ବଂଶୀଧର ଷଡ଼ଙ୍ଗୀ
ଓଡ଼ିଆ କବି
ବଂଶୀଧର ଷଡ଼ଙ୍ଗୀ(ଜନ୍ମ : ୪ ଡିସେମ୍ବର ୧୯୪୦), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ କବି ।[୧]
ବଂଶୀଧର ଷଡ଼ଙ୍ଗୀ | |
---|---|
ଜନ୍ମ | ରାଏରଙ୍ଗ, ଖୋର୍ଦ୍ଧା | ୪ ଡିସେମ୍ବର ୧୯୪୦
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | କବିତା ମିଶ୍ର |
ସନ୍ତାନ | ପାରମିତା ଷଡ଼ଙ୍ଗୀ, ଇପ୍ସିତା ଷଡ଼ଙ୍ଗୀ |
ବଂଶୀଧର, ଖୋର୍ଦ୍ଧା ଜିଲ୍ଲାର ରାଏରଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ୧୯୫୮ମସିହାରେ ମାଟ୍ରିକ, ୧୯୬୩ରେ ସ୍ନାତକ ଓ ୧୯୬୬ରେ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ହାସଲ କରିଥିଲେ । ୧୯୭୦ ମସିହାରେ ସେ କବିତାଙ୍କୁ ବିବାହ କରିଥିଲେ । ୧୯୬୭ ମସିହାରେ ସେ ନିମାପଡ଼ା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ନିମାପଡ଼ାର ଗୁହାଳପଡ଼ାଠାରେ ସେ ସ୍ଥାୟୀ ଭାବରେ ବସବାସ କରନ୍ତି ।[୩]
ରଚନାବଳୀ
ସମ୍ପାଦନାବଂଶୀଧରଙ୍କର ପ୍ରଥମ କବିତା ଥିଲା "ଗୋଟିଏ ସନ୍ଧ୍ୟା", ମନୋଜ ଦାସଙ୍କ ସମ୍ପାଦିତ "ଦିଗନ୍ତ" ପତ୍ରିକାର ୧୯୬୦ ମସିହାର ଅକ୍ଟୋବର-ନଭେମ୍ବର ସଂଖ୍ୟାରେ ପ୍ରକାଶ ପାଇଥିଲା ।[୪] ତାଙ୍କର ପ୍ରଥମ କବିତା ପୁସ୍ତକ "ସମୟ ଅସମୟ" ୧୯୭୭ ମସିହାରେ "ଲାର୍କ ବୁକ୍ସ"ଦ୍ୱାରା ପ୍ରକାଶିତ ହୋଇଥିଲା । ତାଙ୍କ ଲିଖିତ କବିତା ପୁସ୍ତକ ଗୁଡ଼ିକ ହେଲା :
- ସମୟ ଅସମୟ - ୧୯୭୭ (ଲାର୍କ ବୁକ୍ସ)
- ସ୍ଥବିର ଅଶ୍ୱାରୋହୀ - ୧୯୮୦ (ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ)
- ଶବରୀଚର୍ଯ୍ୟା - ୧୯୮୯ (ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ)
- ଛାୟା ଦର୍ଶନ - ୧୯୯୫ (ଆର୍ଯ୍ୟ ପ୍ରକାଶନୀ)
- ଶୂନ୍ୟ ସଂହିତା ଓ ଅନ୍ୟାନ୍ୟ କବିତା - ୧୯୯୮(ଆର୍ଯ୍ୟ ପ୍ରକାଶନୀ)
- ସ୍ୱରୋଦୟ - ୨୦୦୪ (ଅପୂର୍ବା ପ୍ରକାଶନୀ)[୫]
- ଆଉ କେତେ ବାଟ - ୨୦୧୩ (ଲେଖାଲେଖୀ ପ୍ରକାଶନୀ)
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ Civacaṅkari (1998). Knit India Through Literature: The East. Eastwest Books (Madras). ISBN 978-81-86852-63-7.
- ↑ K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 316–. ISBN 978-81-7201-324-0.
- ↑ Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
- ↑ "ସୃଜନ-ଆଳାପ". ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୧୦-୨୩ ପୃଷ୍ଠା ୭. Retrieved 22 December 2016.
- ↑ Sahitya Akademi (2006). Annual Report. Sahitya Akademi.
- ↑ Khanna & Verma (1 September 2010). Ever Latest General Knowledge 2013. Upkar Prakashan. pp. 35–. ISBN 978-81-7482-025-9.
- ↑ "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ୫-୧୮ ୨୦୧୬ ପୃଷ୍ଠା ୨. Retrieved 15 March 2016.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 13 June 2021.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୩ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "meet the author" (PDF). sahitya-akademi.gov.in. Retrieved 20 July 2018.