ପାରମିତା ଷଡ଼ଙ୍ଗୀ

ଓଡ଼ିଆ ଲେଖକ

ପାରମିତା ଷଡ଼ଙ୍ଗୀ ( ଜନ୍ମ : ୧୪ ଅପ୍ରେଲ ୧୯୭୨ ) ଜଣେ କବି ଓ ଅନୁବାଦିକା ।[୧][୨] ସେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଲେଖନ୍ତି । ତାଙ୍କର ୧୨ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।

ପାରମିତା ଷଡ଼ଙ୍ଗୀ
ଜନ୍ମ ଓ ଜନ୍ମସ୍ଥାନ୧୪ ଅପ୍ରେଲ ୧୯୭୨
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ବ୍ୟକ୍ତିଗତ ଜୀବନ ସମ୍ପାଦନା

ପାରମିତା, ୧୯୭୨ ମସିହାରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବଂଶୀଧର ଷଡ଼ଙ୍ଗୀ ଓ ମାତାଙ୍କ ନାମ କବିତା ଷଡ଼ଙ୍ଗୀ । ପାରମିତା ନିମାପଡ଼ାର ଜନତା ସ୍କୁଲ, ଓ.ଜେ.ବି.ଆର୍‌. ବାଳିକା ବିଦ୍ୟାଳୟ, ନିମାପଡ଼ା କଲେଜ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ । ତାଙ୍କ ପିତା ଜଣେ ସାହିତ୍ୟିକ ଓ ବୃତ୍ତିରେ ଶିକ୍ଷାବିତ ଥିଲେ । ପିଲାଦିନରୁ ପାରମିତା ସାହିତ୍ୟାନୁରାଗୀ ଥିଲେ । ୭ମ/୮ମରେ ପଢ଼ିଲାବେଳେ ପାରମିତା ଲେଖିଥିବା ଗୋଟିଏ ଗପ ପ୍ରଥମ ଥର ପାଇଁ ସ୍କୁଲ ପତ୍ରିକାରେ ପ୍ରକାଶିତ ହୋଇଥିଲା । କଲେଜ ସମୟରେ ଅନେକ କବିତା ଲେଖିଥିଲେ ମଧ୍ୟ ସେସବୁ ପ୍ରକାଶିତ କରିନଥିଲେ । ୧୯୯୬ ମସିହାରେ ବିବାହ ପରେ ତାଙ୍କୁ ମୁମ୍ବାଇ ଯିବାକୁ ପଡ଼ିଥିଲା ଓ ସାହିତ୍ୟ ସର୍ଜନାରେ କିଛି ବର୍ଷର ବିରତି ପଡ଼ିଥିଲା ।

ସାନ ଭଉଣୀ, ସାହିତ୍ୟିକା ଇପ୍ସିତା ଷଡ଼ଙ୍ଗୀ ତାଙ୍କୁ ପୁଣି ଲେଖିବା ପାଇଁ ପ୍ରବର୍ତ୍ତାଇ ଥିଲେ । ୨୦୧୫ ମସିହାରୁ ପାରମିତା ପୁଣି ଲେଖିବା ଆରମ୍ଭ କରିଥିଲେ ଓ ଅନବରତ ମୌଳିକ ରଚନା ଏବଂ ଅନୁବାଦ ଲେଖିଥିଲେ ।

ସାହିତ୍ୟ ସର୍ଜନା ସମ୍ପାଦନା

ଇଜ୍ୟା ନାମରେ ତାଙ୍କର ଏକ ଲୋକପ୍ରିୟ କବିତା ସଂକଳନ ଅଛି । ଏଥିପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । ଏହି ସଂକଳନଟି ଗୁଜୁରାଟି ଓ ମରାଠି ଭାଷାକୁ ଅନୁବାଦିତ ହୋଇଛି ।

ରଚନାବଳୀ ସମ୍ପାଦନା

ଗଳ୍ପ ସମ୍ପାଦନା

  • ଇଜ୍ୟା - ୨୦୧୧
  • ସମ୍ପର୍କର ପାହଚରୁ ଓହ୍ଲାଇଲା ପରେ
  • ମୁଁ ନ ଥିଲା ବେଳେ
  • ଅନ୍ତରାଳେ
  • ବିରୋଧାଭାସ
  • ଅଭିଧା

କବିତା ସମ୍ପାଦନା

  • ଚାଲ କିଛି ଆଙ୍କିବା
  • ଏବେ ତୁମେ ନାହଁ
  • ଇଜ୍ୟା (ହିନ୍ଦୀ କବିତା ସଙ୍କଳନ)

ଅନୁବାଦ ସମ୍ପାଦନା

  • ଜବାହର ଟନେଲ
  • ସୂତ୍ରଧାର
  • କବିତାର ଋତୁ[୩]

ଆଧାର ସମ୍ପାଦନା

  1. Bureau, Sambad (23 May 2023). "ପ୍ରବାସୀଙ୍କୁ ଯୋଡ଼ିଲେ ଭାଷା ଓ ସାହିତ୍ୟ ବିସ୍ତାରିତ ହେବ: ସୌମ୍ୟ". Sambad. Retrieved 13 March 2024.
  2. "'ଭାରତୀୟ ସଂସ୍କୃତିର ମୃତ୍ୟୁ ନାହିଁ'". Samaja Live. 23 June 2022. Retrieved 13 March 2024.
  3. Pattnaik, Sagarika (10 March 2024). "ଇଜ୍ୟା ପାଇଁ ପରିଚିତା ପାରମିତା". Dharitri Odia News. Retrieved 13 March 2024.