କାଳନ୍ଦୀ ଚରଣ ବେହେରା

ଓଡ଼ିଆ ରାଜନୀତିଜ୍ଞ
(କାଳୀନ୍ଦି ବେହେରାରୁ ଲେଉଟି ଆସିଛି)

କାଳନ୍ଦୀ ଚରଣ ବେହେରା (୨୫ ମଇ ୧୯୪୪ - ୧୮ ଫେବୃଆରୀ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । କାଳନ୍ଦୀ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭, ୧୯୯୦, ୨୦୦୦ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୧୦ମ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

କାଳନ୍ଦୀ ଚରଣ ବେହେରା
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀପ୍ରଭାତ ରଞ୍ଜନ ବିଶ୍ୱାଳ
ପର ଅଧିକାରୀଚନ୍ଦ୍ର ସାରଥୀ ବେହେରା
ନିର୍ବାଚନ ମଣ୍ଡଳୀକଟକ ସଦର
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀରବୀନ୍ଦ୍ର କୁମାର ବେହେରା
ପର ଅଧିକାରୀଚନ୍ଦ୍ର ସାରଥୀ ବେହେରା
ନିର୍ବାଚନ ମଣ୍ଡଳୀସାଲେପୁର
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀମାୟାଧର ସେଠୀ
ପର ଅଧିକାରୀରବୀନ୍ଦ୍ର କୁମାର ବେହେରା
ନିର୍ବାଚନ ମଣ୍ଡଳୀସାଲେପୁର
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀବାଇଧର ବେହେରା
ପର ଅଧିକାରୀମାୟାଧର ସେଠୀ
ନିର୍ବାଚନ ମଣ୍ଡଳୀସାଲେପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1944-05-25)୨୫ ମଇ ୧୯୪୪
ମୃତ୍ୟୁ୧୮ ଫେବୃଆରୀ ୨୦୧୫(2015-02-18) (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ଜନତା ପାର୍ଟି, ଉତ୍କଳ କଂଗ୍ରେସ
ଜୀବନ ସାଥୀପ୍ରମିଳା ବେହେରା
ସନ୍ତାନଚନ୍ଦ୍ର ସାରଥୀ ବେହେରା
ବାପା/ବୋଉଧଡ଼ି ବେହେରା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କାଳନ୍ଦୀ ଚରଣ ବେହେରା ୧୯୪୪ ମସିହାର ମଇ ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଧଡ଼ି ବେହେରା ଏବଂ ପତ୍ନୀଙ୍କ ନାମ ପ୍ରମିଳା ବେହେରା ।[୧] କାଳନ୍ଦୀଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।

ରାଜନୈତିକ ଜୀବନ ସମ୍ପାଦନା

ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରେ ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା କାଳନ୍ଦୀ ବିଜୁ ପଟ୍ଟନାୟକଙ୍କ ପ୍ରେରଣାରେ ରାଜନୀତିରେ ଯୋଗଦେଇଥିଲେ । ୧୯୭୪ ମସିହାରେ ପ୍ରଥମେ ସାଲେପୁର ନିର୍ବାଚନ ମଣ୍ଡଳୀରୁ ଉତ୍କଳ କଂଗ୍ରେସର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହେଇଥିଲେ ।[୨] ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ, ଜନତା ପାର୍ଟି ଓ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର ଏବଂ ମନ୍ତ୍ରୀ ଭାବରେ ୧୯୭୯ରୁ ୧୯୮୯, ୧୯୯୧ରୁ ୧୯୯୫ ଏବଂ ୨୦୦୨ରୁ ୨୦୦୬ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

କାଳନ୍ଦୀ ଚରଣ ବେହେରା ୨୦୧୫ ମସିହାର ଫେବୃଆରୀ ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Kalindi Behera". odishaassembly.nic.in. Odisha Assembly. Retrieved 24 November 2019.
  2. "Former Odisha minister Kalindi Behera passes away". The Hindu. Retrieved 20 June 2020.
  3. "BJD Vice-President Kalindi Behera Dies at 71". Outlook. Retrieved 20 June 2020.