ବିଜୟ ନାୟକ

ଓଡ଼ିଆ ରାଜନୀତିଜ୍ଞ

ବିଜୟ ନାୟକ (ଜନ୍ମ: ୧୦ ଅପ୍ରେଲ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ବିଜୟ ନାୟକ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀନେତ୍ରାନନ୍ଦ ମଲ୍ଲିକ
ପର ଅଧିକାରୀବ୍ୟୋମକେଶ ରାୟ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-04-10) ୧୦ ଅପ୍ରେଲ ୧୯୪୯ (ବୟସ ୭୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀବାସନ୍ତୀଲତା ନାୟକ
ସନ୍ତାନ୨ ପୁଅ, ୨ ଝିଅ
ବାପା/ବୋଉମନମୋହନ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ବିଜୟ ନାୟକ ୧୯୪୯ ମସିହାର ଅପ୍ରେଲ ମାସ ୧୦ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ଥିଲା ମନମୋହନ ନାୟକ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ପାଶ୍ ।[୪] ସେ ବାସନ୍ତୀଲତା ନାୟକଙ୍କୁ ବିବାହ କରିଥିଲେ ।[୫] ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ ଅଛନ୍ତି ।

ରାଜନୈତିକ ଜୀବନ ସମ୍ପାଦନା

ବିଜୟ ନାୟକ ପ୍ରଥମେ ଜଣେ ସରପଞ୍ଚ ଭାବରେ ୧୯୭୧ ମସିହାରେ ନିର୍ବାଚିତ ହୋଇଥିଲେ ।[୧] ଅଧୁନା ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[୬] ସେ ଓଡ଼ିଶା ବିଧାନ ସଭାର ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ।[୭]


୨୦୦୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୮] ଏହି ବିଧାନ ସଭାରେ ସେ ସମୁଦାୟ ୫୮,୪୬୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ୨ୟ ସ୍ଥାନରେ ଥିବା ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଅମିୟ କୁମାର ମହାପାତ୍ର ସମୁଦାୟ ୫୦,୮୫୪ ଭୋଟ ପାଇଥିଲେ । ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Bijaya Nayak". odishaassembly.nic.in. Odisha Assembly. Retrieved 11 April 2019.
  2. "Chandbali Elections Results 2014, Current MLA, Candidate List of Assembly Elections in Chandbali, Orissa". www.elections.in. Retrieved 2019-04-11.
  3. "MLA Bijaya Nayak Profile | CHANDABALI Constituency". www.odishahelpline.com. Retrieved 2019-04-11.
  4. "MLA Bijaya Nayak Profile | CHANDABALI Constituency". naveenpatnaik.com. Archived from the original on 2017-10-21. Retrieved 2019-04-11.
  5. "Bijaya Nayak : Biju Janata Dal , MLA , Chandabali Constituency". Janpratinidhi. Archived from the original on 2019-04-11. Retrieved 2019-04-11.
  6. Pioneer, The. "BJD aspirants' number highest for 4 JSpur Assembly seats". The Pioneer (in ଇଂରାଜୀ). Retrieved 2019-04-11.
  7. "Bijaya Nayak winner in Chandbali, Odisha Assembly Elections 2009: LIVE Results & Latest News: Election Dates, Polling Schedule, Election Results & Live Election Updates". Latestly (in ଇଂରାଜୀ). Retrieved 2019-04-11.
  8. "Odisha (Orissa) Assembly (Vidhan Sabha) Election Results in 2009". www.elections.in. Retrieved 2019-04-11.