ଅଭିମନ୍ୟୁ ରଣସିଂହ
ଅଭିମନ୍ୟୁ ରଣସିଂହ (୧୦ ଅପ୍ରେଲ ୧୯୩୦ - ୨୦ ଜୁଲାଇ ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଅଭିମନ୍ୟୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଅଭିମନ୍ୟୁ ରଣସିଂହ | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ବନମାଳି ପଟ୍ଟନାୟକ |
ପର ଅଧିକାରୀ | ବିପିନ ବିହାରୀ ଦାସ |
ନିର୍ବାଚନ ମଣ୍ଡଳୀ | ପିପିଲି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୦ ଅପ୍ରେଲ ୧୯୩୦ |
ମୃତ୍ୟୁ | ୨୦ ଜୁଲାଇ ୨୦୧୬ | (ବୟସ ୮୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | କଲ୍ୟାଣୀ କୁମାରୀ ରଣସିଂହ |
ବାପା/ବୋଉ | ବାଉରୀବନ୍ଧୁ ରଣସିଂହ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଅଭିମନ୍ୟୁ ରଣସିଂହ ୧୯୩୦ ମସିହାର ଅପ୍ରେଲ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବାଉରୀବନ୍ଧୁ ରଣସିଂହ ଓ ପତ୍ନୀଙ୍କ ନାମ କଲ୍ୟାଣୀ କୁମାରୀ ରଣସିଂହ ।[୧] ଅଭିମନ୍ୟୁଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ଅଣ୍ଡର ଗ୍ରାଜୁଏଟ୍ ।[୧]
ରାଜନୈତିକ ଜୀବନ
ସମ୍ପାଦନାଅଭିମନ୍ୟୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଅଭିମନ୍ୟୁ ରଣସିଂହ ୨୦୧୬ ମସିହାର ଜୁଲାଇ ମାସ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।