ପ୍ରଭାତ ରଞ୍ଜନ ବିଶ୍ୱାଳ

ଓଡ଼ିଆ ରାଜନୀତିଜ୍ଞ

ପ୍ରଭାତ ରଞ୍ଜନ ବିଶ୍ୱାଳ (ଜନ୍ମ: ୧୮ ମଇ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଭାତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ଏବଂ ୨୦୦୯ ଓ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚୌଦ୍ୱାର - କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ପ୍ରଭାତ ରଞ୍ଜନ ବିଶ୍ୱାଳ
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ନିର୍ବାଚନ ମଣ୍ଡଳୀଚୌଦ୍ୱାର - କଟକ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀନିବେଦିତା ପ୍ରଧାନ
ପର ଅଧିକାରୀକାଳୀନ୍ଦି ବେହେରା
ନିର୍ବାଚନ ମଣ୍ଡଳୀକଟକ ସଦର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-05-18) ୧୮ ମଇ ୧୯୬୬ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱାଧୀନ
ଜୀବନ ସାଥୀଲକ୍ଷ୍ମୀ ବିଳାଶିନୀ ବିଶ୍ୱାଳ
ସନ୍ତାନସୌଭିକ ବିଶ୍ୱାଳ (ପୁଅ)
ବାପା/ବୋଉନୀଳମଣି ବିଶ୍ୱାଳ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପ୍ରଭାତ ରଞ୍ଜନ ବିଶ୍ୱାଳ ୧୯୬୬ ମସିହାର ମଇ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳମଣି ବିଶ୍ୱାଳ ଏବଂ ପତ୍ନୀଙ୍କ ନାମ ଲକ୍ଷ୍ମୀ ବିଳାଶିନୀ ବିଶ୍ୱାଳ । ପ୍ରଭାତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧] ତାଙ୍କ ପୁଅ ସୌଭିକ ବିଶ୍ୱାଳ ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[୨]

ରାଜନୈତିକ ଜୀବନ ସମ୍ପାଦନା

ପ୍ରଭାତ ରଞ୍ଜନ ବିଶ୍ୱାଳ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୧]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା କଟକ ସଦର ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଚୌଦ୍ୱାର - କଟକ ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଚୌଦ୍ୱାର - କଟକ ବିଜୁ ଜନତା ଦଳ

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Pravat Ranjan Biswal". odishaassembly.nic.in. Odisha Assembly. Retrieved 22 January 2020.
  2. "ଏଥର ବାପା ବଦଳରେ ପୁଅ : ବିଧାନ ସଭା ଯିବେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ". Prameyanews7. କଟକ. 27 May 2019. Archived from the original on 21 May 2022. Retrieved 21 May 2022. {{cite news}}: |archive-date= / |archive-url= timestamp mismatch; 24 ନଭେମ୍ବର 2020 suggested (help)