ହୃଦ୍‌ରୋଗ

(Heart diseaseରୁ ଲେଉଟି ଆସିଛି)

ସାଧାରଣତଃ ହୃଦପିଣ୍ଡ ଠିକ ଭାବରେ କାମ ନକଲେ ତାହାକୁ ହୃଦ୍‌ରୋଗ ବୋଲି କୁହାଯାଏ । କେତେଜଣ ଛୁଆ ଜନ୍ମରୁ ହୃଦ୍‌ରୋଗରେ ଆକ୍ରାନ୍ତ ହୁଅନ୍ତି । ତାହାକୁ congenital ହୃଦ୍‌ରୋଗ ବୋଲି କୁହାଯାଏ । ଯଦି ପର ମୂହୁର୍ତ୍ତରେ ଏହି ରୋଗ ହୋଇଥାଏ ତାହାକୁ acquired ହୃଦ୍‌ରୋଗ ବୋଲି କୁହାଯାଏ ।

ହୃଦ୍‌ରୋଗ ପ୍ରକାର ସମ୍ପାଦନା

coronary ଧମନୀ ରୋଗ - ଯେଉଁ ରକ୍ତନଳୀଦ୍ୱାରା ହୃଦପିଣ୍ଡକୁ ରକ୍ତ ଯାଏ,ତାହା ଯଦି କୌଣସି କାରଣରୁ ସଙ୍କୁଚିତ ହୋଇଯାନ୍ତି ବା ଜମାଟ ହେଇଯାନ୍ତି ତାହା ହେଲେ ରକ୍ତ ହୃଦପିଣ୍ଡକୁ ଠିକ ଭାବରେ ପ୍ରବାହିତ କରିପାରିବ ନାହିଁ । ଯେହେତୁ ହୃଦପିଣ୍ଡ ମାଂସପେଶୀକୁ କମ ରକ୍ତ ପହଞ୍ଚେ,ମାଂସପେଶୀ ଠିକ ଭାବରେ କମ କରିପାରେ ନାହିଁ ଓ ଦୁର୍ବଳ ହୋଇପଡେ ଓ ହୃଦପିଣ୍ଡ ବନ୍ଦ ହେବାର ସମ୍ଭବନାକୁ ମଧ୍ୟ ଏଡାଇ ଦିଅଯାଇ ପାରିବ ନାହିଁ ।

ରୋଗର କାରଣ ସମ୍ପାଦନା

ଏହି ରୋଗର ମୁଖ୍ୟ କାରଣ ହେଉଛି ଧୂମ୍ରପାନ, ଅତ୍ୟଧିକ ରକ୍ତଚାପ,ଅତ୍ୟଧିକ କୋଲେଷ୍ଟ୍ରୋଲ ଓ ଡାଇବେଟିସ । କେତେକ କ୍ଷେତ୍ରରେ ବାପା ମାଙ୍କର ଏହି ରୋଗ ଥିଲେ ପିଲାମାନଙ୍କୁ ମଧ୍ୟ ହୋଇଥାଏ । ଏହି ସବୁ ଉପରୁକ୍ତ କାରଣ ପାଇଁ ରକ୍ତନଳୀର ଧାର ଧୀରେ ଧୀରେ ସଙ୍କୁଚିତ ହୋଇଯାଏ ଓ କିଛି ଦିନପରେ ସମ୍ପୂର୍ଣ୍ଣ ଭାବରେ ଜମାଟ ବାନ୍ଧିହେଇଯାଏ ।

congestive heart failure ସମ୍ପାଦନା

ଏହା ଏକ ପରିସ୍ଥିତି ଯେଉଁଠି ହୃଦପିଣ୍ଡ ରକ୍ତକୁ ଠିକ ଭାବରେ ପମ୍ପ କରିପାରେ ନାହିଁ । ଏହାର ଦୁଇଟି ମୁଖ୍ୟ କାରଣ ହେଉଛି

  • ଦୁର୍ବଳ ହୃଦପିଣ୍ଡ ମାଂସପେଶୀ
  • ଅନିୟମିତ ହୃଦପିଣ୍ଡ ଭାଲ୍ବ

ଭାଲ୍ବଗୁଡ଼ିକ ସଙ୍କୁଚିତ ହୋଇଯାନ୍ତି । ତେଣୁ ରକ୍ତ ଠିକ ଭାବରେ ପ୍ରବେଶ କରି ପରେ ନାହିଁ । ବେଳେବେଳେ ଭାଲ୍ବ ଲିକ୍ ହୋଇଯିବା ଫଳରେ ରକ୍ତ ଓଲଟା ଦିଗରେ ପ୍ରବାହିତ ହୁଏ । ଯେବେ ଭାଲ୍ବଗୁଡ଼ିକ ଠିକରେ କାମ ନକରନ୍ତି ହୃଦପିଣ୍ଡ ଦୁର୍ବଳ ଓ କ୍ଳାନ୍ତ ହୋଇପଡେ ।

ଖରାପ ହୃଦସ୍ପନ୍ଦନ ସମ୍ପାଦନା

ଏହା ହୃଦପିଣ୍ଡାରେ ଇଲେକଟ୍ରିକାଲ କାର୍ଯକାମ ଯୋଗୁ ହେଇଥାଏ । ଏହା ହୃଦସ୍ପନ୍ଦନକୁ ଅତି ବଢାଇଡିଏ ବା ଅତି କମାଇଦିଏ । ଖରାପ ସ୍ପନ୍ଦନ ଯୋଗୁ ହୃଦପିଣ୍ଡ ଠିକ ଭାବରେ ରକ୍ତ ପମ୍ପ କରିପାରେ ନାହିଁ । ଯଦି ସ୍ପନ୍ଦନ ଅତିଶୀଘ୍ର ହୁଏ, ତେବେ ହୃଦପିଣ୍ଡ ପାଖରେ ଅନ୍ୟ ଚ୍ୟାମ୍ବରମାନଙ୍କୁ ରକ୍ତ ପହଞ୍ଚାଇବା ପାଇଁ ସମୟ ନଥାଏ । ତେଣୁ ପ୍ରତି ସ୍ପନ୍ଦନରେ ଯେତିକି ରକ୍ତ ଯିବା କଥା ଯାଇ ପରେ ନାହିଁ ।

ଲକ୍ଷଣ ସମ୍ପାଦନା

  • ଛାତିରେ ଯନ୍ତ୍ରଣା
  • ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
  • ପାଦ ଫୁଲିବା
  • ଦୁର୍ବଳ ଅନୁଭବ କରିବା,କାରଣ ଶରୀର ଓ ମସ୍ତିସ୍କ ଅମ୍ଳଜାନ ପାଇବା ପାଇଁ ସେତିକି ରକ୍ତ ପାଇପାରନ୍ତି ନାହିଁ ।
  • cyanosis(ଚର୍ମ ନୀଳ ପଡିଯିବା)

ମୃତ୍ୟୁ ସମ୍ପାଦନା

ସାଧାରଣତଃ ହୃଦରୋଗ ଆମେରିକା,ଇଂଲଣ୍ଡ,କାନାଡା ଭଳି ଦେଶରେ ଅଧିକ ଦେଖାଯାଏ । ଆମେରିକାରେ ପ୍ରତି ୧୦ ଜଣରେ ୪ ଜଣ ଲୋକ ହୃଦ୍‌ରୋଗରେ ମୃତ୍ୟୁ ବରଣ କରିଥାନ୍ତି । ଆହୁରି ମଧ୍ୟ ଆମେରିକାରେ ପ୍ରତି ୧ ମିନିଟରେ ଜଣେ ଲୋକ ଏହି ରୋଗରେ ମୃତ୍ୟୁ ବରଣ କରିଥାନ୍ତି ।

ଅନ୍ୟାନ ୱେବସାଇଟ ସମ୍ପାଦନା