ନେତ୍ରାନନ୍ଦ ମଲ୍ଲିକ

ଓଡ଼ିଆ ରାଜନୀତିଜ୍ଞ

ନେତ୍ରାନନ୍ଦ ମଲ୍ଲିକ (ଜନ୍ମ: ୨୧ ଅପ୍ରେଲ ୧୯୪୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବଂ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୧ଶ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ୧୯୮୯ ମସିହାରୁ ୧୯୯୦ ମସିହା ଯାଏଁ ଏବଂ ୧୯୯୫ ମସିହାରୁ ୨୦୦୦ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ନେତ୍ରାନନ୍ଦ ମଲ୍ଲିକ
Netrananda Mallick.jpg
ବିଧାୟକ: ୮ମ୯ମ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୮୦ – ୧୯୯୦
ପୂର୍ବ ଅଧିକାରୀଗଙ୍ଗାଧର ଦାସ
ପର ଅଧିକାରୀବୈରାଗୀ ଜେନା
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୯୫ – ୨୦୦୦
ପୂର୍ବ ଅଧିକାରୀବୈରାଗୀ ଜେନା
ପର ଅଧିକାରୀବିଷ୍ଣୁ ଚରଣ ସେଠୀ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୦୪ – ୨୦୦୯
ପୂର୍ବ ଅଧିକାରୀବିଷ୍ଣୁ ଚରଣ ସେଠୀ
ପର ଅଧିକାରୀବିଜୟ ନାୟକ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ୨୧ ଅପ୍ରେଲ ୧୯୪୯(1949-04-21)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀବସନ୍ତ ମଞ୍ଜରୀ ମଲ୍ଲିକ
ସନ୍ତାନ୩ ପୁଅ, ୩ ଝିଅ
ବାପା/ମା'ବନମାଳୀ ମଲ୍ଲିକ (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ଜନ୍ମ, ଶିକ୍ଷା ଓ ପରିବାରସମ୍ପାଦନ କରନ୍ତୁ

ନେତ୍ରାନନ୍ଦ ମଲ୍ଲିକ ୧୯୪୯ ମସିହାର ଅପ୍ରେଲ ମାସ ୨୧ ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ବନମାଳୀ ମଲ୍ଲିକ । ନେତ୍ରାନନ୍ଦଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି କଳାରେ ସ୍ନାତକ । ସେ ବସନ୍ତ ମଞ୍ଜରୀ ମଲ୍ଲିକଙ୍କୁ ବିବାହ କରିଥିଲେ ।[୩] ଏହି ଦମ୍ପତ୍ତିଙ୍କର ୩ ଜଣ ପୁଅ ଏବଂ ୩ ଜଣ ଝିଅ ଅଛନ୍ତି ।

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

ନେତ୍ରାନନ୍ଦ ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୧୯୮୦, ୧୯୮୫, ୧୯୯୫ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୧ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନେତ୍ରାନନ୍ଦ ୧୯୮୯ ମସିହାରେ ପ୍ରଥମ ଥର ପାଇଁ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୭ ଡିସେମ୍ବର ୧୯୮୯ରୁ ୩ ମାର୍ଚ୍ଚ ୧୯୯୦ ଯାଏଁ ସେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ୨୧ ମାର୍ଚ୍ଚ ୧୯୯୫ରୁ ୨୪ ଅଗଷ୍ଟ ୧୯୯୮ ଯାଏଁ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଭାବରେ, ୨୪ ଅଗଷ୍ଟ ୧୯୯୮ରୁ ୬ ଡିସେମ୍ବର ୧୯୯୯ ଯାଏଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୨୦୦୯ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ନେତ୍ରାନନ୍ଦ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ୧୪ଶ ଓଡ଼ିଶା ବିଧାନ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏହି ବିଧାନ ସଭାରେ ସେ ସମୁଦାୟ ୨୯,୮୪୪ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ ।[୪]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ "Shri Netrananda Mallick". odishaassembly.nic.in. Odisha Assembly. Retrieved 11 April 2019. Cite has empty unknown parameter: |dead-url= (help)
  2. "MLA Netrananda Mallick Profile | CHANDABALI Constituency". naveenpatnaik.com. Retrieved 2019-04-12.
  3. "MLA Netrananda Mallick Profile | CHANDABALI Constituency". odishahelpline.com. Retrieved 2019-04-12.
  4. http://eci.nic.in/eci_main/StatisticalReports/AE2009/stat_OR_April2009.pdf