ବାରେଟ ଏସୋଫେଗସ

ଗ୍ରାସନଳୀର ନିମ୍ନ ଭାଗରେ ଥିବା ଏଇପିଥେଲିଅମର ରୂପାନ୍ତରିତ ହୋଇଥାଏ ।

ବାରେଟ ଏସୋଫେଗସ ( BE ) ରୋଗରେ ଗ୍ରାସନଳୀର ନିମ୍ମ ଭାଗରେ ଥିବା ସ୍କ୍ୱାମସ ଏପିଥେଲିଅମ ଗୁଡ଼ିକ ଅସ୍ୱାଭାବିକ ଭାବରେ କଲମନାର ଏପିଥେଲିଅମକୁ ପରିବର୍ତ୍ତିତ ହୋଇଥାଏ । [୨] ଯଦିଓ ଏହା ନିଜେ ଲକ୍ଷଣ ସୃଷ୍ଟି କରେ ନାହିଁ, କିନ୍ତୁ କେତେକ ଆନୁସଙ୍ଗିକ ଲକ୍ଷଣଗୁଡ଼ିକ ଦେଖାଯାଏ ଯେପରିକି ବୁକୁଜ୍ୱାଳା, ଏସିଡ୍ ରିଫ୍ଲକ୍ସ ଏବଂ ଗିଳିବାଅରେ ଅସୁବିଧା ହୋଇପାରେ | [୧] [୩] ଏହା ଏକ କର୍କଟ-ପୂର୍ବ ଅବସ୍ଥା ଯେଉଁଥିରେ ୫%ରୁ କମ କ୍ଷେତ୍ରରେ ଏସୋଫେଜ୍ ଆଡେନୋକାର୍କିନୋମା ବିକଶିତ ହୁଏ | [୪] [୧]

Barrett esophagus
Barrett's oesophagus, Allison-Johnstone anomaly, columnar epithelium lined lower oesophagus (CELLO)
Endoscopic image of Barrett's esophagus, which is the area of dark reddish-brown mucosa at the base of the esophagus.
ବିଭାଗGastroenterology, general surgery
ଲକ୍ଷଣHeartburn, acid reflux[୧]
କାରଣGastroesophageal reflux disease[୧]
ରୋଗ ନିର୍ଣ୍ଣୟ ପଦ୍ଧତିEndoscopy, tissue biopsy[୧]
ସଠିକ ରୋଗ ନିର୍ଣ୍ଣୟGastritis, esophageal spasm, Helicobacter pylori infection, gallstones, heart disease[୧]
ଔଷଧProton pump inhibitor[୧]
ଚିକିତ୍ସାSurveillance, ablation, resection[୧]
ପୁନଃପୌନିକ1.5%[୧]

ଦୀର୍ଘକାଳୀନ ଗ୍ୟାଷ୍ଟ୍ରୋଏସୋଫେଜ୍ ରିଫ୍ଲକ୍ସ ରୋଗ (GERD) ସଂପ୍ରୁକ୍ତି ହେତୁ ରୋଗ ସହିତ ଖାପ ଖୁଆଇବାକୁ ଗ୍ରାସନଳୀରେ ଅନ୍ତର୍ନିହିତ ପରିବର୍ତ୍ତନ ହୋଇ ଏହି ପରିବର୍ତ୍ତନ ହେଉଥିବା ସନ୍ଦେହ କରାଯାଏ | [୨] କେତେକ ମାମଲା ପରିବାରରେ ମଧ୍ୟ ଚାଲିପାରେ | [୧] ବିପଦ କାରଣଗୁଡିକ ମଧ୍ୟରେ ହିଆଟାଲ୍ ହର୍ନିଆ, ଗର୍ଭଧାରଣ, ମୋଟାପଣ, ଆଜମା, ଡାଇବେଟିସ୍ ଏବଂ ପେପ୍ଟିକ୍ ଅଲସର୍ ରୋଗ ଅନ୍ତର୍ଭୁକ୍ତ | [୧] ଏହାକୁ ଚାରୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି: ନନ୍-ଡିସପ୍ଲାଷ୍ଟିକ୍, ଲୋ-ଗ୍ରେଡ୍ ଡିସପ୍ଲାସିଆ, ହାଇ-ଗ୍ରେଡ୍ ଡିସପ୍ଲାସିଆ ଏବଂ ଆକ୍ରମଣକାରୀ ଆଡେନୋକାର୍ସିନୋମା | [୧] ପୁରୁଷମାନଙ୍କଠାରେ ଏହି ଅବସ୍ଥା ପାଇଁ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଏ ଯେଉଁମାନଙ୍କର ଅନ୍ୟ ବିପଦ କାରଣଗୁଡ଼ିକ ସହିତ ପାଞ୍ଚ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଲକ୍ଷଣ ଥାଏ ।[୧] ଏଣ୍ଡୋସ୍କୋପି ଓ ତନ୍ତୁ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ | [୧]

ଚିକିତ୍ସା ସାଧାରଣତଃ ପ୍ରୋଟୋନ ପମ୍ପ ଇନହିବିଟର ସାହାଯ୍ୟରେ କରାଯାଏ ଓ ଏହାର ପ୍ରକାର ଉପରେ ପରବର୍ତ୍ତୀ ଚିକିତ୍ସା ନିର୍ଭର କରେ ।[୨] [୫] କୌଣସି ଡିସପ୍ଲେସିଆ ଉପସ୍ଥିତ ନଥିଲେ ପ୍ରତି ୩ରୁ ୫ ବର୍ଷରେ ନିରୀକ୍ଷଣ ପାଇଁ ପରାମର୍ଶ ଦିଆଯାଏ | [୧] ଲୋ-ଗ୍ରେଡ୍ ଡିସପ୍ଲାସିଆ ନିରୀକ୍ଷଣ ପାଇଁ ପ୍ରତି ୬ରୁ ୧୨ ମାସ କିମ୍ବା ଏଣ୍ଡୋସ୍କୋପିକ୍ ଆବ୍ଲାସନ ସୁପାରିଶ କରାଯାଏ | [୧] ଉଚ୍ଚ-ଗ୍ରେଡ୍ ଡିସପ୍ଲାସିଆ ଚିକିତ୍ସା ପାଇଁ ପ୍ରଭାବିତ ମ୍ୟୁକୋସାର ରିସେକସନ ପରେ ଆବ୍ଲାସନ ଚିକିତ୍ସା କରାଯାଏ | [୧] ଯଦି ମକୋସା ସ୍ୱାଭାବିକ ଦେଖାଯାଏ କିନ୍ତୁ ବାୟୋପସି ଚିନ୍ତାଜନ‌କ ଥାଏ ତେବେ ରେଡିଓଫ୍ରିକ୍ୱେନ୍ସି ଆବ୍ଲାସନ କରିବାକୁ ପରାମର୍ଶ ଦିଆଯାଏ | [୧] [୬] ଯଦି କର୍କଟ ଉପସ୍ଥିତ ଥାଏ ତେବେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଇପାରେ | [୧]

ସାଧାରଣ ଜନସଂଖ୍ୟାର ପ୍ରାୟ ୧.୫ % ଏବଂ ଜିଇଆରଡି/GERD ଥିବା ଲୋକଙ୍କ ମଧ୍ୟରୁ ୧୦% ଲୋକ ଏହି ରୋଗରେ ପ୍ରଭାବିତ ହୁଅନ୍ତି | ରୋଗ ନିର୍ଣ୍ଣୟ ସମୟରେ ହାରାହାରି ବୟସ ୫୫ ଥାଏ । [୨] [୭] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ଏହି ଅବସ୍ଥା ପ୍ରଥମେ ୧୮୭୯ ମସିହାରେ ହେନ୍ରିଚ୍ କ୍ୱିଙ୍କେ ଏବଂ ୧୯୦୬ ମସିହାରେ ୱାଇଲ୍ଡର୍ ଟିଲେସନ‌ଙ୍କଦ୍ୱାରା ବର୍ଣ୍ଣନା କରାଯାଇ ଥିଲା | [୮] ୧୯୫୦ ମସିହାରେ ସର୍ଜନ ନର୍ମାନ ବାରେଟ ଏହା ବିଷୟରେ ଅଧିକ ବର୍ଣ୍ଣନା କରିଥିଲେ ଓ ତାଙ୍କ ନାମାନୁସାରେ ଏହାର ନାମକରଣ ହୋଇଥିଲା | [୯]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Khieu, M; Mukherjee, S (January 2020). "Barrett Esophagus". PMID 28613697. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ Khieu, M; Mukherjee, S (January 2020). "Barrett Esophagus". PMID 28613697. {{cite journal}}: Cite journal requires |journal= (help)
  3. "Symptoms & Causes of Barrett's Esophagus | NIDDK". National Institute of Diabetes and Digestive and Kidney Diseases. Archived from the original on 17 October 2020. Retrieved 15 November 2020.
  4. Shaheen NJ, Richter JE (March 2009). "Barrett's oesophagus". Lancet. 373 (9666): 850–61. doi:10.1016/S0140-6736(09)60487-6. PMID 19269522.
  5. "Treatment for Barrett's Esophagus | NIDDK". National Institute of Diabetes and Digestive and Kidney Diseases. Archived from the original on 16 October 2020. Retrieved 15 November 2020.
  6. Shaheen, Nicholas J.; Falk, Gary W.; Iyer, Prasad G.; Gerson, Lauren B.; American College of Gastroenterology (January 2016). "ACG Clinical Guideline: Diagnosis and Management of Barrett's Esophagus". The American Journal of Gastroenterology. 111 (1): 30–50, quiz 51. doi:10.1038/ajg.2015.322. ISSN 1572-0241. PMID 26526079.
  7. "Definition & Facts for Barrett's Esophagus | NIDDK". National Institute of Diabetes and Digestive and Kidney Diseases. Archived from the original on 16 October 2020. Retrieved 15 November 2020.
  8. Yeo, Charles J.; McFadden, David W.; Pemberton, John H.; Peters, Jeffrey H.; Matthews, Jeffrey B. (2012). Shackelford's Surgery of the Alimentary Tract E-Book (in ଇଂରାଜୀ). Elsevier Health Sciences. p. 283. ISBN 978-1-4557-3807-6. Archived from the original on 2021-08-27. Retrieved 2020-11-15.
  9. Shields, Thomas W.; LoCicero, Joseph; Reed, Carolyn E.; Feins, Richard H. (2009). General Thoracic Surgery (in ଇଂରାଜୀ). Lippincott Williams & Wilkins. p. 1925. ISBN 978-0-7817-7982-1. Archived from the original on 2021-08-27. Retrieved 2020-11-15.