ପ୍ରଶାନ୍ତ କୁମାର ମୁଦୁଲି

ଓଡ଼ିଆ ରାଜନୀତିଜ୍ଞ

ପ୍ରଶାନ୍ତ କୁମାର ମୁଦୁଲି (ଜନ୍ମ: ୧୯ ଅପ୍ରେଲ ୧୯୬୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା-ଏରସମା ଓ ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରଶାନ୍ତ କୁମାର ମୁଦୁଲି
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀଚିରଞ୍ଜୀବ ବିଶ୍ୱାଳ
ପର ଅଧିକାରୀଅମରେନ୍ଦ୍ର ଦାସ
ନିର୍ବାଚନ ମଣ୍ଡଳୀଜଗତସିଂହପୁର
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀଉମେଶ ଚନ୍ଦ୍ର ସ୍ୱାଇଁ
ପର ଅଧିକାରୀରଘୁନନ୍ଦନ ଦାସ
ନିର୍ବାଚନ ମଣ୍ଡଳୀବାଲିକୁଦା-ଏରସମା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1964-04-19) ୧୯ ଅପ୍ରେଲ ୧୯୬୪ (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀବୈଜୟନ୍ତୀମାଳା ମହାନ୍ତି
ସନ୍ତାନ
ବାପା/ବୋଉଶଙ୍କର ମୁଦୁଲି
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ପ୍ରଶାନ୍ତ କୁମାର ମୁଦୁଲି ୧୯୬୪ ମସିହାର ଅପ୍ରେଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଶଙ୍କର ମୁଦୁଲି ଓ ପତ୍ନୀଙ୍କ ନାମ ବୈଜୟନ୍ତୀମାଳା ମହାନ୍ତି ।[୧] ତାଙ୍କ ବାପା ଜଣେ ଓଡ଼ିଆ ରାଜନେତା ଥିଲେ ।

ରାଜନୈତିକ ଜୀବନ

ସମ୍ପାଦନା

ପ୍ରଶାନ୍ତ କୁମାର ମୁଦୁଲି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୦,୪୧୭ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଅମରେନ୍ଦ୍ର ଦାସଙ୍କ ଠାରୁ ୨୨,୧୩୮ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୨]

ବିଧାନ ସଭା ସଭ୍ୟ ବିବରଣୀ

ସମ୍ପାଦନା
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବାଲିକୁଦା-ଏରସମା ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ବାଲିକୁଦା-ଏରସମା ବିଜୁ ଜନତା ଦଳ
୨୦୧୯ ୨୦୨୪ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଜଗତସିଂହପୁର ବିଜୁ ଜନତା ଦଳ
  1. ୧.୦ ୧.୧ "Shri Prasanta Kumar Muduli". odishaassembly.nic.in. Odisha Assembly. Retrieved 4 May 2022.
  2. "General Election to Assembly Constituencies 2024: Jagatsinghpur (Odisha)". Election Commission of India. Retrieved 27 June 2024.

ବାହାର ଆଧାର

ସମ୍ପାଦନା
  •   ଉଇକିମିଡ଼ିଆ କମନ୍ସରେ Prasanta Kumar Muduli-ସମ୍ପର୍କିତ ମିଡ଼ିଆ