ବିଟା ବ୍ଲକର ବିଷକ୍ରିୟା

ଦୁର୍ଘଟଣା କିମ୍ବା ଉଦ୍ଦେଶ୍ୟ ମୂଳକ ଭାବରେ ବିଟା ବ୍ଲକର ଔଷଧ ଅତ୍ୟଧିକ ଗ୍ରହଣ କରାଯାଏ

ବିଟା ବ୍ଲକର ବିଷକ୍ରିୟା ହୁଏ ଯେତେବେଳେ ଦୁର୍ଘଟଣା କିମ୍ବା ଉଦ୍ଦେଶ୍ୟ ମୂଳକ ଭାବରେ ବିଟା ବ୍ଲକର ଔଷଧ ଅତ୍ୟଧିକ ଗ୍ରହଣ କରାଯାଏ । [୪] ଏହା ଫଳରେ ପ୍ରାୟଃ ମନ୍ଥର ହୃଦସ୍ପନ୍ଦନ ଏବଂ ନିମ୍ନ ରକ୍ତଚାପ ସୃଷ୍ଟି ହୋଇଥାଏ । [୫] କେତେକ ବିଟା ବ୍ଲକର୍ ମଧ୍ୟ ଅନିୟମିତ ହୃଦସ୍ପନ୍ଦନ କିମ୍ବା ନିମ୍ନ ରକ୍ତ ଶର୍କରା ସୃଷ୍ଟି କରିପାରେ । [୧] ଲକ୍ଷଣ ସାଧାରଣତଃ ପ୍ରଥମ ଘଣ୍ଟାରେ ଦେଖାଯାଏ କିନ୍ତୁ କିଛି ଔଷଧରେ ୨୦ ଘଣ୍ଟା ପରେ ଆରମ୍ଭ ହୋଇନପାରେ । [୨] ଯଦି ତୁରନ୍ତ ରିଲିଜ୍ ହେଉଥିବା ଔଷଧ ନେବାର ୬ ଘଣ୍ଟା ମଧ୍ୟରେ ସେମାନଙ୍କର କ କୌଣସି ଲକ୍ଷଣ ନଥାଏ ତେବେ ସେହି ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି ।[୬]

Beta blocker poisoning, beta blocker overdose
A 20% lipid emulsion may be used for beta blocker toxicity
ବିଭାଗEmergency medicine
ଲକ୍ଷଣSlow heart rate, low blood pressure[୧]
ଆକ୍ରାନ୍ତ ସମୟWithin 2 hours[୨]
କାରଣToo much beta blockers either by accident or on purpose[୨]
ସଠିକ ରୋଗ ନିର୍ଣ୍ଣୟCalcium channel blocker toxicity, acute coronary syndrome, hyperkalemia[୧]
ଚିକିତ୍ସାActivated charcoal, whole bowel irrigation, intravenous fluids, sodium bicarbonate, glucagon, high dose insulin, vasopressors, lipid emulsion, ECMO[୧]
PrognosisHigh risk of death[୩]
ପୁନଃପୌନିକRelatively uncommon[୧]

ବିଟା ବ୍ଲକର୍ ଗୁଡିକରେ ମେଟୋପ୍ରୋଲୋଲ, ବାସୋପ୍ରୋଲୋଲ, କାର୍ଭେଡିଲୋଲ୍, ପ୍ରୋପ୍ରାନୋଲଲ ଏବଂ ସୋଟାଲୋଲ ହୋଇପାରେ । [୫] ଇସିଜି (ECG) ପରିବର୍ତ୍ତନଗୁଡ଼ିକରେ ପିଆର ବିସ୍ତାର ଏବଂ ଏକ ଚଉଡ଼ା QRS ଅନ୍ତର୍ଭୁକ୍ତ ହୋଇପାରେ ।[୧] ବିଟା ବ୍ଲକରର ରକ୍ତ ସ୍ତର ମାପିବା ଉପଯୋଗୀ ନୁହେଁ । [୧] ଅନ୍ୟାନ୍ୟ ଅବସ୍ଥା ଯାହା ସମାନ ଭାବରେ ଉପସ୍ଥାପିତ ହୋଇପାରେ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର ବିଷାକ୍ତତା, ଆକ୍ୟୁଟ୍ କରୋନାରି ସିଣ୍ଡ୍ରୋମ ଏବଂ ହାଇପରକାଲେମିଆ[୧]

ଚିକିତ୍ସାରେ ଔଷଧର ଅବଶୋଷଣକୁ ହ୍ରାସ କରିବା ପାଇଁ ପ୍ରୟାସ: ପାଟିରେ ଅଳ୍ପ ସମୟ ଆଗରୁ ନେଇଥିଲେ ସକ୍ରିୟ ଚାରକୋଲ ଦିଆଯାଏ, ଦୀର୍ଘକାଳୀନ ରିଲିଜ ଔଷଧ ଗ୍ରହଣ କରିଥିଲେ ସମ୍ପୁର୍ଣ୍ଣ ଅନ୍ତନଳୀ ଜଳସେଚନର କରାଯାଏ । [୫] ବାନ୍ତି ଆଣିବା ପାଇଁ ପ୍ରୟାସ ସୁପାରିଶ କରାଯାଏ ନାହିଁ । [୧] ବିଷାକ୍ତ ପ୍ରଭାବର ଚିକିତ୍ସା ପାଇଁ ଔଷଧ: ଶିରାଭ୍ୟନ୍ତର ତରଳ ପଦାର୍ଥ, ସୋଡିୟମ୍ ବାଇକାର୍ବୋନାଟ୍, ଗ୍ଲୁକାଗନ୍, ଉଚ୍ଚମାତ୍ରାର ଇନସୁଲିନ୍, ଭାସୋପ୍ରେସର ଏବଂ ଲିପିଡ ଏମଲସନ ଦିଆଯାଏ । [୧] ଏକ୍ସଟ୍ରାକୋରପୋରାଲ୍ ମେମ୍ବ୍ରେନ୍ ଅମ୍ଳଜାନ ଏବଂ ବୈଦୁତିକ ପେସ୍ ମଧ୍ୟ ବିକଳ୍ପ ହୋଇପାରେ । [୧] ଡାଏଲିସିସ‌ଦ୍ୱାରା କିଛି ବିଟା ବ୍ଲକର୍ ଅପସାରଣ ହୋଇପାରେ । [୧]

ବିଟା ବ୍ଲକର ବିଷକ୍ରିୟା ଅପେକ୍ଷାକୃତ ଅସାଧାରଣ ଅଟେ । [୫] କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ ଏବଂ ଡିଗୋକ୍ସିନ୍ ବିଟା ବ୍ଲକର୍ ଯୋଗୁ ମାତ୍ରାରେ ମୃତ୍ୟୁ ହାର ହୁଏ । [୭] ଏହି ଔଷଧଗୁଡ଼ିକ ପ୍ରଥମେ ୧୯୬୦ ଏବଂ ୧୯୭୦ ଦଶକରେ ଉପଲବ୍ଧ ହୋଇଥିଲା । [୪] [୬]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Palatnick, Wesley (September 2020). "Calcium-Channel Blocker, Beta Blocker, and Digoxin Toxicity Management Strategies". www.ebmedicine.net (in ଇଂରାଜୀ). Archived from the original on 14 May 2014. Retrieved 27 December 2020.
  2. ୨.୦ ୨.୧ ୨.୨ Khalid, MM; Galuska, MA; Hamilton, RJ (January 2020). "Beta-Blocker Toxicity". PMID 28846217. {{cite journal}}: Cite journal requires |journal= (help)
  3. Marx, John A. Marx (2014). "Cardiovascular Drugs". Rosen's emergency medicine: concepts and clinical practice (8th ed.). Philadelphia, PA: Elsevier/Saunders. pp. Chapter 152. ISBN 1455706051.
  4. ୪.୦ ୪.୧ Khalid, MM; Galuska, MA; Hamilton, RJ (January 2020). "Beta-Blocker Toxicity". PMID 28846217. {{cite journal}}: Cite journal requires |journal= (help)
  5. ୫.୦ ୫.୧ ୫.୨ ୫.୩ Palatnick, Wesley (September 2020). "Calcium-Channel Blocker, Beta Blocker, and Digoxin Toxicity Management Strategies". www.ebmedicine.net (in ଇଂରାଜୀ). Archived from the original on 14 May 2014. Retrieved 27 December 2020.
  6. ୬.୦ ୬.୧ Wall, Ron (2017). Rosen's Emergency Medicine: Concepts and Clinical Practice (9 ed.). Elsevier. p. 1881. ISBN 978-0323354790.
  7. Marx, John A. Marx (2014). "Cardiovascular Drugs". Rosen's emergency medicine: concepts and clinical practice (8th ed.). Philadelphia, PA: Elsevier/Saunders. pp. Chapter 152. ISBN 1455706051.