ସିସିବି ବିଷାକ୍ତ‌ତା

ସିସିବି (କ୍ୟାଲ୍‌ସିଅମ ଚ୍ୟାନେଲ ବ୍ଲକର) ବିଷାକ୍ତ‌ତା (ଇଂରଜୀରେ Calcium channel blocker toxicity, calcium channel blocker poisoning or calcium channel blocker overdose) ଉପୁଜେ ଯେତେବାଳେ ଅତ୍ୟଧିକ କ୍ୟାଲ୍‌ସିଅମ ଚ୍ୟାନେଲ ବ୍ଲକର ଇଚ୍ଛାନୁସାରେ ବା ଆକସ୍ମିକ ଭାବେ ଜଣେ ଖାଏ । [୧] ଏହା ବ୍ରାଡିକାର୍ଡ଼ିଆ ବା ଧୀର ହୃତ୍‌ପିଣ୍ଡ ସ୍ପନ୍ଦନ ଓ ନିମ୍ନ ରକ୍ତଚାପ କରାଏ । [୨] ଏହାର ଅଗ୍ରଗତି ହେଲେ ହୃତ୍‌ପିଣ୍ଡ ବନ୍ଦ ହୋଇଯାଏ ଯାହାକୁ ଆସିସ୍ଟୋଲ କୁହାଯାଏ । ଓକାଳ, ବାନ୍ତି, ନିଦୁଆ ଭାବ ଓ ଛୋଟ ଶ୍ୱାସକ୍ରିୟା ଲକ୍ଷଣମାନ ଏହା ଯୋଗୁ ଦେଖାଯାଏ । ପ୍ରଥମ ୬ ଘଣ୍ଟାରେ ଏହି ଲକ୍ଷଣମାନ ଦେଖାଗଲେ ମଧ୍ୟ କେତେକ ଔଷଧ ସେବନର ୨୪ ଘଣ୍ଟା ପରେ ଦେଖାଯାଏ । [୩]

Calcium channel blocker toxicity
A 20% lipid emulsion commonly used for calcium channel blocker toxicity
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିଆଶୁ ଚିକିତ୍ସା[*]
ଆଇସିଡ଼ି-୧୦T46.1X1A
ଆଇସିଡ଼ି-୯-ସିଏମ୍917-918
ରୋଗ ଡାଟାବେସ3971
ମେଡ଼ିସିନ-ପ୍ଲସ002580
ଇ-ମେଡ଼ିସିନarticle/2184611
MeSHD062787

ଏହାର ଅନେକ ପ୍ରକାର ଚିକିତ୍ସା ଉପକାରୀ ହୁଏ । ଔଷଧ ଅବଶୋଷଣ ରୋକିବା ନିମନ୍ତେ ଖାଇବାର ଅଳ୍ପ ସମୟ ପରେ ଆକ୍ଟିଭେଟେଡ୍ ଚାରକୋଲ () ଖାଇବାକୁ ଦିଆଯାଏ ବା ଦୀର୍ଘକାଳୀନ ମୋଚନ‌ ଫର୍ମୁଲାଦ୍ୱାରା ସମ୍ପୁର୍ଣ୍ଣ ଖାଦ୍ୟନଳୀ ପ୍ରକ୍ଷାଳନ କରାଯାଏ । ବାନ୍ତି କରିବାକୁ ଚେଷ୍ଟା କରିବା ଉପଦେଶ ଦିଆଯାଏ ନାହିଁ । [୨] ବିଷାକ୍ତ‌ତା ଖଣ୍ଡନ କରିବାକୁ ଶୀରାମାଧ୍ୟମ ତରଳ ପଦାର୍ଥ, କ୍ୟାଲସିଅମ ଗ୍ଲୁକୋନେଟ, ଗ୍ଲୁକାଗନ, ଅଧିକ ମାତ୍ରାରେ ଇନସୁଲିନ, ଲିପିଡ ଇମଲସନ୍ଭାସୋପ୍ରେସର ଇତ୍ୟାଦି ଦିଆଯାଏ । [୨][୩] ଏକ୍ସଟ୍ରାକର୍ପୋରିଆଲ୍ ମେମ୍ବ୍ରେନ ଅକ୍ସିଜେନେସନ ସୁବିଧା ମଧ୍ୟ ଦିଆଯାଇ ପାରେ । [୨]

୨୦୧୦ ମସିହାରେ ଆମେରିକାରେ ଦଶ ହଜାରରୁ ଅଧିକ ଏହି ଅବସ୍ଥା ରିପୋର୍ଟ ହୋଇଥିଲା । ବିଟା ବ୍ଲକର ସ‌ହ ଡିଗକ୍ସିନକ୍ୟାଲସିଅମ ବ୍ଲକର ଇତ୍ୟାଦି ଔଷଧମାନଙ୍କର ମାତ୍ରାଧିକ ସେବନ ଯୋଗୁ ସର୍ବାଧିକ ମୃତ୍ୟୁ ରିପୋର୍ଟ ହୋଇଥିଲା । [୩] ୧୯୭୦ ଓ ୧୯୮୦ ମସିହାରେ ପ୍ରଥମେ ଏହି ଔଷଧ ଉପଲବ୍‌ଧ ହୋଇଥିଲା । ଏହା ଅଳ୍ପ କେତେକ ଔଷଧ ମଧ୍ୟରୁ ଗୋଟିଏ ଯାହାକୁ ଗୋଟିଏ ବଟିକା ଖାଇଲେ ଗୋଟିଏ ପିଲାର ମୃତ୍ୟୁ ହୋଇପାରେ । [୩]

ଆଧାର ସମ୍ପାଦନା

  1. "Calcium channel blocker overdose". ADAM. 2011-01-19. Retrieved 9 May 2014.
  2. ୨.୦ ୨.୧ ୨.୨ ୨.୩ Palatnick, Wesley (Feb 2014). "Emergency Department Management of Calcium-Channel Blocker, Beta Blocker, and Digoxin Toxicity". Emergency Medicine Practice. 16 (2).
  3. ୩.୦ ୩.୧ ୩.୨ ୩.୩ Marx, John A. Marx (2014). "Cardiovascular Drugs". Rosen's emergency medicine : concepts and clinical practice (8th ed. ed.). Philadelphia, PA: Elsevier/Saunders. pp. Chapter 152. ISBN 1455706051. {{cite book}}: |edition= has extra text (help)