Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିମିଡ଼ିଆ ସମିଟ ୨୦୧୯ ପାଇଁ କାହାକୁ ପଠାଇବା?

21
Psubhashish (ଆଲୋଚନାଅବଦାନ)

ମାର୍ଚ୍ଚ ୨୯ରୁ ମାର୍ଚ୍ଚ ୩୧ ଯାଏ ଜର୍ମାନୀର ବର୍ଲିନଠାରେ ଉଇକିମିଡ଼ିଆ ସମିଟ ୨୦୧୯ ଅନୁଷ୍ଠିତ ହେବ । ଏଥିରେ ଉଇକିମିଡ଼ିଆ ମୁଭମେଣ୍ଟ ଷ୍ଟ୍ରାଟେଜି ବା ଆଗକୁ ଉଇକିମିଡ଼ିଆ ଚଳାଇବା ପାଇଁ ରଣନୀତି ତିଆରି ବାବଦରେ ଉଇକିମିଡ଼ିଆର ସହଯୋଗୀ ଅନୁଷ୍ଠାନସବୁ ଏକାଠି ମିଶି କାମକରିବେ । ଆମ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ମଧ୍ୟ ଏକ ସହଯୋଗୀ ଓ ଆମେ ଜଣେ ଉଇକିଆଳିଙ୍କୁ ଏହି ଗୁରୁତ୍ତ୍ୱପୂର୍ଣ୍ଣ ୩ ଦିନିଆ କାର୍ଯ୍ୟକ୍ରମରେ ଭାଗନେବାକୁ ମନୋନୀତ କରିପାରିବା । ତାଙ୍କ ଯିବା ଆସିବା ଓ ରହିବା ଖର୍ଚ୍ଚ ଆଦି ଏହାର ଆୟୋଜକମାନେ ଉଇକିମିଡ଼ିଆର ବାର୍ଷିକ ବଜେଟରୁ ଆସିଥିବା ଏକ ଅନୁଦାନରୁ ବହନ କରିବେ । ଏହା ପାଇଁ ଆବେଦନର ଶେଷ ତାରିଖ ଡିସେମ୍ବର ୧୭ ତାରିଖ ଯାଏ ଥିବାରୁ ଆମେ ଡିସେମ୍ବର ୫ ତାରିଖ ସୁଦ୍ଧା ମନୋନୟନ କାମ ଶେଷ କରିପାରିଲେ ଭଲ ହେବ । ଏଥି ପାଇଁ ଇଚ୍ଛୁକ ଉଇକିଆଳିମାନେ ନିଜେ ନିଜକୁ ମନୋନୟନ କରିପାରିବେ ବା ଜଣେ ଉଇକିଆଳି ଆଉ ଜଣେ ଉଇକିଆଳିଙ୍କୁ ବି ମନୋନୟନ କରିପାରିବ । ମୁଁ ତଳେ ପ୍ରୀତିରଞ୍ଜନ ତ୍ରିପାଠୀଙ୍କୁ ମନୋନୟନ କରୁଛି ଫଳରେ ବାକିମାନେ ସମାନ ଢାଞ୍ଚାରେ ଅନ୍ୟ ଉଇକିଆଳିଙ୍କୁ ମନୋନୟନ କରିପାରିବେ । ଏ ମନୋନୟନଟି ଉଭୟ ସତସତିକା ମନୋନୟନ ଓ ଉଦାହରଣ ।

ମନୋନୟନ କଲାବେଳେ ପ୍ରାର୍ଥୀଙ୍କ ଯୋଗଦାନ କେଉଁ କେଉଁ ବିଶେଷ କ୍ଷେତ୍ରରେ ଆମ ଉଇକିପିଡ଼ିଆ ପାଇଁ ଲାଭ ଦାୟକ ହେବ ତା' ଲେଖିପାରିଲେ ଭଲ ହେବ । କୌଣସି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ତାଙ୍କ ନାମ ତଳେ ବୁଲେଟ ପଏଣ୍ଟ କରି ନିଜ ମତ ଲେଖିପାରିବେ । ଏ ଲେଖାର ଡାହାଣ ପାଖରେ ଥିବା ତିନୋଟି ଡଟ ଉପରେ କର୍ସର ରଖିଲେ "Edit title"ରେ କ୍ଲିକ କରି ନୂଆ ପ୍ରାର୍ଥୀଙ୍କ ନାମ ତଳେ ଯୋଡ଼ିପାରିବେ ଓ ପୁରୁଣା ପ୍ରାର୍ଥୀଙ୍କ ବାବଦରେ ନିଜ ମତ ଦେଇପାରିବେ । ମତ ଦେଲା ପରେ ଏକ ଲୋକ ଭଳି ଦିଶୁଥିବା ଆଇକନରେ କ୍ଲିକ କରି ନିଜ ବ୍ୟବହାରକାରୀ ନାମ ବନ୍ଧନୀ ଭିତରେ ଲେଖିବେ । ମୁଁ ତଳେ ଯେମିତି ଲେଖିଛି ତାକୁ ଛାଞ୍ଚ ଭଳି ବ୍ୟବହାର କରିପାରିବେ ।

ପ୍ରୀତିରଞ୍ଜନ ତ୍ରିପାଠୀ (ବ୍ୟବହାରକାରୀ:Hellohappy)

  • ସମର୍ଥନ: ବ୍ୟକ୍ତିତ୍ୱମାନଙ୍କ ଉପରେ ଥିବା ଲେଖାରେ ନେତୃତ୍ୱ ଓ ଆଗରୁ ଗଣସମ୍ପାଦନା ଓ ଉଇକିପିଡ଼ିଆ ଏଜୁକେସନ ପ୍ରୋଗ୍ରାମ ଆଦି ଉପରେ ଗୁରୁତ୍ତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଏସବୁକୁ ଭିତ୍ତି କରି ଏ କାର୍ଯ୍ୟକ୍ରମରେ ଭାଗନେଲେ ଏଥିରେ ବିଭିନ୍ନ ଆଲୋଚନାରେ ଭାଗନେଇ ଜ୍ଞାନ ଦିଆନିଆ ଆଉ ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକିମିଡ଼ିଆ ପ୍ରକଳ୍ପରେ କଣ କଣ ଉନ୍ନତ କରାଯାଇପାରିବ ସେ ବାବଦରେ ପରାମର୍ଶ ଦେଇପାରିବେ । (@Psubhashish)
  • ସମର୍ଥନ: ପ୍ରୀତି ଭାଇଙ୍କୁ ମୁଁ ଯେବେଠାରୁ ଜାଣିଛି, ସେ ପ୍ରାୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ (ଓଡ଼ିଆ ଉଇକିପିଡ଼ିଆରେ ଆବଶ୍ୟକ ହେଉଥିବା ପ୍ରସଙ୍ଗ) ଉପରେ ଲେଖାଲେଖି କରନ୍ତି ଏବଂ ଅଧାର ନଥିବା ପ୍ରସଙ୍ଗ କିମ୍ବା ଉଇକିପିଡ଼ିଆର ନୀୟମକୁ ଧ୍ୟାନରେ ରଖି ଅଲଗା ପ୍ରସଙ୍ଗକୁ ମଧ୍ୟ ଠିକ୍‌ଠାକ୍ କରନ୍ତି । ତେଣୁ ଏଥର ସମିଟ୍‌ରେ ସେ ଯୋଗଦେଲେ ଓଡ଼ିଆ ଉଇକିପିଡ଼ିଆକୁ ଲାଭ ହେବ ବୋଲି ମୋତେ ବି ଲାଗୁଛି ।-ଗପୁ (ମୋ ଆଲୋଚନା) ୧୭:୩୪, ୧୯ ନଭେମ୍ବର ୨୦୧୮ (IST)
  • ସମର୍ଥନ: ପ୍ରୀତି ଭାଇ ସ୍ୱୟଂ ଅତିଉନ୍ନତ୍ତ ସମ୍ପାଦନା କରିବା ସହ ଅନବରତ ଅନ୍ୟମାନଙ୍କୁ ସଠିକ ପରାମର୍ଶ ମଧ୍ୟ ଦେଇ ଆସୁଛନ୍ତି । ତାଙ୍କର ପୂର୍ବ ଅନୁଭବ ଏବଂ କାର୍ଯ୍ୟଶୈଳୀ ଯୋଗୁଁ ହେବାକୁ ଯାଉଥିବା ସମ୍ମିଳନୀରେ ନିଜେ ଅନେକ ନୂତନ କାର୍ଯ୍ୟ ପ୍ରଣାଳୀ ଶିଖିବା ସହ, ପରେ ଆସି ଆମମାନଙ୍କୁ ଧୈର୍ଯ୍ୟର ସହ ଶିଖାଇ ମଧ୍ୟ ପାରିବେ, ଯାହାଦ୍ୱାରା ଓଡ଼ିଆ ଉଇକିର ଉନ୍ନତି ସୁନିଶ୍ଚିତ । (@Soumendrak)
  • ସମର୍ଥନ: ୧. ମୃତ୍ୟୁଞ୍ଜୟ କର ୨. ପ୍ରୀତିରଞ୍ଜନ ତ୍ରିପାଠୀ ୩. ହରିହର ଶତପଥୀ ସାର ୪. ସୁବାସ ଚନ୍ଦ୍ର ରାଉତ ସାର । ଏହି ମାନଙ୍କ ଭିତରୁ ଯିଏ ବି ଇଚ୍ଛୁକ ଗଲେ ଭଲ ହେବ ଯେହେତୁ ଏମାନଙ୍କ ଅନୁଭବ ଓ ଦକ୍ଷତା ଉଇକିପିଡ଼ିଆରେ ଅଧିକ ଏବଂ ଉଚ୍ଚକୋଟୀର । ଏହାଛଡ଼ା gender gap କୁ ଆଖି ଆଗରେ ରଖି ଗୋଟିଏ ଝିଅକୁ ମଧ୍ୟ ଯିବାକୁ ସୁଯୋଗ ଦିଆଗଲେ ଭଲ ହେବ । (@Pmsarangi)
  • ଝିଅ ମାତ୍ର ୩-୪ ଜଣ ସକ୍ରିୟ । ତା ଭିତରୁ ଯିଏ ଗଲେ ବି ଭଲ । ଯଦି କାମ ଦେଖି ମନୋନୀତ କରାଯାଏ, ତା' ହେଲେ ଯିଏ ଅଧିକ ସକ୍ରିୟ, ଯାହାର କାମ ଅଧିକ ଉପ‌ଯୋଗୀ ଓଡ଼ିଆ ଉଇକିକୁ ଆଗକୁ ବଢ଼ାଇବାରେ ଏବଂ ଯିଏ ନିଜର ସମୟ ଦେଇପାରୁଛି ତାକୁ ପଠାଇବା ଉଚିତ । (@Pmsarangi)
  • ସମର୍ଥନ:ପ୍ରୀତିରଞ୍ଜନ ଓହରିଗଲେ କରବାବୁଙ୍କୁ ମୋର ସମର୍ଥନ । ଉଭୟେ ଯୋଗ୍ୟ । ବ୍ୟବହାରକାରୀ:Hpsatapathy

ମୃତ୍ୟୁଞ୍ଜୟ କର (ବ୍ୟବହାରକାରୀ:MKar)

  • ସମର୍ଥନ: ପ୍ରୀତି ଭାଇ ଓହରିଯିବାପରେ ଏବଂ ପ୍ରାୟ ଅଧିକାଂଶ ସଦସ୍ୟ ମୃତ୍ୟୁଞ୍ଜୟ ଭାଇଙ୍କୁ ମନୋନୀତ କରୁଥିବାରୁ ତାଙ୍କର ନାମ ଏଠାରେ ଦିଆହେଲା । ମୃତ୍ୟୁଞ୍ଜୟ ଭାଇ ନୂତନ ସଦସ୍ୟଗଣଙ୍କୁ ବହୁ ସାହାର୍ଯ୍ୟ କରନ୍ତି ଏବଂ ସେ ମଧ୍ୟ ବ୍ୟକ୍ତିଗତ ଭାବେ ମୋତେ ଅନେକ ଥର ସହାୟତା ପ୍ରଦାନ କରିଛନ୍ତି । ତାଙ୍କର ଉଇକିପିଡ଼ିଆ ପ୍ରତି ଆଗ୍ରହ, ଉଚ୍ଚାକାଂକ୍ଷା ଏବଂ ଅଭିଳାଷ ପ୍ରଶଂସନୀୟ । (@Soumendrak)
Psubhashish (ଆଲୋଚନାଅବଦାନ)

ମୋର ବି ସମର୍ଥନ ତାଙ୍କର ଅଭିଜ୍ଞତା ଓ ପଲିସି ଆଦିରେ ଯଥେଷ୍ଟ ଜ୍ଞାନ ଥିବାରୁ । ତେବେ ପ୍ରୀତି ଭାଇ ଓହରି ନାହାନ୍ତି । ସେ ବିଧିବଦ୍ଧ ଭାବେ ଓହରିଲି ବୋଲି ନ ଲେଖିଲେ ଧରାଯିବନି! :) ସେ କେବଳ ମତ ଦେଇଛନ୍ତି ଯେ ତାଙ୍କଠୁ ବାକି ଅଭିଜ୍ଞ ଉଇକିଆଳି ଗଲେ ଭଲ ଯାହା ଅନେକେ ମାନିବେ ନାହିଁ ।

Prateek Pattanaik (ଆଲୋଚନାଅବଦାନ)

 ସମର୍ଥନ: କର ଭାଇଙ୍କ ଅଭିଜ୍ଞତା ଓ ଟେକନିକାଲ ଦିଗରେ ଥିବା ଦକ୍ଷତା ଏ ପରିପ୍ରେକ୍ଷୀରେ ମହତ୍ତ୍ୱପୂର୍ଣ୍ଣ । ଏଣୁ ପୂର୍ଣ୍ଣ ସମର୍ଥନ ।

Hellohappy (ଆଲୋଚନାଅବଦାନ)

ଭାଇମାନେ, ମତେ ମନୋନୟନ କରିଥିବାରୁ ଧନ୍ୟବାଦ । କଥା ହେଲା, ଏହି ସମ୍ମିଳନୀରେ ରଣନୀତି(Strategy) ଓ ୟୁଜର ଗ୍ରୁପ ଆଦି ବାବଦରେ ଆଲୋଚନା ହେବ । ଆଉ କେବଳ ଉଇକିପିଡ଼ିଆ ନହେଇ ଉଇକିମିଡ଼ିଆର ସବୁ ପ୍ରକଳ୍ପ ବିଷୟରେ ଆଲୋଚନା ହେବ । ମୋର ଯୋଗଦାନ ଓ ଅନୁଭୁତି ଯେହେତୁ ମୁଖ୍ୟତଃ ଓଡ଼ିଆ ଉଇକିପିଡ଼ିଆରେ ସୀମିତ, ତେଣୁ ମୁଁ ଭାବୁଛି ଏ ସବୁ ବାବଦରେ ଅଧିକ ଦକ୍ଷତା ରଖିଥିବା ଜଣେ କେହି ଗଲେ ଆମ ଗୋଷ୍ଠୀପାଇଁ ସୁବିଧା ହେବ ।

ମୁଁ ଏଥିପାଇଁ ଜ୍ଞାନ ବାବୁଙ୍କୁ ମନୋନୟନ କରିବାକୁ ଚାହୁଁଛି ।

Chinmayee Mishra (ଆଲୋଚନାଅବଦାନ)

. ମୋ ସମର୍ଥନ ୨ ଜଣ ଉଇକିିଆଳିଙ୍କ ପାଇଁ । ୧. ମୃତ୍ୟୁଞ୍ଜୟ କର ୨. ପ୍ରୀତିରଞ୍ଜନ ତ୍ରିପାଠୀ@Chinmayee Mishra

Radhadwibedi (ଆଲୋଚନାଅବଦାନ)

ମୁଁ ଭାବୁଛି ଏଥିରେ ଜଣେ ଝିଅଙ୍କୁ ପଠାଇଲେ ଭଲହେବ । @Radhadwibedi

Psubhashish (ଆଲୋଚନାଅବଦାନ)

ଭଲହୁଅନ୍ତା । ଆପଣ ଜଣଙ୍କ ନାଁ ଦେଉନାହାନ୍ତି ହେଲେ ସମସ୍ତେ ମତ ଦିଅନ୍ତେ ।

Radhadwibedi (ଆଲୋଚନାଅବଦାନ)

ମୁଁ ପ୍ରସ୍ତାବ ଦବାପାଇଁ ଚାହୁଁଛି (୧) ଅଲିଭା ସାହୁ (୨) ପଂକ‌ଜମାଳା ଷଡ଼ଙ୍ଗୀ @Radhadwibedi

Subas Chandra Rout (ଆଲୋଚନାଅବଦାନ)

ମୋ ମତରେ ଏଭଳି ସମିଟ ସମ୍ମିଳନୀ ନିମନ୍ତେ ମୃତ୍ୟୁଞ୍ଜୟ ସବୁଠାରୁ ଯୋଗ୍ୟ ବ୍ୟକ୍ତି । ସେ ମଧ୍ୟ କେବେ ଯିବାର ସୁଯୋଗ ପାଇନାହାନ୍ତି । ଏଇଥର ସେ ଯାଆନ୍ତୁ ।

Jnanaranjan sahu (ଆଲୋଚନାଅବଦାନ)

ଏଇଟା ଗୋଟେ ଶିଖିବା(learning) କାର୍ଯ୍ୟକ୍ରମ ବା ଇଭେନ୍ଟ ନୁହେଁ । ମୋ ବ୍ୟକ୍ତିଗତ ମତ ଜଣେ ପୁରୁଖା ଉଇକିଆଳି ଯିଏ ନିତିନିୟମ ଏବଂ ଆମ ଉଇକି ସହ ଭଲଭାବେ ଜଡିତ ଥିବେ ସେ ଗଲେ ଭଲ ସେଥିପାଇଁ @MKar ଭାଇ ଗଲେ ଭଲ । ଏମିତି ଲୋକ ଯିଏ ଉଇକିରେ ଆଗକୁ କଣ ହେବ କେମିତି କରାହେବ ସେ ବାବଦରେ ଗୁରୁତ୍ତ୍ୱପୁର୍ଣ ମତ ଦେଇପାରିବେ ଏବଂ ସେଠାକାର କଥା ଏଠି ବାଣ୍ଟିପାରିବେ ଏବଂ କାମରେ ଲଗେଇପାରିବେ । ସେ ଗଲେ ଭଲ ହୁଅନ୍ତା କାରଣ ସେ ବହୁତ ପୁରୁଣା ଲୋକ ଆଉ ନିତିନିୟମ ଆଉ ଇଉଜର ଗ୍ରୁପ ବିଷୟରେ ଅଧିକ ଜାଣିଛନ୍ତି । ଆଉ ଏକାଧିକ ଉଇକି ପ୍ରକଳ୍ପରେ କାମ କରୁଛନ୍ତି ।

ତାଙ୍କପରେ @Hellohappy (ପ୍ରିତି ଭାଇ) ଗଲେ ଭଲ ହେବ । କାରଣ ମୋ ମତରେ ସେ ଆମ ଗ୍ରୁପକୁ ସେଠି ଭଲ ଭାବେ ପ୍ରେଜେଣ୍ଟ କାରିପାରିବେ । ଏବଂ ମୋ ଆଶା ସେ ସଠା କଥାକୁ ଆମ ସହ ବାଣ୍ଟିପାରିବେ ।

ପ୍ରିତି ଭାଇ, ମୋ ନାଁ ଲେଖିବା ପାଇଁ ଧନ୍ୟବାଦ । ମୁଁ ଗଲେ କିଛି ଅସୁବିଧା ନାହିଁ ହେଲେ ଯେହେତୁ ମୁଁ ଦୁଇଥର ଅନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ଗଲିଣି ସେଥି ପାଇଁ ଆପଣ ଗଲେ ଭଲ । ଅଧିକ ଓଡ଼ିଆ ଉଇକିଆଳିଙ୍କୁ ଲୋକମାନେ ଜାଣନ୍ତୁ ମୋ ଇଛ୍ଛା ।

ଗୁରତ୍ତ୍ୱପୁର୍ଣ୍ଣ କଥା ହେଉଛି ଅଧିକ ଓଡ଼ିଆ ଉଇକିଆଳି ଭାଗନେବା କଥାକୁ ଧ୍ୟାନରେ ରଖି ଏହି ଇଭେନ୍ଟର ଗୁରୁତ୍ତୁକୁ ଅଣଦେଖା ନ କରିବା । ତେଣୁ ଭାବିଚିନ୍ତି ଜଣେ ପୁରୁଖା ଉଇକିଆଳିଙ୍କୁ ପଠାଇବା ।

Prateek Pattanaik (ଆଲୋଚନାଅବଦାନ)

ସହମତ । କର ଭାଇଙ୍କ ସଙ୍ଗେ ସଙ୍ଗେ ପ୍ରୀତି ଭାଇ ମଧ୍ୟ ପୁରୁଖା ଉଇକିଆଳି ହେଇଥିବାରୁ ଆମ କମ୍ୟୁନିଟିର ପ୍ରତିନିଧିତ୍ୱ ଭଲ ଭାବେ କରିପାରିବେ । ଆଶା କରେ ସେ ମଧ୍ୟ ଯିବାକୁ ରାଜି ହେବେ ।

Psubhashish (ଆଲୋଚନାଅବଦାନ)

ମନୋନୀତ ହୋଇଥିବା ସମସ୍ତଙ୍କୁ (@Hellohappy@MKar, @Aliva Sahoo, @Pmsarangi @Hpsatapathy @Subas Chandra Rout) ଅନୁରୋଧ ଯେ ସେମାନେ ମାର୍ଚ୍ଚ ୨୮ରୁ ଏପ୍ରିଲ ୧ ଯାଏ ସମୟ ଦେଇପାରିବେ କି ନାହିଁ ଜଣାଇବେ । ଯଦି କୌଣସି ପାରିବାରିକ/ବ୍ୟକ୍ତିଗତ କାରଣ ସକାଶେ ନିହାତି ଯିବାକୁ ଅସମର୍ଥ ତାହେଲେ ଆଗୁଆ ଜଣାଇବେ । ଅନେକେ ନିଜର ବଡ଼ପଣ ରଖି ବାକିମାନେ ତାଙ୍କଠୁ ଅଭିଜ୍ଞ ଓ ସେମାନେ ଯାଆନ୍ତୁ ବୋଲି ମତ ରଖିଛନ୍ତି । କିନ୍ତୁ ସେମାନେ ଏକଥା ମଧ୍ୟ ଜାଣିରଖନ୍ତୁ ଯେ ତାଙ୍କର ଦୀର୍ଘ ଦିନର ଅଂଶଗ୍ରହଣକୁ ଆଖିରେ ରଖି ତାଙ୍କୁ ବାକିମାନେ ମନୋନୟନ କରିଛନ୍ତି ।

ଯେଉଁ ଉଇକିଆଳିଙ୍କ ଯିବା ସ୍ଥିର ହେବ ତାଙ୍କୁ ତିନୋଟି ଅନୁରୋଧ:

  1. ଯିବା ଆଗରୁ ଆଲୋଚନାଟିଏ ଆରମ୍ଭ କରିବେ ଏଇ ଆଲୋଚନା ସଭାରେ । ଉଇକିମିଡ଼ିଆ ସମିଟ ୨୦୧୯ରୁ ସବିଶେଷ ପଢ଼ି କେଉଁ କେଉଁ ସ୍ଥାନରେ ଓଡ଼ିଆ କମୁନିଟି ପାଇଁ କି କି ଲାଭ ଅଛି ତାକୁ ଭିତ୍ତି କରି ଆଲୋଚନା
  2. ସେଠାରେ ଭାଗନେବା ସମୟରେ ଗୋଟେ ଜିନିଷ ମନେରଖିବେ । ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାଗୁଡ଼ିକ ମୁଖ୍ୟ ଆଲୋଚନା ସରିବା ପରେ ଲୋକ ଏକସଙ୍ଗେ ବସି ଖିଆପିଆ କଲା ବେଳେ ହୁଏ । ସରଳ ଭାଷାରେ କହିଲେ ମଞ୍ଚ ତଳେ ହୁଏ । ତେଣୁ ସେସବୁରେ ଭାଗନେଇ ପ୍ରଥମ କରି ଭେଟୁଥିବା ଉଇକିଆଳିଙ୍କ ସଙ୍ଗେ ମିଶିବେ । ଏସିଆରୁ ଆସୁଥିବା ଉଇକିଆଳିମାନେ ଏକାଠି ଭେଟନ୍ତି । ସେମାନଙ୍କ ସଙ୍ଗେ ଭେଟିବାରେ ଆପତ୍ତି ନାହିଁ ହେଲେ ଅନେକ ବର୍ଷ ଧରି ଆୟୋଜକ ଓ ଅଂଶଗ୍ରହଣ କରିବା ପରେ ମୋର ଅନୁଭୂତି ନିରାଶଜନକ । ଆଲୋଚନାସବୁ ଲକ୍ଷହୀନ ଆଉ ଜଣେ ଦୁଇଜଣ କେବଳ ଗପନ୍ତି ବାକିମାନେ ନୀରବ ଶ୍ରୋତା ।
  3. ଫେରିବା ପରେ ଆଗାମୀ କାର୍ଯ୍ୟକ୍ରମରେ ନିହାତି ପ୍ରେଜେଣ୍ଟେସନଟିଏ ରଖିବେ । ସେଥିରେ ଶିଖିଥିବା ଜିନିଷରୁ କଣ କଣ ଆମ ପାଇଁ କାମରେ ଲାଗିବ ଆଉ ଆମେ କିପରି ସେ କାମ କରିବା ତା'ର ନେତୃତ୍ୱ ନେବେ ।
Psubhashish (ଆଲୋଚନାଅବଦାନ)

ସମସ୍ତଙ୍କୁ ଆଉଥରେ ଅନୁରୋଧ ଯେ ୨୯ ତାରିଖ (ଗୁରୁବାର) ସୁଦ୍ଧା ନିଜ ନିଜ ମତ ଜଣାଇବେ । ସେହି ଦିନ ସୁଦ୍ଧା ମିଳିଥିବା ସମସ୍ତ ମତକୁ ଆଖିରେ ରଖି ଜଣଙ୍କ ନାମ ଆୟୋଜକମାନଙ୍କୁ ଜଣାଯିବ ।

This post was hidden by SPatnaik (WMF) (history)
Saileshpat (ଆଲୋଚନାଅବଦାନ)

 ସମର୍ଥନ: ମୋ ମତରେ ମଧ୍ୟ ପ୍ରୀତି ଭାଇ କିମ୍ବା କର ଭାଇଙ୍କ ମଧ୍ୟରୁ କେହି ଜଣେ ଏହି ସମ୍ମିଳନୀରେ ଭାଗ ନେଲେ ଭଲ ହୁଅନ୍ତା । ମୁଁ Capacity Building ୱର୍କିଂ ଗୃପ ତରଫରୁ ଉଇକିମିଡ଼ିଆ ସମିଟ ୨୦୧୯ ରେ ଭାଗ ନେଉଛି ।

MKar (ଆଲୋଚନାଅବଦାନ)

ମୋର ପୂର୍ବନିର୍ଦ୍ଧାରିତ ପାରିବାରିକ/ବ୍ୟକ୍ତିଗତ କାମ ଥିବାରୁ ଉଇକିମିଡ଼ିଆ ସମିଟ ୨୦୧୯ ରେ ଯୋଗଦେବା ସମ୍ଭବ ହେବନି ।

Ssgapu22 (ଆଲୋଚନାଅବଦାନ)
Chinmayee Mishra (ଆଲୋଚନାଅବଦାନ)
Psubhashish (ଆଲୋଚନାଅବଦାନ)

ଶେଷ ତାରିଖ ଭିତରେ ଆସିଥିବା ମତକୁ (୯ଟି ସମର୍ଥନ ଓ କୌଣସି ଭିନ୍ନ ମତ ନାହିଁ) ଭିତ୍ତି କରି @Hellohappyଙ୍କୁ ଆମ କମ୍ୟୁନିଟି ତରଫରୁ ଏହାକୁ ଗ୍ରହଣ କରିବାକୁ ଅନୁରୋଧ । ଯଥାଶୀଘ୍ର ଗ୍ରହଣ କଲେ କାର୍ଯ୍ୟକ୍ରମ ପରିଚାଳକମାନଙ୍କ ସହ ପୁଣି ତାଙ୍କ ଯିବା ଆସିବା ବାବଦରେ ଆଲୋଚନା କରିବାକୁ ପଡ଼ିବ । ଭିସା ଆଦିରେ କାଳେ ଅଧିକ ସମୟ ଲାଗିବ ତେଣୁ ଯେତେ ଚଞ୍ଚଳ ସମ୍ଭବ ଏହାକୁ ଗ୍ରହଣ କରିବା ପାଇଁ ଅନୁରୋଧ ।

Hellohappy (ଆଲୋଚନାଅବଦାନ)

ହଉ, ସମସ୍ତେ କହୁଛନ୍ତି ଯଦି ଯିବା । ଆଗକୁ କଣ ସବୁ କରିବାକୁ ପଡ଼ିବ, ଜଣେଇବେ । ଧନ୍ୟବାଦ ।

Chinmayee Mishra (ଆଲୋଚନାଅବଦାନ)

ଆଗ ଗୋଟେ ନଡ଼ିଆ ବାଡାନ୍ତୁ ସମସ୍ତେ, ପ୍ରୀତି ଭାଇ ଆମ ୟୁଜର ଗ୍ରୁପ ତରଫରୁ ପ୍ରଥମ ହୋଇ ଏହି ସମିଟ ପାଇଁ ଯିବେ । ବହୁତ ବହୁତ ଧନ୍ୟବାଦ ପ୍ରୀତି ଭାଇ ।