ବାଳଗୋପାଳ ମିଶ୍ର
ବାଲଗୋପାଲ ମିଶ୍ର (ଜନ୍ମ: ୫ ନଭେମ୍ବର ୧୯୪୧) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ବିଧାନର ୮ମ, ୯ମ, ୧୧ଶ ଓ ୧୨ଶ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଜନତା ଦଳର ପ୍ରତିନିଧି ଭାବରେ ବଲାଙ୍ଗିରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୯ମ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨][୩][୪]
ବାଲଗୋପାଲ ମିଶ୍ର | |
---|---|
ସାଂସଦ: ୯ମ ଲୋକ ସଭା | |
ନିର୍ବାଚନ ମଣ୍ଡଳୀ | ବଲାଙ୍ଗୀର |
ବିଧାୟକ: ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୪ | |
ପୂର୍ବ ଅଧିକାରୀ | ନରସିଂହ ମିଶ୍ର |
ପର ଅଧିକାରୀ | ନରସିଂହ ମିଶ୍ର |
ନିର୍ବାଚନ ମଣ୍ଡଳୀ | ଲୋଇସିଂହା |
ବିଧାୟକ: ୮ମ ଓ ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ରାମପ୍ରସାଦ ମିଶ୍ର |
ପର ଅଧିକାରୀ | ନରସିଂହ ମିଶ୍ର |
ନିର୍ବାଚନ ମଣ୍ଡଳୀ | ଲୋଇସିଂହା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଟିଟଲାଗଡ଼, ଓଡ଼ିଶା | ୫ ନଭେମ୍ବର ୧୯୪୧
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ପ୍ରମୋଦିନୀ ମିଶ୍ର |
ଜନ୍ମ ଓ ପରିବାର
ସମ୍ପାଦନାବାଲୋଗୋପାଲ ମିଶ୍ର ୧୯୪୧ ମସିହାର ନଭେମ୍ବର ମାସ ୫ ତାରିଖରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାସ୍ଥିତ ଟିଟିଲାଗଡ଼ଠାରେ ଜନ୍ମ ହୋଇଥିଲେ ।[୫] ତାଙ୍କ ପିତା ହେଉଛନ୍ତି କେ.ପି. ମିଶ୍ର । ସେ ପ୍ରମୋଦିନୀ ମିଶ୍ରଙ୍କୁ ବିବାହ କରିଥିଲେ । ସେ ବିଜ୍ଞାନରେ ସ୍ନାତକୋତ୍ତର କରିବାପରେ ଓକିଲାତି ପଢ଼ିଥିଲେ ।[୫]
ରାଜନୈତିକ ଜୀବନ
ସମ୍ପାଦନାବାଲଗୋପାଲ ୧୯୮୦ ମସିହାରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ବିଧାନ ସଭାର ୮ମ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହାପରେ ସେ ୧୯୮୫ ମସିହାରେ ସ୍ୱାଧୀନ ପାର୍ଥୀ ଭାବରେ ପୁଣିଥରେ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ମାତ୍ର ପରେ ସେ ୭ ଡିସେମ୍ବର ୧୯୮୯ରେ ଏହି ବିଧାନ ସଭାରୁ ଇସ୍ତଫା ଦେଇ ବଲାଙ୍ଗୀର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରତିନିଧି ଭାବରେ ଲୋକ ସଭାର ୯ମ ସଭାକୁ ନିର୍ବାଚିତ ହୋଇଥିଲେ ।[୫]
ପରବର୍ତ୍ତୀ ସମୟରେ ୨୦୦୦ ମସିହାରେ ସେ ପୁଣିଥରେ ଜଣେ ସ୍ୱାଧୀନ ପାର୍ଥୀ ଭାବରେ ଲୋଇସିଂହା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ପରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ବାଲଗୋପାଲ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]
ଆଧାର
ସମ୍ପାଦନା- ↑ My Neta
- ↑ Electorate sick of lying politicians in Bolangir
- ↑ Where families stand divided
- ↑ BJP legislator spearheads Koshal slogan
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Shri Bal Gopal Mishra". odishaassembly.nic.in. Odisha Assembly. Retrieved 10 February 2019.
- ↑ ନାୟକ, ଉଦ୍ଧବ ଚରଣ. ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. p. ୨୪୩. Retrieved 10 February 2019.