ଗ୍ରାସନଳୀ କର୍କଟ (ଇଂରାଜୀରେ Esophageal cancer ବା oesophageal cancer) ଏକ ପ୍ରକାର କର୍କଟ ରୋଗ ଯାହା ତଣ୍ଟିରୁ ପାକସ୍ଥଳୀ ପର୍ଯ୍ୟନ୍ତ ଲମ୍ବିଥିବା ଗ୍ରାସନଳୀରେ (ଇଂରାଜୀରେ Oesophagus) ଜାତ ହୁଏ । [୧] ଡିସଫେଜିଆ (ଗିଳିବାରେ ଅସୁବିଧା) ଓ ଓଜନ ହ୍ରାସ ଏହି ରୋଗର ମୂଖ୍ୟ ଲକ୍ଷଣ । ଅନ୍ୟ ଲକ୍ଷଣ ମଧ୍ୟରେ ଓଡିନୋଫେଜିଆ (ଗିଳିଲାବେଳେ କଷ୍ଟ), କର୍କଶ ସ୍ୱର, କାନ୍ଧ ହାଡ଼ ବା କଲାର ବୋନ (ଇଂରାଜୀରେ clavicle) ପାଖରେ ଲସିକା ଗ୍ରନ୍ଥି ବୃଦ୍ଧି, ଶୁଖିଲା କାଶ, ରକ୍ତରେ କଫ ଓ ରକ୍ତବାନ୍ତି ହୁଏ । [୨]

Esophageal cancer
Diagram showing esophageal cancer in an advanced stage with spread to the liver
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିoncology[*], general surgery[*], gastroenterology[*]
ଆଇସିଡ଼ି-୧୦C15.
ଆଇସିଡ଼ି-୯-ସିଏମ୍150
ଓଏମ୍‌ଆଇଏମ୍133239
ରୋଗ ଡାଟାବେସ9150
ମେଡ଼ିସିନ-ପ୍ଲସ000283
ଇ-ମେଡ଼ିସିନarticle/277930 article/368206
MeSHD004938

ବିକାଶଶୀଳ ଦେଶମାନଙ୍କରେ ଏସୋଫେଜିଆଲ ସ୍କ୍ୱାମସ୍ ସେଲ କାର୍ସିନୋମା (ଇଂରାଜୀରେ esophageal squamous-cell carcinoma, ସଂକ୍ଷେପରେ ESCC) ନାମକ ବେଶି ହେଉଥିବା ଓ ଏସୋଫେଜିଆଲ ଆଡେନୋକାର୍ସିନୋମା (ଇଂରାଜୀରେ esophageal adenocarcinoma ସଂକ୍ଷେପରେ EAC) ନାମକ ଦୁଇ ପ୍ରକାର ହିସ୍ଟୋପାଥୋଲୋଜିକାଲ କର୍କଟ ଦେଖାଯାଏ ।[୧] ଏହାଠାରୁ ଅଳ୍ପ କେତେକ ଟାଇପର କର୍କଟ ମଧ୍ୟ ଦେଖାଯାଏ । [୧] ଗ୍ରାସନଳୀରେ ସ୍କ୍ୱାମସ ଏପିଥେଲିଆଲ ସେଲ ସ୍ତର ଥାଏ ।[୩] ଗ୍ରାସନଳୀର ନିମ୍ନ ଏକ ତୃତୀୟାଂଶରେ ଥିବା ଗ୍ରନ୍ଥିରୁ ଆଡେନୋକାର୍ସିନୋମା ଜାତ ହୁଏ ଯେଉଁଠାରେ ସେଲ ବଦଳିଯାଇ ଅନ୍ତନଳୀ ସେଲ ଭଳି ହୋଇଯାଏ ଯାହାକୁ ବାରେଟ ଏସୋଫେଗସ କ‌ହ‌ନ୍ତି । [୧][୪] ସ୍କ୍ୱାମସ୍ ସେଲ କାର୍ସିନୋମା ହେବାର କାରଣ ମଧ୍ୟରେ ଟୋବାକୋ ବା ଧୁଆଁପତ୍ର, ମଦ୍ୟ, ଗରମ ପାନୀୟ ଓ ଦରିଦ୍ର ଖାଦ୍ୟ ଗ୍ରହଣ ଉଲ୍ଲେଖ‌ଯୋଗ୍ୟ । [୫] ମୋଟାପଣ, ଧୁମ୍ରପାନ ଓ ଏସିଡ ପ୍ରତ୍ୟାବର୍ତ୍ତନ ଯୋଗୁ ଆଡେନୋକାର୍ସିନୋମା ହୁଏ ବୋଲି ମନେକରାଯାଉଛି । [୫]

ଏଣ୍ଡୋସ୍କୋପ (ଏକ ଫାଇବ୍ରୋଅପଟିକ କ୍ୟାମେରା) ଯନ୍ତ୍ରଦ୍ୱାରା ବାୟୋପ୍ସି ନେଇ ପରୀକ୍ଷା କରି ଏହି ରୋଗ ନିଶ୍ଚିତ କରାଯାଏ ।[୬] ଧୂମ୍ରପାନ ବନ୍ଦ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ କରି ଏହି ରୋଗକୁ ପ୍ରତିରୋଧ କରିହେବ । [୧][୨] ରୋଗର ସ୍ଟେଜ, ଖାଦ୍ୟନଳୀର ସ୍ଥାନ, ରୋଗୀର ସ୍ୱାସ୍ଥ୍ୟ ଓ ପସନ୍ଦ ଅନୁସାରେ ଚିକିତ୍ସା କରାଯାଏ । ଛୋଟ ଓ ସ୍ଥାନୀୟ କର୍କଟ ହୋଇଥିଲେ ଅପରେଶନ କରି ରୋଗମୁକ୍ତ କରିବା ସମ୍ଭାବନା ଥାଏ । ଅଧିକାଂଶ କ୍ଷେତ୍ରରେ ଅପରେଶନ ସ‌ହିତ କେମୋଥେରାପି ସ‌ହ ବା ବ୍ୟତୀତ ରାଡିଏସନ ଦିଆଯାଏ । [୬] କେମୋଥେରାପି ଓ ରାଡିଏସନ ଥେରାପି ସାହାଯ୍ୟରେ ବଡ଼ କର୍କଟ ବୃଦ୍ଧିର ଗତି କମେଇ ଦିଆଯାଏ । [୧] ରୋଗ ଅଧିକ ମାଡ଼ିଯାଇଥିଲେ ବା ଅପରେଶନ ଅଯୋଗ୍ୟ ହୋଇଥିଲେ ପାଲିଏଟିଭ ଚିକିତ୍ସା କରାଯାଏ । [୬] ରୋଗ କେତେ ଦୂର ଆଗେଇଥିଲା ଓ କେଉଁ ଅନ୍ୟ ରୋଗ ଏହା ସ‌ହ ଥିଲା, ଏହାରି ଉପରେ ଚିକିତ୍ସା ଫଳାଫଳ ନିର୍ଭର କରେ କିନ୍ତୁ ଏହା ପ୍ରାୟ ଖରାପ ରହେ, କାରଣ ଡେରିରେ ରୋଗୀ ଡାକ୍ତରଖାନା ଆସନ୍ତି । [୧][୭] ପାଞ୍ଚ ବର୍ଷ ବଞ୍ଚିବା ହାର ୧୩ରୁ ୧୮ % ।[୨][୮]

ପୃଥିବୀରେ ଏହି ରୋଗ ୨୦୧୨ ମସିହା ସୁଦ୍ଧା ୮ମ କର୍କଟ ରୋଗ ମାନ୍ୟତା ପାଇଥିଲା ଓ ୪୫୬ ନୂଆ ରୋଗୀ ମିଳିଥିଲେ ।[୧] ସେହି ବର୍ଷ ୪୦୦,୦୦୦ ମୃତ୍ୟୁ ହୋଇଥିଲା ଓ ଏହି ସଂଖ୍ୟା ୧୯୯୦ ମସିହାର ୩୪୫,୦୦୦ ମୃତ୍ୟୁ ଅପେକ୍ଷା ଅଧିକ ଥିଲା ।[୧][୯] ବିଭିନ୍ନ ଦେଶ ଅନୁସାରେ ଏହି ହାର ଫରକ ଆସେ, ଚୀନ ଦେଶରେ ପ୍ରାୟ ଅଧା ଥାଏ । ଏହି ରୋଗରେ ମହିଳାଙ୍କ ଅପେକ୍ଷା ପୁରୁଷ ସଂଖ୍ୟା ତିନି ଗୁଣ ।[୧]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Montgomery, EA; et al. (2014). "Oesophageal Cancer". In Stewart, BW; Wild, CP (ed.). World Cancer Report 2014. World Health Organization. pp. 528–543. ISBN 9283204298.{{cite book}}: CS1 maint: multiple names: editors list (link)
  2. ୨.୦ ୨.୧ ୨.୨ Ferri, FF, ed. (2012). "Esophageal Tumors". Ferri's clinical advisor 2013. Philadelphia, PA: Mosby (Elsevier). pp. 389–391. ISBN 9780323083737.
  3. Kelsen, David (2007). Gastrointestinal oncology: principles and practices (2nd ed.). Philadelphia, Pa.: Lippincott Williams &Wilkins. p. 4. ISBN 9780781776172.
  4. Whittemore, edited by David Schottenfeld, Joseph F. Fraumeni, Jr.; associate editors, Graham A. Colditz, Jonathan M. Samet, Alice S. (2006). Cancer epidemiology and prevention (3rd ed.). Oxford: Oxford University Press. p. 697. ISBN 9780199747979. {{cite book}}: |first= has generic name (help)CS1 maint: multiple names: authors list (link)
  5. ୫.୦ ୫.୧ Zhang, HZ; Jin, GF; Shen, HB (Jun 2012). "Epidemiologic differences in esophageal cancer between Asian and Western populations". Chinese journal of cancer. 31 (6): 281–6. doi:10.5732/cjc.011.10390. PMC 3777490. PMID 22507220.
  6. ୬.୦ ୬.୧ ୬.୨ Stahl, M; Mariette, C; Haustermans, K; Cervantes, A; Arnold, D; ESMO Guidelines Working, Group (Oct 2013). "Oesophageal cancer: ESMO Clinical Practice Guidelines for diagnosis, treatment and follow-up". Annals of oncology : official journal of the European Society for Medical Oncology / ESMO. 24 Suppl 6: vi51-6. doi:10.1093/annonc/mdt342. PMID 24078662.
  7. Enzinger PC, Mayer RJ (2003). "Esophageal cancer" (PDF). N. Engl. J. Med. 349 (23): 2241–52. doi:10.1056/NEJMra035010. PMID 14657432.
  8. "SEER Stat Fact Sheets: Esophageal Cancer". National Cancer Institute. Retrieved 18 June 2014.
  9. Lozano, R; Naghavi, M; Foreman, K; Lim, S; Shibuya, K; Aboyans, V; Abraham, J; Adair, T; Aggarwal, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604. {{cite journal}}: Unknown parameter |displayauthors= ignored (|display-authors= suggested) (help)