ଗଙ୍ଗାଧର ଦାସ

ଓଡ଼ିଆ ରାଜନୀତିଜ୍ଞ

ଗଙ୍ଗାଧର ଦାସ (୨୩ ଜୁଲାଇ ୧୯୩୫ - ୨ ଫେବୃଆରୀ ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ଦଳ ଓ ପରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୭୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଗଙ୍ଗାଧର ଦାସ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀମନମୋହନ ଦାସ
ପର ଅଧିକାରୀନେତ୍ରାନନ୍ଦ ମଲ୍ଲିକ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀମନମୋହନ ଦାସ
ପର ଅଧିକାରୀମନମୋହନ ଦାସ
ନିର୍ବାଚନ ମଣ୍ଡଳୀଚାନ୍ଦବାଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1935-07-23)୨୩ ଜୁଲାଇ ୧୯୩୫
ମୃତ୍ୟୁ୨ ଫେବୃଆରୀ ୨୦୨୩(2023-02-02) (ବୟସ ୮୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଜେମାମଣି ଦାସ
ସନ୍ତାନ୫ ପୁଅ, ୨ ଝିଅ
ବାପା/ବୋଉଇଶ୍ୱର ଚନ୍ଦ୍ର ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ଗଙ୍ଗାଧର ଦାସ ୧୯୩୫ ମସିହାର ଜୁଲାଇ ମାସ ୨୩ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ଇଶ୍ୱର ଚନ୍ଦ୍ର ଦାସ । ତାଙ୍କର ଶିକ୍ଷାଗତ ଯୋଗ୍ୟତାର ଥିଲା କଳାରେ ସ୍ନାତକ ।[୩] ସେ ଜେମାମଣି ଦାସଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ୫ଜଣ ପୁଅ ଓ ୨ଜଣ ଝିଅ ଅଛନ୍ତି ।[୩]

ରାଜନୈତିକ ଜୀବନ ସମ୍ପାଦନା

ଗଙ୍ଗାଧର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ।[୩] ସେ କଂଗ୍ରେସର (ଆର୍)ରେ ଥିଲେ ଏବଂ ପରେ ସେ ଜନତା ଦଳରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।

୧୯୭୧ ମସିହାରେ ଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଗଙ୍ଗାଧର ଦାସ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଯାଥାକ୍ରମେ ୫ମ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪][୫] ସେ ୫ମ ଓଡ଼ିଶା ବିଧାନ ସଭାରେ ୧୯୭୧ ମସିହାରୁ ୧୯୭୩ ମସିହାଯାଏଁ ଏବଂ ୭ମ ଓଡ଼ିଶା ବିଧାନ ସଭାରେ ୧୯୭୭ ମସିହାରୁ ୧୯୭୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ ସମ୍ପାଦନା

ଗଙ୍ଗାଧାର ଦାସ ୨୦୨୩ ମସିହାରେ ଫେବୃଆରୀ ୨ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. "Shri Shri Gangadhar Das". odishaassembly.nic.in. Odisha Assembly. Retrieved 13 April 2019.
  2. "MLA Gangadhar Das Profile | CHANDABALI Constituency". naveenpatnaik.com. Archived from the original on 2019-04-11. Retrieved 2019-04-14.
  3. ୩.୦ ୩.୧ ୩.୨ "MLA Gangadhar Das Profile | CHANDABALI Constituency". odishahelpline.com. Retrieved 2019-04-14.
  4. "Chandbali Elections Results 2014, Current MLA, Candidate List of Assembly Elections in Chandbali, Orissa". www.elections.in. Retrieved 2019-04-14.
  5. "Orissa Assembly Election Results in 1971". www.elections.in. Retrieved 2019-04-14.