ବାରଶିଂଘା ବା ବାରଶିଂଗା (ଇଂରାଜୀରେ Barasingha ବା Swamp Deer, ଜୀବବିଜ୍ଞାନ ନାମ Rucervus duvaucelii) ଭାରତୀୟ ଉପମହାଦେଶର ଉତ୍ତର ଭାରତ, କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ-ପଶ୍ଚିମ ନେପାଳରେ ଦେଖାଯାଉଥିବା ସର୍ଭିଡାଏ ପରିବାରର ଏକ ହରିଣ ପ୍ରଜାତି । ପାକିସ୍ତାନବଙ୍ଗଳାଦେଶରେ ଏହି ମୃଗ ପ୍ରଜାତି ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇଛି ।[] ଏହି ହରିଣର ଜୀବବୈଜ୍ଞାନିକ ନାମ ଫରାସୀ ପରିବେଶବିଜ୍ଞାନୀ ଆଲଫ୍ରେଡ଼୍ ଡୁଫୋସେଙ୍କ ନାମାନୁସାରେ ରଖାଯାଇଛି ।[] ଶିଂଘର ଆକାର ଦୃଷ୍ଟିରୁ ବାରଶିଂଘା ଭାରତର ଅନ୍ୟ ସମସ୍ତ ହରିଣ ପ୍ରଜାତିଠାରୁ ଭିନ୍ନ । ଏହି ହରିଣର ଶିଂଘରୁ ୧୨ ଗୋଟି ବା ବହୁ ଶାଖା ବାହାରିଥାଏ ।[][] ପରିପକ୍ୱ ବୟସର ଅଣ୍ଡିରାମାନଙ୍କ ଶିଂଘରେ ୧୦-୧୪ଟି (ସର୍ବାଧିକ ୨୦ଟି) ଶାଖା ରହିବା ମଧ୍ୟ ଦେଖାଯାଇଛି ।[] ଆସାମୀ ଭାଷାରେ ଏହି ହରିଣକୁ “ଦୋଲହୋରିନ୍” ବୋଲି ମଧ୍ୟ କୁହାଯାଏ । “ଦୋଲ୍” ଶବ୍ଦଟି ଏଠାରେ ଗାଡ଼ିଆ ଇତ୍ୟାଦିରେ ରହିଥିବା ଦଳ ବା ପଙ୍କକୁ ଏବଂ “ହୋରିନ୍” ଶବ୍ଦ ହରିଣକୁ ବୁଝାଇଥାଏ ।

ବାରଶିଂଘା
ଏକ ଅଣ୍ଡିରା ବାରଶିଂଘା
ଶାବକ ସହ ଏକ ମାଈ ବାରଶିଂଘା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Mammalia
ଗଣ: Artiodactyla
କୁଳ: Cervidae
ପ୍ରଜାତି: Rucervus
ଜାତି: R. duvaucelii
ବାଇନୋମିଆଲ ନାମ
Rucervus duvaucelii[]
(ଜ୍ୟୋର୍ଜେସ୍ କୁଭିଏ, ୧୮୨୩)
ପାରମ୍ପରିକ ଭୌଗୋଳିକ ବ୍ୟାପ୍ତିକ୍ଷେତ୍ର (ହଳଦିଆ); ବର୍ତ୍ତମାନ ଉପପ୍ରଜାତି: ଡୁଫୌଚେଲି (ନାଲି); ବ୍ରାଣ୍ଡେରି (ସାଗୁଆ); ରଣଜିତସିଂହୀ (ନୀଳ)
ପାଣିର ଦଳରେ ପଶି ଖାଦ୍ୟ ଅନୁସନ୍ଧାନ କରୁଥିବା ବାରଶିଂଘା ଦଳ

ଆକୃତି ଓ ପ୍ରକୃତି

ସମ୍ପାଦନା
 
ବାରଶିଂଘା ହରିଣର ଶିଂଘର ଗଠନ[]

ବାରଶିଂଘା ଏକ ବଡ଼ ଆକାରର ହରିଣ । ଭୂମିରୁ ଏହାର କାନ୍ଧର ଉଚ୍ଚତା ୧୧୦-୧୨୦ ସେଣ୍ଟିମିଟର୍ (୪୪-୪୬ ଇଞ୍ଚ୍), ମୁଣ୍ଡ ଓ ଦେହକୁ ମିଶାଇ ଏହାର ଶରୀରର ଦୈର୍ଘ୍ୟ ପ୍ରାୟ ୧୮୦ ସେଣ୍ଟିମିଟର୍ (୬ ଫୁଟ୍) ପର୍ଯ୍ୟନ୍ତ ହୋଇଥାଏ । ଏହାର ଲୋମ ମୋଟା, ଉପର ପଟେ ଏହାର ଛାଲର ରଙ୍ଗ ହଳଦିମିଶା ମାଟିଆ ଏବଂ ତଳ ପଟେ ଛାଲର ରଙ୍ଗ ଫିକା । ମେରୁଦଣ୍ଡ ପାଖରେ ଏହାର ଛାଲରେ କିଛି ଧଳା ଚିହ୍ନ ମଧ୍ୟ ରହିଥାଏ । ବେକ, ପେଟ, ଜଂଘର ଭିତର ପଟ ଓ ଲାଞ୍ଜର ତଳପଟ ଧଳା ରଙ୍ଗର ହୋଇଥାଏ । ଗ୍ରୀଷ୍ମ ଋତୁରେ ଏହାର ଛାଲର ରଙ୍ଗ ନାଲିମିଶା ମାଟିଆ ରଙ୍ଗର ହୋଇଯାଏ । ଏହାର ବେକରେ କେଶର ପରି ବଡ଼ ଲୋମ ରହିଥାଏ । ମାଈମାନଙ୍କ ରଙ୍ଗ ଅଣ୍ଡିରାମାନଙ୍କ ଅପେକ୍ଷା ଫିକା ହୋଇଥାଏ । ତରୁଣ ବୟସ୍କ ହରିଣମାନଙ୍କ ଦେହରେ ଚିତା ଚିତା ଦାଗ ରହିଥାଏ । ଏମାନଙ୍କ ଶିଂଘର ୭୬ ସେଣ୍ଟିମିଟର୍ (୩୦ ଇଞ୍ଚ୍) ଲମ୍ବା ଓ ଶିଂଘ ମଝି ଅଂଶରେ ବିମ୍ ନିକଟରେ ଏହାର ପ୍ରସ୍ଥ ପ୍ରାୟ ୧୩ ସେଣ୍ଟିମିଟର୍ (୫ ଇଞ୍ଚ୍) ହୋଇଥାଏ ।[] ଏଯାବତ ସଂଗୃହୀତ ଏକ ହରିଣର ୧୦୪.୧ ସେଣ୍ଟିମିଟର୍ (୪୧ ଇଞ୍ଚ୍) ଶିଂଘ ସର୍ବବୃହତ ।[]

ଅଣ୍ଡିରା ହରିଣମାନଙ୍କ ଓଜନ ୧୭୦ରୁ ନେଇ ୨୮୦ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ମାଈମାନଙ୍କ ଶରୀରର ଓଜନ ୧୩୦ରୁ ୧୪୫ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।[] ବୃହତାକାର ଅଣ୍ଡିରା ହରିଣମାନେ ୨୧୦ରୁ ୨୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନବିଶିଷ୍ଟ ହୋଇପାରନ୍ତି ।[]

ଭୌଗୋଳିକ ବ୍ୟାପ୍ତି ଓ ପରିବାସ

ସମ୍ପାଦନା

ଉନବିଂଶ ଶତାବ୍ଦୀରେ ବାରଶିଂଘା ହିମାଳୟ ପର୍ବତଶ୍ରେଣୀର ପାଦଦେଶରେ ଆସାମ ରାଜ୍ୟର ଉପରାଂଶରୁ ନେଇ ସମଗ୍ର ଆସାମ ରାଜ୍ୟ, ପୂର୍ବରେ ସୁନ୍ଦରବନରୁ ନେଇ ସମଗ୍ର ଗାଙ୍ଗେୟ ସମତଳ ଭୂମି ଓ ଯମୁନା ନଦୀ ଉପତ୍ୟକା ପ୍ରଭୃତି ଅଞ୍ଚଳରେ ତଥା ପଶ୍ଚିମରେ ପାକିସ୍ତାନର ସିନ୍ଧ ରାଜ୍ୟ ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ବିଚରଣ କରୁଥିଲେ । ଭାରତରେ ଦକ୍ଷିଣ ପଟେ ଗୋଦାବରୀ ନଦୀ ଉପତ୍ୟକା ପର୍ଯ୍ୟନ୍ତ ଏମାନେ ଦେଖାଯାଉଥିଲେ । ନର୍ମଦା ନଦୀ ଉପତ୍ୟକାରେ ବସ୍ତର ପର୍ଯ୍ୟନ୍ତ ଏମାନଙ୍କ ପରିବାସ ରହିଥିଲା ।[] ସମଭୂମି, ତୃଣଭୂମି ତଥା ଜଙ୍ଗଲ ଉପକଣ୍ଠରେ ଏମାନେ ଚରାବୁଲା କରନ୍ତି । ଜଙ୍ଗଲର ଖୋଲା ସ୍ଥାନରେ ମଧ୍ୟ ଏମାନେ ଦେଖାଯାନ୍ତି ।[]

୧୯୬୦ ଦଶନ୍ଧିରେ ଏମାନଙ୍କ ସଂଖ୍ୟା ଭାରତରେ ଅତିକମରେ ୧୬୦୦ରୁ ସର୍ବାଧିକ ୨୧୫୦ ଏବଂ ନେପାଳରେ ପ୍ରାୟ ୧୬୦୦ ହୋଇଥିବାର ଅନୁମାନ କରାଯାଉଥିଲା । ୧୯୩୦ ଦଶନ୍ଧିରୁ ନେଇ ୧୯୬୦ ଦଶନ୍ଧି ପର୍ଯ୍ୟନ୍ତ ଅନିୟନ୍ତ୍ରିତ ଓ ଅତ୍ୟଧିକ ଶିକାର ତଥା ତୃଣଭୂମିମାନଙ୍କୁ କୃଷିକ୍ଷେତ୍ରରେ ପରିଣତ କରାଯିବାରୁ ଏମାନଙ୍କ ସଂଖ୍ୟା ଏବଂ ପରିବାସ କ୍ଷେତ୍ର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବାକୁ ଲାଗିଲା । ବର୍ତ୍ତମାନ ସମୟରେ ଏହି ହରିଣ ମଧ୍ୟ ପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନ, ଆସାମର ଦୁଇଟି ଅଞ୍ଚଳ (କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ମାନସ ଜାତୀୟ ଉଦ୍ୟାନ)[][୧୦][୧୧][୧୨], ଉତ୍ତର ପ୍ରଦେଶର ୬ଟି ଅଞ୍ଚଳରେ ସୀମିତ । ପଶ୍ଚିମବଙ୍ଗ ରାଜ୍ୟରେ ଏମାନେ ପ୍ରାୟ ବିଲୁପ୍ତ ।[୧୩] ଅରୁଣାଚଳ ପ୍ରଦେଶ ରାଜ୍ୟରେ ମଧ୍ୟ ଏମାନେ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଥିବାର ଅନୁମାନ କରାଯାଉଛି ।[୧୪] ୨୦୦୫ ମସିହାରେ ଉତ୍ତରାଖଣ୍ଡ ରାଜ୍ୟର ହରିଦ୍ୱାର ଜିଲ୍ଲାରେ ଗଙ୍ଗା ନଦୀର ପୂର୍ବ ତଟରେ ରହିଥିବା ଝିଲ୍‍ମିଲ୍ ହ୍ରଦ ଅଭୟାରଣ୍ୟ ଅଞ୍ଚଳରେ ପ୍ରାୟ ୩୨୦ଟି ବାରଶିଂଘାଙ୍କ ଉପସ୍ଥିତି ଆବିଷ୍କୃତ ହୋଇଥିଲା । ବର୍ତ୍ତମାନ ସମୟରେ ଏହାକୁ ବାରଶିଂଘା ହରିଣଙ୍କ ପ୍ରାକୃତିକ ପରିବାସର ଉତ୍ତରତମ ସୀମା କୁହାଯାଇପାରିବ ।[୧୫][୧୬]

ଉପ-ପ୍ରଜାତି ଓ ସେମାନଙ୍କ ବିଚରଣ କ୍ଷେତ୍ର

ସମ୍ପାଦନା

ବର୍ତ୍ତମାନ ସୁଦ୍ଧା ବାରଶିଂଘାଙ୍କର ୩ ଗୋଟି ଉପପ୍ରଜାତି ଚିହ୍ନଟ କରାଯାଇପାରିଛି :[୧୭]

  • ପଶ୍ଚିମସ୍ଥ ବାରଶିଂଘା (ଜୀବବିଜ୍ଞାନ ନାମ R. d. duvauceli - କୁଭିଏ, ୧୮୨୩) – ଏମାନଙ୍କ ଖୁରା ଉପରୁ ତଳକୁ କ୍ରମଶଃ ଓସାରିଆ । ଗାଙ୍ଗେୟ ସମତଳ ଭୂମିର ଜଳମଗ୍ନ ଉଚ୍ଚ ତୃଣଭୂମିରେ ରହିବାରେ ଏମାନେ ସମର୍ଥ ।[୧୮] ୧୯୯୦ ଦଶନ୍ଧିର ପ୍ରାରମ୍ଭିକ କାଳରେ ଭାରତରେ ଏହି ଉପପ୍ରଜାତିଙ୍କ ସଂଖ୍ୟା ୧୫୦୦-୨୦୦୦ ଏବଂ ନେପାଳର ସୁକ୍‍ଲା ଫାଣ୍ଟା ବନ୍ୟଜୀବ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ୧୫୦୦-୧୯୦୦ ହୋଇଥିବାର ଅନୁମାନ କରାଯାଉଥିଲା ।[୧୩] ୨୦୧୩ ମସିହା ବସନ୍ତ ଋତୁ ବେଳକୁ ୩୮୫ଟି ଶାବକଙ୍କୁ ମିଶାଇ ଏମାନଙ୍କ ସଂଖ୍ୟା ୨୧୭୦ ବୋଲି ଆକଳନ କରାଯାଇଥିଲା ।[୧୯]
  • ଦକ୍ଷିଣସ୍ଥ ବାରଶିଂଘା (ଜୀବବିଜ୍ଞାନ ନାମ R. d. branderi – ପୋକକ୍, ୧୯୪୩) – ଏମାନଙ୍କ ଖୁରା ଖୁବ୍ ଶକ୍ତ । ଏହି ଉପପ୍ରଜାତି ଶାଳବଣରେ ରହିଥିବା ତୃଣଭୂମି ଓ କଠିନ ଭୂମିରେ ବିଚରଣ କରିବାରେ ସମର୍ଥ ।[୧୮] ଏହି ଉପପ୍ରଜାତି ବର୍ତ୍ତମାନ ସମୟରେ କେବଳ କାହ୍ନା ଜାତୀୟ ଉଦ୍ୟାନ ପର୍ଯ୍ୟନ୍ତ ସୀମିତ । ଗଣନାନୁସାରେ ୧୯୮୮ ମସିହା ବେଳକୁ ଏମାନଙ୍କ ସଂଖ୍ୟା ପ୍ରାୟ ୫୦୦, ଏକବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ପ୍ରାୟ ୩୦୦-୩୫୦[୧୩] ଏବଂ ୨୦୧୬ ମସିହା ବେଳକୁ ପ୍ରାୟ ୭୫୦ ବୋଲି ଅନୁମାନ କରାଯାଇଥିଲା । ସାତପୁରା ବ୍ୟାଘ୍ର ଅଭୟାରଣ୍ୟରେ ଏମାନଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିଲା ।[୨୦]
  • ପୂର୍ବସ୍ଥ ବାରଶିଂଘା (ଜୀବବିଜ୍ଞାନ ନାମ R. d. ranjitsinhi – ଗ୍ରୁଭ୍‍ସ୍, ୧୯୮୨) – ଏହି ଉପପ୍ରଜାତି କେବଳ ଆସାମ ରାଜ୍ୟରେ ଦେଖାଯାନ୍ତି । ୧୯୭୮ ମସିହା ବେଳକୁ ଏମାନଙ୍କ ସଂଖ୍ୟା ୭୦୦ ଥିବା ଆକଳନ କରାଯାଇଥିଲା । ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏହି ଉପପ୍ରଜାତିର ୪୦୦-୫୦୦ଟି ହରିଣ ଥିବା କୁହାଯାଇଥିଲା ।[୧୩] ୨୦୧୬ ମସିହାରେ କରାଯାଇଥିବା ଏକ ଗଣନାକ୍ରମେ ଏମାନଙ୍କ ସଂଖ୍ୟା ୧୧୪୮ ଥିବା ଜଣା ପଡ଼ିଥିଲା ।[୨୧]

ପରିସ୍ଥିତିକ ବ୍ୟବହାର

ସମ୍ପାଦନା

ବାରଶିଂଘା ତୃଣଭୋଜୀ ଏବଂ ସର୍ବଦା ଚରି ବୁଲୁଥାନ୍ତି ।[] ଘାସ ଓ ପାଣିର ଦଳ ବା ପଙ୍କରେ ବଢ଼ୁଥିବା ଜଳଜ ଉଦ୍ଭିଦ ଏମାନଙ୍କ ଆହାର । ଏମାନଙ୍କ ମୁଖ୍ୟ ଆହାର ହେଲା - କାଶତଣ୍ଡି (Saccharum), ଦର୍ଭ (Imperata cylindrica), ପୋଟଖଳ ବା ନଳ ଜାତୀୟ ଘାସ (Phragmites karka), ନାଲି ବଣୁଆ ଧାନ ଗଛ (Oryza rufipogon), ନୀବାର ବା ବାଳୁଙ୍ଗା ଧାନ (Hygroryza)ବୋରଝାଞ୍ଜି ଜାତୀୟ ଶୈବାଳ (Hydrilla) ଇତ୍ୟାଦି । ଏମାନେ ସାରା ଦିନ ଚରି ବୁଲୁଥାନ୍ତି; ସକାଳ ଓ ଅପରାହ୍ନର ଶେଷରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମାନେ ସର୍ବାଧିକ ସକ୍ରିୟ ଥାଆନ୍ତି । ଶୀତ ଓ ବର୍ଷା ଋତୁରେ ଏମାନେ ୧-୨ ଥର ଓ ଗ୍ରୀଷ୍ମ ଋତୁରେ ୩ ବା ତତୋଧିକ ଥର ପାଣି ପିଇବା ଦେଖାଯାଏ । ଅଧିକ ଗରମ ହେଉଥିଲେ ଏମାନେ ଗଛର ଛାୟାରେ ବିଶ୍ରାମ କରିଥାନ୍ତି ।[୧୩]

କେନ୍ଦ୍ରୀୟ ଭାରତରେ ଦେଖାଯାଉଥିବା ବାରଶିଂଘା ଦଳରେ ୮-୨୦ଟି ପ୍ରାଣୀ ରହୁଥିବା ଦେଖାଯାଇଛି । କିଛି ବଡ଼ ଦଳରେ ୬୦ଟି ପର୍ଯ୍ୟନ୍ତ ହରିଣ ରହିଥାନ୍ତି । ଦଳରେ ମାଈଙ୍କ ସଂଖ୍ୟା ଅଣ୍ଡିରାଙ୍କ ସଂଖ୍ୟାର ପ୍ରାୟ ୨ ଗୁଣ ହୋଇଥାଏ । ମିଳନ ଋତୁରେ ଯୌନ ପରିପକ୍ୱ ହରିଣମାନେ ଏକ ଗୋଷ୍ଠୀରେ ଏକତ୍ରିତ ହୋଇ ରହନ୍ତି । ସେପ୍ଟେମ୍ବର ମାସରୁ ଅପ୍ରେଲ୍ ମାସ ଏମାନଙ୍କ ମିଳନ ସମୟ । ୨୪୦-୨୫୦ ଦିନର ଗର୍ଭଧାରଣ ସମୟ ପରେ ଅଗଷ୍ଟରୁ ନେଇ ନଭେମ୍ବର ମାସ ପର୍ଯ୍ୟନ୍ତ ଶାବକମାନେ ଜନ୍ମଲାଭ କରିଥାନ୍ତି । କାହ୍ନା ଜାତୀୟ ଉଦ୍ୟାନରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସର୍ବାଧିକ ମିଳନ ହେଉଥିବାର ଲକ୍ଷ୍ୟ କରାଯାଇଛି ।[] ଏମାନେ କେବଳ ଗୋଟିଏ ହରିଣ ଶାବକକୁ ଜନ୍ମ ଦିଅନ୍ତି । ବିପଦର ସୂଚନା ପାଇଲେ ବାରଶିଂଘା ଏକ ତୀବ୍ର ଧ୍ୱନି ସଙ୍କେତ ବା ଡାକ ଦେଇଥାଏ ।[] ଚିଡ଼ିଆଖାନାରେ ଏମାନେ ୨୩ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ।

ବାରଶିଂଘାଙ୍କ ପ୍ରତି ରହିଥିବା ବିପଦ

ସମ୍ପାଦନା

ମାଂସ ଓ ଶିଂଘ ବିକ୍ରି ଲୋଭରେ ବାରଶିଂଘାଙ୍କ ଅବୈଧ ଶିକାର କରାଯାଏ ଓ ସ୍ଥାନୀୟ ବଜାରରେ ବେଆଇନ ଭାବେ ବିକ୍ରି କରାଯାଏ । ସଂରକ୍ଷଣ କ୍ଷେତ୍ର ବାହାରେ ବିଚରଣ କରୁଥିବା କିମ୍ବା ଏକ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯାଉଥିବା ବାରଶିଂଘା ଦଳଙ୍କ ପ୍ରତି ଏଥିଯୋଗୁଁ ସବୁଠାରୁ ଅଧିକ ବିପଦ ରହିଥାଏ । ଅନେକ ଆର୍ଦ୍ରଭୂମି କୃଷିକ୍ଷେତ୍ର ଓ ମନୁଷ୍ୟଙ୍କ ବସବାସ କ୍ଷେତ୍ରରେ ପରିଣତ ହେବାରୁ ବାରଶିଂଘାଙ୍କ ପରିବାସ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସମୟରେ ଏସବୁ ପରିବାସ ଅଳ୍ପ ଅଞ୍ଚଳରେ ସୀମିତ ଓ ଖଣ୍ଡ-ବିଖଣ୍ଡିତ ।[୧୩] ବର୍ତ୍ତମାନ ସମୟରେ ସଂରକ୍ଷିତ ଅଞ୍ଚଳ ଘୋଷିତ ହୋଇଥିବା ଅନେକ ବାରଶିଂଘା ପରିବାସ ନଦୀଶଯ୍ୟା ପରିବର୍ତ୍ତନ, ନଦୀ ପ୍ରବାହରେ ହ୍ରାସ, ନଦୀରେ ଅଧିକ ବାଲି ଚରିଯିବା, ସ୍ଥାନୀୟ ଲୋକଙ୍କଦ୍ୱାରା ବ୍ୟାପକ ଭାବେ ଗଛ ଓ ଘାସ କଟାଯିବା, ଜାଳେଣୀ ସଂଗ୍ରହ,[] ଏବଂ ସରକାରୀ ଜମିରେ ବେଆଇନ୍ କୃଷିକାର୍ଯ୍ୟ ଯୋଗୁଁ ବିପଦୋନ୍ମୁଖୀ ହୋଇଛନ୍ତି ।[୨୨] ଜର୍ଜ୍ ଶାଲର୍‍ଙ୍କ ଲେଖାନୁସାରେ ବଞ୍ଚି ରହିଥିବା ଜୀବମାନେ ଶୀଘ୍ର ଲୋପ ପାଇଯିବାର ଆଶଙ୍କା ରହିଛି ।[]

ସଂରକ୍ଷଣ

ସମ୍ପାଦନା

ବାରଶିଂଘା ହରିଣକୁ ସାଇଟ୍‍ସ୍ (CITES)ର ପ୍ରଥମ ଅନୁଚ୍ଛେଦରେ ସ୍ଥାନ ଦିଆଯାଇଛି ।[] ଭାରତରେ ପ୍ରଣୀତ ୧୯୭୨ ମସିହାର ବନ୍ୟଜୀବ ସଂରକ୍ଷଣ ନିୟମର ପ୍ରଥମ ଅନୁସୂଚୀରେ ବାରଶିଂଘା ସ୍ଥାନିତ ।[୧୩]

ଚିଡ଼ିଆଖାନାରେ ବାରଶିଂଘା

ସମ୍ପାଦନା

୧୯୯୨ ମସିହାରେ ଭାରତର ୫ଟି ବିଭିନ୍ନ ଚିଡ଼ିଆଖାନାରେ ପ୍ରାୟ ୫୦ଟି ବାରଶିଂଘା ଏବଂ ଉତ୍ତର ଆମେରିକାୟୁରୋପର ବିଭିନ୍ନ ଚିଡ଼ିଆଘରେ ୩୦୦ଟି ବାରଶିଂଘା ହରିଣ ରହିଥିଲେ ।[୧୩]

ଆମେରିକାର ଟେକ୍ସାସ୍ ରାଜ୍ୟରେ ବାରଶିଂଘାଙ୍କୁ ଅବସ୍ଥାପିତ କରାଯାଇଥିଲା ।[୨୩] ସେମାନଙ୍କ ସଂଖ୍ୟା ଏଠାରେ ସ୍ୱଳ୍ପ ମାତ୍ର ।[୨୪]

ସଂସ୍କୃତିରେ ବାରଶିଂଘା

ସମ୍ପାଦନା

ରୁଡ୍ୟାର୍ଡ୍ କିପ୍ଲିଂଙ୍କ ଲିଖିତ ଦ ସେକେଣ୍ଡ୍ ଜଙ୍ଗଲ୍ ବୁକ୍ (The Second Jungle Book) ପୁସ୍ତକର "ଦ ମିରାକ୍‍ଲ୍‍ସ୍ ଅଫ୍ ପୁରୁନ୍ ଭଗତ (The Miracle of Purun Bhagat)" ଅଧ୍ୟାୟରେ ଥିବା “ବାରାଶିଂଗ୍” ଚରିତ୍ର ଏକ ବାରଶିଂଘା ହରିଣ । ପୁରୁନ୍ ଭଗତ ନାମକ ମନୁଷ୍ୟ ବାରଶିଂଘାର ଶିଂଘରୁ ତାହାର ମଖମଲି ପରସ୍ତ ହଟାଇବାରେ ସାହାଯ୍ୟ କରିଥିବାରୁ ଉଭୟ ପରସ୍ପରର ବନ୍ଧୁତା ସ୍ୱୀକାର କରନ୍ତି । ନିଜ ବାସସ୍ଥଳୀ ନିକଟରେ ପୁରୁନ୍ ବାରଶିଂଘାକୁ ଖାଦ୍ୟ ଓ ଅଗ୍ନିର ଉତ୍ତାପ ଯୋଗାଇ ସାହାଯ୍ୟ କରିବା ଓ ପର୍ବତ ଭୁଷୁଡ଼ିବା ସମୟରେ ବାରଶିଂଘା ପୁରୁନ୍‍ର ସହରବାସୀମାନଙ୍କୁ ରକ୍ଷା କରିବାର କାହାଣୀ ଏହି ପୁସ୍ତକରେ ଲିଖିତ ।

ବାରଶିଂଘା ହରିଣ ମଧ୍ୟ ପ୍ରଦେଶଉତ୍ତର ପ୍ରଦେଶ ରାଜ୍ୟର ପ୍ରାଦେଶିକ ପଶୁ ।[୨୫]

  1. ୧.୦ ୧.୧ ୧.୨ ୧.୩ Duckworth, J. W.; Kumar, N.S.; Pokharel, C.P.; Baral, H. S.; Timmins, R. J. (2015). "Rucervus duvaucelii": e.T4257A22167675. {{cite journal}}: |access-date= requires |url= (help); Cite journal requires |journal= (help); Unknown parameter |last-author-amp= ignored (|name-list-style= suggested) (help)
  2. Grubb, P. (2005). "Order Artiodactyla". In Wilson, D. E.; Reeder, D. M (eds.). Mammal Species of the World (3rd ed.). Johns Hopkins University Press. pp. 668–669. ISBN 978-0-8018-8221-0. OCLC 62265494. {{cite book}}: Invalid |ref=harv (help)
  3. Cuvier, G. (1823). Recherches sur les ossemens fossiles de quadrupèdes. Vol. Tome Quatrième (Nouvelle édition ed.). Paris, Amsterdam: Dufour & d'Ocagne.
  4. ୪.୦ ୪.୧ ୪.୨ ୪.୩ Lydekker, R. (1888–1890). The new natural history Volume 2. Printed by order of the Trustees of the British Museum (Natural History), London.
  5. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
  6. ୬.୦ ୬.୧ ୬.୨ Prater, S. H. (1948). The book of Indian animals. Oxford University Press. (10th ed.)
  7. ୭.୦ ୭.୧ ୭.୨ Blanford, W. T. (1888–1891). The fauna of British India, including Ceylon and Burma. Mammalia. Taylor and Francis, London.
  8. ୮.୦ ୮.୧ ୮.୨ Schaller, G. B. (1967). The Deer and the Tiger – A Study of Wildlife in India. University Chicago Press, Chicago, IL, USA.
  9. Choudhury, A. U. (1997). Checklist of the mammals of Assam. 2nd ed. Gibbon Books & Assam Science Technology & Environment Council, Guwahati, India. ISBN 81-900866-0-X
  10. Choudhury, A. U. (2004). Kaziranga: Wildlife in Assam. Rupa & Co., New Delhi.
  11. Choudhury, A. U. (1987). "Railway threat to Kaziranga" (PDF). Oryx. 21 (3): 160–163. doi:10.1017/S0030605300026892.
  12. Choudhury, A. U. (1986). Manas Sanctuary threatened by extraneous factors. The Sentinel.
  13. ୧୩.୦ ୧୩.୧ ୧୩.୨ ୧୩.୩ ୧୩.୪ ୧୩.୫ ୧୩.୬ ୧୩.୭ "Swamp Deer or Barasingha (Cervus duvauceli Cuvier, 1823". Envis Bulletin. 7: 181–192. 2004. {{cite journal}}: Cite uses deprecated parameter |authors= (help)
  14. Choudhury, A. U. (2003). The mammals of Arunachal Pradesh. Regency Publications, New Delhi ISBN 8187498803.
  15. Tewari, R. and Rawat, G.S. (2013). Activity pattern and diurnal time budget of Swamp Deer (Rucervus duvaucelii duvaucelii) in Jhilmil Jheel Conservation Reserve, Haridwar, Uttarakhand, India. NeBIO 4 (3): 36–40.
  16. Nandy, S., Kushwaha, S.P.S. and Gaur, P. 2012. Identification of Swamp deer (Cervus duvauceli duvauceli Cuvier) potential habitat in Jhilmil Jheel Conservation Reserve, Uttarakhand, India using multi-criteria analysis. Environmental Management 49 (4): 902–914.
  17. Groves, C. (1982). "Geographic variation in the Barasingha or Swamp Deer (Cervus duvauceli)". Journal of the Bombay Natural History Society. 79: 620–629.
  18. ୧୮.୦ ୧୮.୧ Pocock R. (1943). The larger deer of British India. Journal of the Bombay Natural History Society 43: 553–572.
  19. The Himalayan Times (2013). Shuklaphanta sees increase swamp deer number[permanent dead link]. Kanchanpur, 19 April 2013.
  20. Shukla, R. (2017). "Barasingha breaks new ground". Frontline. Kanha Tiger Reserve. Retrieved 3 September 2017.
  21. "Eastern Swamp Deer Population Estimation 2016". Kaziranga National Park. Government of Assam. 11 May 2016. Archived from the original on 20 August 2017. Retrieved 20 August 2017.
  22. Dabas, H. (12 December 2016). "As Ganga water level dips, farmers encroach land for farming". The Times of India. Bijnor. Retrieved 22 December 2016.
  23. McCarthy, A., Blouch, R., Moore, D., and Wemmer, C. M. (1998). Deer: status survey and conservation action plan IUCN Deer Specialist Group. IUCN, Gland, Switzerland.
  24. Long, John L. (2003). Introduced Mammals of the World. Collingwod, Australia: CSIRO. p. 411. ISBN 0643067140.
  25. "State Animals, Birds, Trees and Flower". www.pannatigerreserve.in. Retrieved 4 April 2018.

ଆହୁରି ପଢ଼ନ୍ତୁ

ସମ୍ପାଦନା

ଅନ୍ୟାନ୍ୟ ଲିଂକ୍

ସମ୍ପାଦନା