ବୁକୁଜ୍ୱାଳା
ବୁକୁଜ୍ୱାଳା (ଇଂରାଜୀ ଭାଷାରେ heartburn) ରୋଗରେ ଛାତି ମଧ୍ୟ ଭାଗରେ ଜ୍ୱାଳା ଅନୁଭବ ହୁଏ । | [୩] ଏହି ଜ୍ୱାଳା ଅନୁଭବ ଉଦରର କେନ୍ଦ୍ର ଭାଗରୁ ଗଳା ପର୍ଯ୍ୟନ୍ତ ଉଠେ | [୩] ଗଳାରେ ଏକ ଖଟା ସ୍ୱାଦ ମଧ୍ୟ ଲାଗିପାରେ | [୪] ଏହା ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ (GERD)ର ଏକ ପ୍ରାଥମିକ ଲକ୍ଷଣ | [୩]
Heartburn | |
---|---|
Acid indigestion, pyrosis,[୧][୨] cardialgia, acid regurgitation | |
ବିଭାଗ | Gastroenterology |
ଲକ୍ଷଣ | Burning in the chest[୩] |
ବିପଦ କାରକ | Overweight, pregnancy, certain foods, certain medications, exposure to cigarette smoke[୩][୪] |
ସଠିକ ରୋଗ ନିର୍ଣ୍ଣୟ | Angina[୫] |
ଔଷଧ | Antacids, proton pump inhibitor[୬] |
ପୁନଃପୌନିକ | Common[୩] |
ପାକସ୍ଥଳୀରେ ଥିବା ଏସିଡ୍ ଗ୍ରାସନଳୀରେ ପ୍ରବେଶ କରିବା ହେତୁ ବୁକୁଜ୍ୱାଳା ହୁଏ | [୩] ଅଧିକ ଓଜନ, ଗର୍ଭାବସ୍ଥା, କେତେକ ପ୍ରକାର ଖାଦ୍ୟ, କିଛି ଔଷଧ, ହିଆଟସ୍ ହର୍ନିଆ ଏବଂ ସିଗାରେଟ୍ ଧୂଆଁର ସଂସ୍ପର୍ଶରେ ଆସିଲେ ଏହି ବୁକୁଜ୍ୱାଳା ଆରମ୍ଭ ହୁଏ ।[୩] [୪] ଖାଦ୍ୟ, କଫି, ଟମାଟୋ, ମଦ୍ୟପାନ ଏବଂ ଚକୋଲେଟ୍ ଖାଦ୍ୟ ଏହା ସୃଷ୍ଟି କରେ ।[୪] ସାଧାରଣତଃ ଏନଏସଏଆଇଡି ଔଷଧଗୁଡ଼ିକ ଏହି ଜ୍ୱାଳା ନିମନ୍ତେ ଦାୟୀ ହୁଏ | [୪] ଆଞ୍ଜାଇନା ରୋଗରେ ମଧ୍ୟ ଏହିଭଳି ଲକ୍ଷଣ ଦେଖାଯାଏ | [୫]
ଉପଯୋଗୀ ଜୀବନ ପ୍ରଣାଳୀରେ ଅଳ୍ପ ଖାଦ୍ୟ ଖାଇବା, ଶୋଇବା ପୂର୍ବରୁ ନ ଖାଇବା, ଅଧିକ ଓଜନ ହେଲେ ଓଜନ ହ୍ରାସ କରିବା ଏବଂ ଶଯ୍ୟାର ମୁଣ୍ଡ ପାଖ ଟେକିଦେଲେ ଉପଶମ ହୁଏ | [୪] ଆଣ୍ଟାସିଡ୍ କିମ୍ବା ପ୍ରୋଟନ୍ ପମ୍ପ ଇନହିବିଟର ଔଷଧ ମଧ୍ୟ ଏହାର ଉପଶମ କରିବାରେ ସାହାଯ୍ୟ କରିଥାଏ | [୪] ଯଦି ଏହି ପଦକ୍ଷେପଗୁଡିକ ପ୍ରଭାବଶାଳୀ ନୁହେଁ କିମ୍ବା ଲକ୍ଷଣ ସମ୍ବନ୍ଧୀୟ ଅନ୍ୟାନ୍ୟ କିଛି ଉପସ୍ଥିତ ଥାଏ, ତେବେ ଅନ୍ୟାନ୍ୟ କାରଣକୁ ଦର୍ଶାଇବା ପାଇଁ ଗ୍ୟାଷ୍ଟ୍ରୋସ୍କୋପି ଉପଯୋଗୀ ହୋଇପାରେ | [୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ପ୍ରାୟ ୨୦%ରୁ ଅଧିକ ଜନସଂଖ୍ୟାକୁ ପ୍ରଭାବିତ କରିଥାଏ | [୩]
ଆଧାର
ସମ୍ପାଦନା- ↑ "Pyrosis definition - MedicineNet - Health and Medical Information Produced by Doctors". MedicineNet. Archived from the original on 23 January 2014. Retrieved 19 November 2015.
- ↑ "Pyrosis Medical Definition - Merriam-Webster Medical Dictionary". merriam-webster.com. Archived from the original on 25 July 2015. Retrieved 24 July 2015.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Definition & Facts for GER & GERD | NIDDK". National Institute of Diabetes and Digestive and Kidney Diseases. Retrieved 18 October 2020.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ଆଧାର ଭୁଲ: ଅଚଳ
<ref>
ଚିହ୍ନ;NHS2020
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ୫.୦ ୫.୧ Auerbach, Paul S. (2015). Medicine for the Outdoors E-Book: The Essential Guide to First Aid and Medical Emergencies (in ଇଂରାଜୀ). Elsevier Health Sciences. p. 208. ISBN 978-0-323-34097-7.
- ↑ "Heartburn and acid reflux". nhs.uk (in ଇଂରାଜୀ). 23 October 2017. Retrieved 18 October 2020.