଉନ୍ନତି କରଣ ପାଇଁ ଆସନ୍ତା '''ନଭେମ୍ବର ୧୫ ରୁ ଡିସେମ୍ବର ୩୧''' ୨୦୨୪ ପର୍ଯ୍ୟନ୍ତ ଏହି ଗଣସମ୍ପାଦନାଟି ହେବ । ଯଦି କେହି ଯୋଗଦାନ କରିବାକୁ ଇଚ୍ଛୁକ କିମ୍ବା କିଛି ମତାମତ ଦେବାକୁ ଚାହୁଁଥାନ୍ତି, ତେବେ ନିମ୍ନରେ ନିଜର ମତ ଦିଅନ୍ତୁ ।

Ssgapu22 (ଆଲୋଚନାଅବଦାନ)

ଉତ୍ତମ ପ୍ରସ୍ତାବଟିଏ । ଅନେକ ଭଲ ପ୍ରସଙ୍ଗ ଗଢ଼ାଯାଇପାରିବ । "ୱିକି ଲଭ୍‌ସ୍ ଲାଙ୍ଗୁଏଜ୍" ବଦଳରେ ଯଦି ଆମେ "ଦି ଇଣ୍ଡିଆନ୍ ଲାଙ୍ଗୁଏଜ୍ ଏଡ଼ିଟ୍-ଏ-ଏଥନ୍" ଭଳି କି ଅଲଗା ନାଁ ଦେଇପାରିବା, ଆହୁରି ଭଲ ଲାଗିବ ବୋଲି ମୁଁ ଭାବୁଛି । @Chinmayee Mishra ଙ୍କୁ ବି ଯୋଡ଼ୁଛି ।

Aliva Sahoo (ଆଲୋଚନାଅବଦାନ)

ହଁ ଭଲ କଥା । କିନ୍ତୁ ଯଦି ଆମେ ଇଂରାଜୀ ନାମ ବଦଳରେ କିଛି ଓଡ଼ିଆ ନାମ ଦେବା ହୁଏତ ଟିକେ ବେଶି ଭଲ ଲାଗିବ । ଦେଖିବା ସମସ୍ତେ ମତ ଦିଅନ୍ତୁ ।

Jnanaranjan sahu (ଆଲୋଚନାଅବଦାନ)

ଭଲ ପ୍ରସ୍ତାବ । ଭାଷା ଉପରେ ଲେଖା କମ ଅଛି ।

Psubhashish (ଆଲୋଚନାଅବଦାନ)

 ସମର୍ଥନ ତେବେ କେବଳ ଭାରତୀୟ ଭାଷା ଭିତରେ ସୀମିତି ନ କରି ସବୁ ଭାଷା ରଖିଲେ ଭଲହୁଅନ୍ତା ଭାବୁଚି କାରଣ ଆମର ଓଡ଼ିଶା ଓ ଭାରତ ସମ୍ବନ୍ଧୀୟ ଅନେକ ପ୍ରସଙ୍ଗ ଥିଲେ ବି ଏକ ଜ୍ଞାନ‌କୋଷ ହୋଇ ବିଶ୍ୱସମ୍ବନ୍ଧୀୟ ବେଶୀ ନାହିଁ । ତେବେ ମୁଁ ଭାରତୀୟ/ଦକ୍ଷିଣ ଏସୀୟ (ଦକ୍ଷିଣ ଏସୀୟ ଏଇଥି ପାଇଁ ଯେ ଅନେକ ଭାରତୀୟ ଭାଷା ପାଖ ଦେଶଗୁଡ଼ିକରେ ବି କୁହାଯାଏ: ମୈଥିଳୀ, ନେପାଳୀ, ଥାରୁ, ପାହାଡ଼ୀ, ବଙ୍ଗଳା, ଉର୍ଦ୍ଦୁ, ରାଜସ୍ଥାନୀ, ଗୁଜରାଟୀ, ତାମିଲ ଏସବୁ ପଡ଼ିଶା ଦେଶମାନଙ୍କରେ କଥିତ) ଭାଷା ସପକ୍ଷରେ । ଆଚ୍ଛା, କେବଳ ପ୍ରସଙ୍ଗ ଭିତରେ ସୀମିତ ନ କରି ମିଡ଼ିଆ ଯୋଡ଼ିଲେ ବି ଭଲ (ମୁଁ ଆଖୁକିଆରୀ ଦଳର) । ମୁଁ ନିଜେ ଏବେ ଛୋଟ ପ୍ରକଳ୍ପଟେ ପରିଚାଳନା କରୁଚି ଆଉ ସେଥିରୁ ଅନେକ ମିଡ଼ିଆ ବାହାରିବ ।

Aliva Sahoo (ଆଲୋଚନାଅବଦାନ)

ହଁ ଆମେ ଏହି ସମ୍ପାଦନାରେ ଭାରତ ବାହାରର ମଧ୍ୟ ଲେଖିପାରିଲେ ଭଲ ହେବ । ପାଖାପାଖି ଏସିଆ ମହାଦେଶ ସହିତ ଜଡ଼ିତ ହେଲେ ଭଲ ହୁଅନ୍ତା । ଏମିତି ଭି ଦେଖିବାକୁ ଗଲେ ଭାରତ ବାହାରେ ବହୁତ ଭାଷା ଅଛି । ସେଥିପାଇଁ ସମ୍ପାଦନା ଭିତରେ ଏତିକି ଆମେ ମିଶିଲେ କଭର କରିପାରିବା । ସେଥିପାଇଁ ସଭିଙ୍କ ସମର୍ଥନ ସହିତ ଯୋଗଦାନ ମଧ୍ୟ ଦରକାର ହେବ ।

Snip1 (ଆଲୋଚନାଅବଦାନ)

 ସମର୍ଥନ ଏହା ଏକ ଭଲ ପ୍ରସ୍ତାବ ।

Aliva Sahoo (ଆଲୋଚନାଅବଦାନ)
Jnanaranjan sahu (ଆଲୋଚନାଅବଦାନ)

ମୋର ଗୋଟେ ପ୍ରସ୍ତାବ ଅଛି । ଉଇକି ଭାଷାକୁ ଭଲ ପାଏ ନ କରି Wiki Loves Literature | ଉଇକି ଲଭ୍‌ସ ଲିଟରେଚର କରିବା ଉଚିତ । କ୍ୟାମ୍ପେନର ନାଁ ସମାନ ରହିବା ଉଚିତ । ଆମେ ବାହାର ଜାଗାରେ ଦେଖେଇ ପାରିବା ଆଉ ଅଧିକା ଲୋକ ଜାଣି ପାରିବେ ଓ ନିଜ ଇଚ୍ଛା ପ୍ରକାଶ କରି ପାରିବେ ।

Chinmayee Mishra (ଆଲୋଚନାଅବଦାନ)

ଉଇକି ଲଭ୍‌ସ ଲିଟରେଚର ରଖିବା ଠିକ ।

Ssgapu22 (ଆଲୋଚନାଅବଦାନ)

ଏହି ନାଁଟା ଆଗରୁ ଥିଲା, ଆଉ ସେ ନାଆଁରେ ଆଗକୁ ନବଢ଼ିବା ଭଲ । ଯଦି ଆପଣମାନଙ୍କର ମନେ ଥିବ ଉଇକି ଲଭ୍‌ସ୍ ଲିଟେରେଚର୍ ପଞ୍ଜାବୀ କମ୍ୟୁନିଟି ଦ୍ୱାରା ୨୦୨୧ ମସିହାରେ, ଆରମ୍ଭ ହୋଇଥିଲା ଏବଂ ୨୦୨୨ ମସିହାରେ ଆଉ ୩ଟି (ଓଡ଼ିଆ, ସାନ୍ତାଳୀ ଓ ଅହମିୟା) କମ୍ୟୁନିଟି ଯୋଡ଼ି ହୋଇ ମିଳିତ ଭାବରେ ଆୟୋଜନ କରିଥିଲେ । ଏମିତିକି ଗତବର୍ଷ ହାଇଦ୍ରାବାଦରେ ଅନୁଷ୍ଠିତ ଉଇକି କନ୍‌ଫରେନ୍ସ ଇଣ୍ଡିଆରେ ମଧ୍ୟ ଏହା ଉପରେ ଏକ ପ୍ରେଜେଣ୍ଟେସନ୍ ଗୌରବ ଓ ମୁଁ ଦେଇଥିଲୁ । ପ୍ରକଳ୍ପ ପୃଷ୍ଠା ଓ ପୂର୍ବ ସମୟ ଅନୁସାରେ ସବୁକିଛି ପୃଷ୍ଠ ତିଆରି କରିସାରିବା ପରେ, ନିତେଶ କହିଲା କି ସେ ଏହାକୁ ଆରମ୍ଭ କରିଥିଲା ଏବଂ ସେ ଏଥିରେ ଅଧିକରୁ ଅଧିକ କମ୍ୟୁନିଟିକୁ ଯୋଡ଼ିବାକୁ ଚାହୁଁଛି, ତେଣୁ ତାକୁ ସମୟ ଲାଗିବ । ସେବେଠାରୁ ସେ ସମୟ ନେଲା ଆଉ ତା' କଥାରୁ ମୋତେ ଲାଗିଲା, ସବୁ ନିଷ୍ପତ୍ତି ବି ତା'ର ହେବ ବୋଧେ, ତେଣୁ ମୁଁ ବି ଦୂରେଇ ଆସିଲି । ତା'ପରଠାରୁ ସେମାନେ ଆଉ ଆଗକୁ ବଢ଼ିଛନ୍ତି କି ନାହିଁ ଜଣାନାହିଁ, କିନ୍ତୁ ସେ ଗଣ-ସମ୍ପାଦନା ବନ୍ଦ ହେଇଗଲା । ସେଇଥିପାଇଁ ଆମେ ଉଇକିପିଡ଼ିଆ:ପରମ ବୀର ଚକ୍ର ଗଣସମ୍ପାଦନା ସେପ୍ଟେମ୍ବର ମାସରେ ଆୟୋଜନ କରିଥିଲେ ଏବଂ ୮ଟି କମ୍ୟୁନିଟି ଯୋଗ ଦେଇଥିଲେ । ଯେହେତୁ ଆମର ସାହିତ୍ୟ ଉପରେ ପ୍ରସଙ୍ଗ ସ୍ୱଳ୍ପ ଆଉ ଏହି ଉଇକି ଲଭ୍‌ସ୍ ଲିଟେରେଚର୍ ଜରିଆରେ ଆମେ କିଛି ଅଧିକ ପ୍ରସଙ୍ଗ ଗଢ଼ିଥାନ୍ତେ, କିନ୍ତୁ ତାହା ବନ୍ଦ ହେଇଯିବା ଫଳରେ ଆମେ ଆଉଥରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ଆରମ୍ଭ କରିବା ବୋଲି ଭାବିଥିଲେ, କିନ୍ତୁ ସେହି ସମୟରେ, ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଯୋଗୁଁ ଆମେ ତାକୁ ନ କରିକି ଉତ୍କଳ ଦିବସରୁ ପଣା ସଂକ୍ରାନ୍ତି (୧ ଅପ୍ରେଲରୁ ୧୫ ଅପ୍ରେଲ) ଯାଏଁ ଉଇକିପିଡ଼ିଆ:ଓଡ଼ିଆ ସାହିତ୍ୟ ଗଣ-ସମ୍ପାଦନା ୨୦୨୪ ଆୟୋଜନ କରିଥିଲେ ।


ସର୍ବୋପରି, ଆମକୁ ଭାଷା ସମ୍ବନ୍ଧୀୟ ଗଣ-ସମ୍ପାଦନା କରିବାର ଥିଲା, ଆଉ ଏହା କେବଳ ଭାଷା ଓ ଭାଷା ସମ୍ବନ୍ଧୀୟ ପ୍ରସଙ୍ଗକୁ ଉପରେ ଆଧାରିତ, ତେଣୁ ଲିଟେରେଚର୍ ଓ ସାହିତ୍ୟକୁ ଅଲଗା ରଖିଲେ ଭଲ ବୋଲି ମୁଁ ଭାବୁଛି । ତା'ଛଡ଼ା ଆମକୁ ଓଡ଼ିଆ ସାହିତ୍ୟ ସମ୍ବନ୍ଧୀୟ ଗଣ-ସମ୍ପାଦନା ପ୍ରତ୍ୟେକ ବର୍ଷ ସେହି ସମୟରେ କରିବା ଆବଶ୍ୟକ ବୋଲି ମୁଁ ବ୍ୟକ୍ତିଗତ ଭାବରେ ଭାବୁଛି ଏବଂ ଓଡ଼ିଆ ଛଡ଼ା ଅନ୍ୟାନ୍ୟ ସାହିତ୍ୟ ଉପରେ ମଧ୍ୟ ଆମେ କିଛି ଅଲଗା ଗଣ-ସମ୍ପାଦନାରେ କିମ୍ବା ପରବର୍ଷକୁ ସମାନ ସମୟରେ ଧ୍ୟାନ ଦେଲେ ଭଲ ହୋଇପାରିବ ।

Chinmayee Mishra (ଆଲୋଚନାଅବଦାନ)

 ସମର୍ଥନ

Psubhashish (ଆଲୋଚନାଅବଦାନ)

ଯେହେତୁ ଆରମ୍ଭ ହେଇ ୨୦ଟି ପ୍ରସଙ୍ଗ ଲେଖାସରିଲାଣି, ଏବେ ଅଧାରୁ ନାଁ ବଦଳେଇବାଟା ହୁଏତ ଭଲ ହେବନି । ତା'ଛଡ଼ା ସାହିତ୍ୟ = ଭାଷା + ବକ୍ତା ସମୁଦାୟ ନୁହେଁ । ସାହିତ୍ୟ = ଏକ ଭାଷାରେ ଗପ, କବିତା, ପ୍ରବନ୍ଧ ଆଦି ଲେଖାଲେଖି ତଥା ଲେଖକମାନଙ୍କ ବାବଦରେ ପ୍ରସଙ୍ଗ । ଆଉ ଏ ଗଣସମ୍ପାଦନାର ଲକ୍ଷ୍ୟ ଭାଷାବିଜ୍ଞାନ (linguistics) ସମ୍ବନ୍ଧୀୟ ଆଉ ଭାଷା-ବକ୍ତା ସମ୍ବନ୍ଧୀୟ ନୃତତ୍ତ୍ୱବିଜ୍ଞାନ (anthropology) ସମ୍ବନ୍ଧୀୟ ପ୍ରସଙ୍ଗ । ଦିଟା ଯାକ ପରସ୍ପର ସହ ଯୋଡ଼ା ହେଲେ ଏକା ନୁହଁନ୍ତି । ଆମର ସାହିତ୍ୟ ଉପରେ ୨୦୦୦ରୁ ଅଧିକ ପ୍ରସଙ୍ଗ ଅଛି । ହେଲେ ଭାଷା ଓ ଭାଷା ବକ୍ତା (ସମୁଦାୟ) ବାବଦରେ ଖୁବ କମ ପ୍ରସଙ୍ଗ ଅଛି । ଓଡ଼ିଆ ଛଡ଼ା ବିଭିନ୍ନ ଭାଷା ଓ ସେ ଭାଷାଭାଷୀଙ୍କ ଉପରେ ଅଧିକ ପ୍ରସଙ୍ଗ ପାଇଁ ଏ ଗଣସମ୍ପାଦନା । ମୋ ମତରେ ୟାକୁ ସାହିତ୍ୟ ସଙ୍ଗେ ନ ମିଶେଇ ସାହିତ୍ୟ ପାଇଁ ଅଲଗା ସମୟରେ ଆଉ ଏକ ଗଣସମ୍ପାଦନା କଲେ ଭଲ ହୁଅନ୍ତା । ତେବେ ଭାଷା(ବିଜ୍ଞାନ) + ଭାଷାଭାଷୀ ସମୁଦାୟ ‌+ ସାହିତ୍ୟ ଏ ସବୁକୁ ମିଶାଇ ବି ଗଣସମ୍ପାଦନା ହେଇପାରିବ । କିନ୍ତୁ ତାକୁ ସାହିତ୍ୟ (Wiki Loves Literature) କହିବା ସଂକୋଚନ(reductive definition) ହବ ।

Ssgapu22 (ଆଲୋଚନାଅବଦାନ)

ମୁଁ ମଧ୍ୟ ସୁଭ ଭାଇଙ୍କ କଥାରେ ଏକମତ । ହଁ ନାଁକୁ ନେଇକି ମୁଁ ବି ଟିକେ ଦ୍ୱନ୍ଦରେ ଥିଲି । କିନ୍ତୁ ଏହା ଆରମ୍ଭ ହୋଇଗଲାଣି, ତେଣୁ ସେହି ନାଁକୁ ନେଇକି ବଢ଼ିଲେ ଭଲ ହେବ ।

"ଉଇକି ଭାଷାକୁ ଭଲପାଏ ଗଣସମ୍ପାଦନା ବାବଦରେ"ଙ୍କୁ ଉତ୍ତର